Indus Valley Times

କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ୧୫୦ ତମ ‘ବନ୍ଦେ ମାତରମ ‘ ସମୂହ ଗାନ ଉତ୍ସବ

 Breaking News

କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ୧୫୦ ତମ ‘ବନ୍ଦେ ମାତରମ ‘ ସମୂହ ଗାନ ଉତ୍ସବ

କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ୧୫୦ ତମ ‘ବନ୍ଦେ ମାତରମ ‘ ସମୂହ ଗାନ ଉତ୍ସବ
January 20
19:23 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୦/୧: ଜଟଣୀ ବ୍ଲକ ଅନ୍ତର୍ଗତ ଯାଆଁଳା କୃଷ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ମୁଣ୍ଡ ମୁହାଁଣ ପରିସରରେ ରାଷ୍ଟ୍ରଗୀତ “ବନ୍ଦେ ମାତରମ”ର ୧୫୦ତମ ବାର୍ଷିକ ସମାରୋହ ମଣ୍ଡଳସ୍ତରୀୟ ସମୂହ ଗାନ ଉତ୍ସବ ପାଳନ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ କୁମାର ହାତୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଜଟଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଯୋଗେଶ ଚନ୍ଦ୍ର ସାମନ୍ତସିଂହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଲବନ୍ତରାୟ ଯୋଗ ଦେଇ ନିଜ ବକ୍ତବ୍ୟରେ ମାଟିର କଥା, ମାଟିର ଗାନ ନିଜ ହୃଦୟରେ ଅନୁଭବ ହେଉଥିବା “ମା” ଶବ୍ଦ କେବଳ ଆମ ଭାରତର ଭାରତୀୟଙ୍କ ମନରେ ନିଜ ଦେଶକୁ “ମା” ଆଖ୍ୟା ଦେଇ ସମ୍ବୋଧନ କରନ୍ତି ବୋଲି ସେ କହିଥିଲେ।
ଆମ ରାଷ୍ଟ୍ରଗୀତ ‘ବନ୍ଦେ ମାତରମ’ ଦେଶରେ ଥିବା କୋଣ ଅନୁକୋଣର ଗାଁ କୁ ଗାଁ ପଂହଁଚିବା ପାଇଁ ସରକାରଙ୍କ ପ୍ରୟାସକୁ ଆମେ ସମସ୍ତେ ମିଳିମିଶି ଆଗକୁ ଯିବାକୁ ହେବ ବୋଲି ଶ୍ରୀଯୁକ୍ତ ବଲବନ୍ତରାୟ କହିଥିଲେ।
ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଜଟଣୀ ପଂଚାୟତ ସମିତି ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ, ସାଂସଦ ପ୍ରତିନିଧି, ମନୋଜ କୁମାର ନନ୍ଦ, ଯାଆଁଳା ପଂଚାୟତର ସରପଞ୍ଚ ଶ୍ରଦ୍ଧାଞ୍ଜଳି ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନୁସାୟା ଦାଶ, ପଂଚାୟତ ସମିତି ସମାଜ କଲ୍ୟାଣ ଅଧିକାରୀ ନରହରି ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ରୂପେ ମଞ୍ଚାସିନ ଥିଲେ।
କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଜଟଣୀ ବ୍ଲକର ଉପସ୍ଥିତ ସମସ୍ତ ସି.ଆର.ସି.ସି ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସ୍ବଦେଶୀ ସଂକଳ୍ପ ପତ୍ରର ଶପଥ ପାଠ କରାଯାଇଥିଲା। ପ୍ରତ୍ୟେକ ବିଦ୍ୟାଳୟରୁ ଆସିଥିବା କୃତି ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଜାତି ପ୍ରେମର ବହ୍ନିରେ ପ୍ରଜ୍ବଳିତ ହୋଇଥିଲେ। ପ୍ରଶିକ୍ଷଣ ଦେଇଥିବା ସମ୍ବଳ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଉଦିତ ଗୁରୁ ମହାପାତ୍ର, ଶ୍ରଦ୍ଧାଲିନି ରଥ, ପ୍ରତାପ ବେହେରା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଏବଂ ପ୍ରତି ବିଦ୍ୟାଳୟରୁ ଆସିଥିବା ସମର୍ପିତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ପଂଚାୟତ ସମିତିର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ରୂପାୟନ ନେଇଥିଲା।
ସି.ଆର.ସି.ସି ଡ଼ଃ.ରଶ୍ମିତା ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରିଶେଷରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜିତ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930