Indus Valley Times

କିଟ୍ ଓ କିସ୍ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଦେଶ୍ୟରେ ସଚେତନତା ଗଣଦୌଡ଼

 Breaking News

କିଟ୍ ଓ କିସ୍ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଦେଶ୍ୟରେ ସଚେତନତା ଗଣଦୌଡ଼

January 28
20:55 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୮/୧: କିଟ୍ ଓ କିସ୍ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଦେଶ୍ୟରେ ଏକ ଗଣ ଦୌଡ଼ କାର୍ଯ୍ୟକ୍ରମ ସ୍ଥାନୀୟ ପିଡବ୍ଲ୍ୟୁଡି ଛକରେ ସାଂସଦ ପ୍ରତିନିଧି ଟୁନା ଦାସ ସବୁଜ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥଲେ । ଏହା ପିଡବ୍ଲ୍ୟୁଡି ଛକ ଠାରୁ ଆରମ୍ଭ ହୋଇ ଦଣ୍ଡପଦର ଠାରେ ସମାପ୍ତ ହୋଇଥିଲା । ଏଥିରେ ସାଂସଦ ପ୍ରତିନିଧି ଟୁନା ଦାସ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଅଜୟ ମହାରଣା, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକଙ୍କ ସମେତ ଚାରିଶହରୁ ଉର୍ଦ୍ଧ୍ଵ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ ।
ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଅଂଶଗ୍ରହଣ କରିଥିବା ସମସ୍ତ ଯୁବକ ଯୁବତୀଙ୍କୁ ମାନପତ୍ର ପ୍ରଦାନ କରିବା ସହ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଏଭଳି ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ସାଂସଦ ପ୍ରତିନିଧି ଟୁନା ଦାସ ।
ଏହି ଗଣଦୌଡ଼ ମାଧ୍ୟମରେ ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଦେଶ୍ୟରେ ସଚେତନତା କାର୍ଯ୍ୟମରେ ସାମିଲ ହୋଇ ବେସ୍ ଆତ୍ମସନ୍ତୋଷ ଲାଭ କରିଥିବା ବିଷୟ ଯୁବକ ଯୁବତୀ ମାନେ ପ୍ରକାଶ କରିଛନ୍ତି ।
ବାଲିଗୁଡ଼ା ଆଦର୍ଶ ପୋଖରୀରେ ବୋଟିଂ ବ୍ୟବସ୍ଥା ଓ କଲେଜ ନିକଟରେ ଆକର୍ଷଣୀୟ ସେଲ୍ଫି ପଏଣ୍ଟ ଉଦଘାଟିତ
ବାଲିଗୁଡ଼ା, ୨୮/୧: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁଦାନ କ୍ରମେ ବିକାଶ ପଥରେ ଆଗରେ ଚାଲିଛି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ।
କନ୍ଧମାଳ ଜିଲ୍ଲରେ ପ୍ରଥମ ଥର ପାଇଁ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ଆଦର୍ଶ ପୋଖରୀରେ ଆରମ୍ଭ ହୋଇଛି ବୋଟିଂ ବ୍ୟବସ୍ଥା । ଏଥିସହିତ ଅଞ୍ଚଳବାସୀଙ୍କ ପାଇଁ ମନୋରଞ୍ଜନ ପାଇଁ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ନିକଟରେ ନିର୍ମାଣ ହୋଇଛି ମନଲୋଭା ସେଲ୍ଫି ପଏଣ୍ଟ୍ ।
ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଓ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଉପସ୍ଥିତରେ ଏହାର ଶୁଭ ଉଦଘାଟନ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ବାଲିଗୁଡ଼ାର ଉନ୍ନତି ପାଇଁ ଅନେକ ଅର୍ଥ ମଞ୍ଜୁରୀ କରିଛନ୍ତି ।
ଯାହା ଫଳରେ ଆଜି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ଓ୍ବାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି । ଏଥିସହିତ ସହରକୁ ସୌନ୍ଦର୍ଯ୍ୟ କରଣ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ଯୋଗୁଁ ଏନ୍ଏସି ଗଠନ ହେବାପରେ ଗତ ଆଠ ବର୍ଷ ମଧ୍ୟରେ ବାଲିଗୁଡ଼ାର ଅନେକ ବିକାଶ ହୋଇପାରିଛି । ଏଣୁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଏନଏସି ଏବଂ ଦଳ ପକ୍ଷରୁ ଧନ୍ୟବାଦ ଜଣାଯାଇଛି ।
ସେପଟେ ସମସ୍ତ ଜନ ପ୍ରତିନିଧିଙ୍କ ପୂର୍ଣ୍ଣ ସହଯୋଗ ମିଳିବାରୁ ଆମେ ବାଲିଗୁଡ଼ା ସହରର ସୌନ୍ଦର୍ଯ୍ୟ କରଣ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିପାରିଛୁ ବୋଲି କହିଛନ୍ତି ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ।
ଏହି ଅବସରରେ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ସାଂସଦ ପ୍ରତିନିଧିଙ୍କ ସମେତ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତିଲତା ନାୟକ, ସମସ୍ତ ଓ୍ବାର୍ଡ କାଉନସିଲର ଓ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ ।
୮୪ତମ ସର୍ବଭାରତୀୟ ସ୍ତରୀୟ ବାଚସ୍ପତି, ଉପବାଚସ୍ପତି ସମ୍ମିଳନୀରେ ଯୋଗ ଦେଲେ ଜି.ଉଦୟଗିରି ବିଧାୟକ
ବାଲିଗୁଡା, ୨୮/୧: ମୁମ୍ବାଇଠାରେ ୮୪ତମ ସର୍ବ ଭାରତୀୟ ସ୍ତରରେ ୩ ଦିନିଆ ବାଚସ୍ପତି ଓ ଉପବାଚସ୍ପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି।
ଏହା ଶନିବାର ଆରମ୍ଭ ହୋଇଥିବା ବେଳେ ସୋମବାର ଶେଷ ହେବ। ଏହି ସମ୍ମିଳନୀରେ ଜି. ଉଦୟଗିରି ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗଦାନ କରିଛନ୍ତି। ଏହି ସମ୍ମିଳନୀରେ ଲୋକ ସଭା ବାଚସ୍ପତି ଓମ୍ ବର୍ଲା ଏବଂ ମୁଖ୍ୟମନ୍ତ୍ରୀ ଏ. କେ ନାଥ ସିନ୍ଦେଙ୍କ ଉପସ୍ଥିତରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଶେଷକରି ବର୍ତ୍ତମାନ ପରିସ୍ଥିତିରେ ଗଣତନ୍ତ୍ରର ରକ୍ଷା କରିବା ସମସ୍ତ ରାଜ୍ୟର ବାଚସ୍ପତି ଓ ଉପବାଚସ୍ପତିଙ୍କ ଗୁରୁଦାୟିତ୍ୱ ବୋଲି କୁହାଯାଇଥିଲା।
ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବା ଓ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସମସ୍ତେ ଯତ୍ନବାନ ହେବାକୁ କୁହାଯାଇଥିବା ବିଷୟ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାଲୁଗା ପ୍ରଧାନ କହିଛନ୍ତି।
ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଛନ୍ତି। ସେହିପରି ଉପବାଚସ୍ପତି ଏହି ଅଞ୍ଚଳର ବିଧାୟକ ହୋଇଥିବାରୁ ଦାରିଙ୍ଗବାଡ଼ି ଅଞ୍ଚଳବାସୀ ଖୁସିବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031