Indus Valley Times

କୋଟିପତି ଝାଡୁଦାର ବାହାର କରିନାହାନ୍ତି ୧୦ ବର୍ଷର ଦରମା, ଲୋକଙ୍କୁ ଟଙ୍କା ମାଗି ଉଠାନ୍ତି ଖର୍ଚ୍ଚ

 Breaking News

କୋଟିପତି ଝାଡୁଦାର ବାହାର କରିନାହାନ୍ତି ୧୦ ବର୍ଷର ଦରମା, ଲୋକଙ୍କୁ ଟଙ୍କା ମାଗି ଉଠାନ୍ତି ଖର୍ଚ୍ଚ

May 25
10:36 2022

ପ୍ରୟାଗରାଜ, ୨୫/୫: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ସିଏମ୍ଓ ଅଫିସରେ ରହିଛି କୃଷ୍ଣ ରୋଗ ବିଭାଗ । ଏହି କାର‌୍ୟ୍ୟାଳୟରେ କାର‌୍ୟ୍ୟ କରନ୍ତି ଧୀରଜ ନାମକ ସୁଇପର ।
ଶରୀର ଦୁର୍ବଳ ସାଙ୍ଗକୁ ବେଶଭୂଷା ମଧ୍ୟ ଖାସ ନୁହେଁ। ସବୁବେଳେ ହାତରେ ଏକ ଝାଡ଼ୁ ନିଜ କାମରେ ବ୍ୟସ୍ତ ରହୁଥିବା ଏହି ସୁଇପରଜଣକ ଅନ୍ୟ ସୁଇପରଙ୍କଠାରୁ ଟିକେ ହଟକେ। କାରଣ ସାଧାରଣତଃ ଅନ୍ୟ ସୁଇପରମାନେ ଆର୍ଥିକ ଭାବେ ଦୁର୍ବଳ ହୋଇଥିବା ବେଳେ ଧୀରଜ କିନ୍ତୁ କୋଟିପତି।
ଧୀରଜ କୌଣସି ଅସଦ ଉପାୟ ଅବଲମ୍ବନ କରି ଟଙ୍କା ରୋଜଗାର କରି ନାହାନ୍ତି। ଏହାସତ୍ତ୍ୱେ ତାଙ୍କ ଆକାଉଣ୍ଟରୁ ମିଳିଛି ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଏପରିକି ଜମି, କୋଠା ବି ରହିଛି। ୧୦ ବର୍ଷ ହେଲା ସୁଇପରଜଣକ ବ୍ୟାଙ୍କ ଆକାଉଣ୍ଟରୁ ନିଜ ଦରମା ବାହାର କରି ନ ଥିବା ବେଳେ ଏବେ ଏହି କଥା ସାମନାକୁ ଆସିଛି।
ବ୍ୟାଙ୍କ କର୍ତ୍ତୃପକ୍ଷ ଯେତେବେଳେ ଧୀରଜଙ୍କୁ ଖୋଜିଖୋଜି ଆସି କୃଷ୍ଣ ରୋଗୀ କାର୍ଯ୍ୟାଳୟରେ ପହଞ୍ଚିଲେ ସେତେବେଳେ କଥା ପ୍ରଘଟ ହେଲା। ଏଥିସହ ବ୍ୟାଙ୍କରୁ କିଛି ଟଙ୍କା ଉଠାଇବାକୁ ମଧ୍ୟ ସେମାନେ ତାଙ୍କୁ ଅନୁରୋଧ କରିଛନ୍ତି। ହେଲେ ଏବେ ତାହାର ଆବଶ୍ୟକତା ନ ଥିବା କହିଛନ୍ତି ଧୀରଜ ।
ଧୀରଜଙ୍କ ବେଶଭୂଷାରୁ ସେ ଯେ ଜଣେ କୋଟିପତି ତାହା କେହିବି ବାରିପାରିବେ ନାହିଁ। ହାତରେ ଝାଡ଼ୁ ଖଣ୍ଡେ ଧରି ପୁରୁଣା କପଡ଼ା ପିନ୍ଧି ନିଜ କାମରେ ମାତିଥାନ୍ତି ଧୀରଜ ।
ଶାନ୍ତ ସରଳ ସ୍ୱଭାବର ଧୀରଜ ଅବିବାହିତ ଥିବା ବେଳେ ନିଜ ଖର୍ଚ୍ଚ ଉଠାଇବାକୁ ସେ କେବେ ବି ବ୍ୟାଙ୍କରୁ ଦରମା ଟଙ୍କା ଉଠାଇ ନାହାନ୍ତି।
ବରଂ ଉପରିସ୍ଥ ଅଧିକାରୀ ଓ ବାହାର ଲୋକଙ୍କୁ ମାଗି ଯାଚି ଯାହା ପାଆନ୍ତି ସେଥିରେ ନିଜ ଗୁଜରାଣ ମେଣ୍ଟାଇ ଦିଅନ୍ତି। ଘରେ ପରିବାର କହିଲେ ତାଙ୍କ ବିଧବା ମା’ ଓ ଜଣେ ଭଉଣୀ।
ଧୀରଜଙ୍କ ବାପା ପୂର୍ବରୁ କୃଷ୍ଣ ରୋଗ ବିଭାଗରେ ସୁଇପର ଭାବେ କାର୍ଯ୍ୟରତ ଥିବା ବେଳେ ୨୦୧୨ ତାଙ୍କ ମୃତ୍ୟୁ ହୋଇଥିଲା।
ଏହାପରେ ଧୀରଜଙ୍କୁ ତାଙ୍କ ସ୍ଥାନରେ ଚାକିରି ମିଳିଥିଲା। ସେବେଠୁ ସେ ବ୍ୟାଙ୍କରୁ ଦରମା ଟଙ୍କା କିଛି ବି ଉଠାଇ ନାହାନ୍ତି। ଏଥିସହ ତାଙ୍କ ମା’ ପେନସନ୍ ମଧ୍ୟ ପାଉଥିବା ବେଳେ ସେଥିରେ ଘର ଖର୍ଚ୍ଚ ଚଳି ଯାଉଛି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଧୀରଜ ଆୟକର ଦେଉଛନ୍ତି।
ଧୀରଜ ଅବିବାହିତ ଥିବା ବେଳେ ବିବାହ କରିବାକୁ ବି ତାଙ୍କର ଇଚ୍ଛା ନାହିଁ । ଏହାଦ୍ୱାରା ତାଙ୍କ ଟଙ୍କା କିଏ ହଡ଼ପ କରି ନେଇ ଯିବାର ଡର ବି ତାଙ୍କ ମନରେ ରହିଛି। ସେଠାରେ ଉପସ୍ଥିତ ଅଧିକାରୀଙ୍କ କହିବାନୁଯାୟୀ, ଧୀରଜ ମାନସିକ ଭାବେ ଟିକେ ଦୁର୍ବଳ । କିନ୍ତୁ ସେ କଠିନ ପରିଶ୍ରମ କରି ନିଜ କାମ ସମ୍ପାଦନ କରିଥାନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031