Indus Valley Times

କେସିଙ୍ଗା ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ, ଅଟକ ଯୁବକଙ୍କ ବୟାନରେ ରହୁନି ତାଳମେଳ

 Breaking News

କେସିଙ୍ଗା ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ, ଅଟକ ଯୁବକଙ୍କ ବୟାନରେ ରହୁନି ତାଳମେଳ

କେସିଙ୍ଗା ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ, ଅଟକ ଯୁବକଙ୍କ ବୟାନରେ ରହୁନି ତାଳମେଳ
April 04
11:33 2026

ବଲାଙ୍ଗୀର, ୪/୪ : ବଲାଙ୍ଗୀର ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ନିକଟରୁ ବିଡ଼ା ବିଡ଼ା ଟଙ୍କା ଜବତ । ତିରୁପତିରୁ ରାୟପୁର ଅଭିମୁଖେ ଯାଉଥିବା ଟ୍ରେନର ଏକ ବଗି ଭିତରୁ ରେଳ ଅଧିକାରୀ ଜଣେ ବଙ୍ଗୀୟ ଯୁବକଙ୍କ ନିକଟରୁ ୪୦ ଲକ୍ଷ ଟଙ୍କା ଜବତ କରିଛି ।
ଏହି ଟଙ୍କା କୁଆଡ଼େ ଯାଉଥିବା ତାହା ଏକ ବଡ଼ ପ୍ରଶ୍ନ । ଉକ୍ତ ଯୁବକ ଜଣକ ହେଲେ ପ୍ରଭାତ ସାମୁଏଲ୍ । ତାଙ୍କ ଘର ପଶ୍ଚିମବଙ୍ଗରେ । ଆଜି ଆୟକର ବିଭାଗ ଟିମ୍ ଘଟଣାର ସତ୍ୟତା ନେଇ ଆଜି ଯାଞ୍ଚ କରିବ ।
ଗତକାଲି ତିରୁପତିରୁ ରାୟପୁର ଅଭିମୁଖେ ଯାଉଥିବା ଟ୍ରେନରେ ରେଳ ସୁରକ୍ଷାର ସ୍ୱତନ୍ତ୍ର ଟାସ୍କ ଫୋର୍ସ ଯାଞ୍ଚ କରୁଥିଲେ । ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେବାରୁ ବ୍ୟାଗରେ କଣ ରହିଛି ପଚାରିଥିଲେ । ମାତ୍ର ବ୍ୟକ୍ତି ଜଣକ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ ।
ଏହା ପରେ ତାଙ୍କୁ ଟିଟିଲାଗଡ଼ ରେଳ ଷ୍ଟେସନରେ ଓଲ୍ଲାଇ ରେଳ ସୁରକ୍ଷା ବଳ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ବ୍ୟାଗ ଖୋଲିବା ପରେ ବିଡା ବିଡା ନୋଟ ବାହାରିଥିଲା । ଗଣତି ପରେ ୪୦ ଲକ୍ଷ ଟଙ୍କା ଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକୁ ଆରପିଏଫ ଅଟକ ରଖି ଇନକମଟ୍ୟାକ୍ସ ବିଭାଗକୁ ସୂଚନା ଦେଇଛି ।
ପଶ୍ଚିମବଙ୍ଗର ପ୍ରଭାତ ସାମୁଏଲ୍ କେସିଙ୍ଗାର ଜଣେ ବ୍ୟବସାୟୀ ଅଜୟ ସୋନିଙ୍କଠାରୁ ଟଙ୍କା ନେଇ ସେ ରାୟପୁର ଯାଉଥିଲେ ବୋଲି କହିଛନ୍ତି । ଏହି ଟଙ୍କା ବାହାଘର ପାଇଁ ଉଦ୍ଦିଷ୍ଟ ଥିଲା ।
କିନ୍ତୁ ଏତେ ଟଙ୍କା ବାହାଘରକୁ ବ୍ୟାଗରେ ନେଇକି ଯିବାର କଣ ଆବଶ୍ୟକତା ଥିଲା, ତାହା ବଡ଼ ପ୍ରଶ୍ନ । ସେପଟେ ପଶ୍ଚିମବଙ୍ଗ ବର୍ତ୍ତମାନ ନିର୍ବାଚନ ସମୟ ରହିଛି ।
ତେଣୁ ଏହା ନିର୍ବାଚନ ପାଇଁ ଯାଉଥିଲା ବୋଲି ସନ୍ଦେହ କରାଯାଉଛି । ଓଡ଼ିଶାରୁ ଛତିଶଗଡ଼ ଏବଂ ଛତିଶଗଡ଼ରୁ ପଶ୍ଚିମବଙ୍ଗ ଟଙ୍କା ପଠାଯାଇଥାଆନ୍ତି ବୋଲି ଅନୁମାନ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031