Indus Valley Times

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ଘଟଣା; ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଲା ମୃତ୍ୟୁ ଖୁଲାସା, ଏସପି କହିଲେ ଏଭଳି ଭାବେ

 Breaking News

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ଘଟଣା; ପୋଷ୍ଟମର୍ଟମ ରିପୋର୍ଟରୁ ମିଳିଲା ମୃତ୍ୟୁ ଖୁଲାସା, ଏସପି କହିଲେ ଏଭଳି ଭାବେ

August 19
19:57 2025

କେନ୍ଦ୍ରାପଡ଼ା,୧୯/୮: ପୋଡ଼ିଯିବା କାରଣରୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରାପଡ଼ା ଏସ୍‌ପି ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।
ଘଟଣା ଦିନ ସାଢ଼େ ୮ ପର‌୍ୟ୍ୟନ୍ତ ଛାତ୍ରୀ ଫୋନ୍‌ରେ କଥା ହୋଇଥିଲେ। ହେଲେ ସାଢ଼େ ୮ରୁ ୧୧ଟା ଭିତରେ ଛାତ୍ରୀ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ହୋଇଛି। ଏପରୀକି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି ବୋଲି ଏସ୍‌ପି କହିଛନ୍ତି।
ସିସିଟିଭିରୁ ସ୍ପଷ୍ଟ ଘଟଣା ପୂର୍ବରୁ ମା’ବାପା ଘରୁ ବାହାରକୁ ଯାଇଥିଲେ। ଅନର କିଲିଂ ବୋଲି କୌଣସି ପ୍ରମାଣ ମିଳି ନାହିଁ ବୋଲି ଏସ୍‌ପି କହିଛନ୍ତି। ବର୍ତ୍ତମାନ ସୁଦ୍ଧା କେବଳ ଜଣେ ଅଭିଯୁକ୍ତ ପ୍ରମୋଦ ବେହେରା ବୋଲି ଏସ୍‌ପି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031