Indus Valley Times

କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ଅବକାରୀ ପୋଲିସ

 Breaking News

କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ଅବକାରୀ ପୋଲିସ

September 21
20:56 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୧/୯ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୋର୍ଟ ସମ୍ମୁଖରେ ଘଟିଛି ଏକ ଅଭାବନିୟ ଘଟଣା। କୋର୍ଟ ହାଜତ କୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ। ପରିତ୍ୟକ୍ତି ଘର ଘର ଭିତରୁ ଅଭିଯୁକ୍ତକୁ କାବୁ କଲେ ଅବକାରୀ ପୋଲିସ।
ସୂଚନା ଅନୁଯାଇ ଶନିବାର ଦାରିଙ୍ଗବାଡି ଅବକାରୀ ଅଧିକାରୀ ସାଗର ଭୋଇଙ୍କ ସମେତ ଅବକାରୀ ଟିମ ବାଇମାଲା ଚେକଗେଟ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ାରୁ ଏକ ଅଟୋ ଯୋଗେ ତିନି ଜଣ ବ୍ୟକ୍ତି ୪୪ କେଜି ଗଞ୍ଜେଇ ଧରି ଯାଉଥିବା ବେଳେ ଅବକାରୀ ବିଭାଗ ମାଡ଼ି ବସିଥିଲା।
ସନ୍ଧ୍ୟା ସମୟରେ ତିନି ଅଭିଯୁକ୍ତକୁ ବାଲିଗୁଡ଼ା କୋର୍ଟ ପରିସରରେ ବୋଲରୋ ଗାଡ଼ି ରୁ ଓଲ୍ହାଇବା ବେଳେ ପୋଲିସ ଅବହେଳାର ସୁଯୋଗ ପାଇ ପୋଲିସକୁ ଧକ୍କା ମାରି ଜଣେ ଅଭିଯୁକ୍ତ ବାଲିଗୁଡ଼ା ଥାନା ଲାଇନପାଲି ଗ୍ରାମର ଇରା ମଲିକ ସ୍ଥାନୀୟ ଏଲଆଇସି କଲୋନୀ ଅନ୍ଧାର ରାସ୍ତାରେ ଦୌଡ଼ି ପଳାଉଥିଲା।
ଅବକାରି ପୋଲିସ ପିଛା କରି ଏକ ସରକାରୀ ପରିତ୍ୟକ୍ତ ଘର ଭିତରୁ ଅଭିଯୁକ୍ତକୁ କାବୁ କରି ଧରିବାରେ ସକ୍ଷମ ହୋଇଥିଲେ।
କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ ମାରିବା ବାଲିଗୁଡ଼ା ଅଞ୍ଚଳରେ ପ୍ରଥମଥର ହୋଇଥିବା ଯୋଗୁଁ ବାଲିଗୁଡ଼ା ଅଞ୍ଚଳରେ ଚଞ୍ଚଲ୍ୟ ଖେଳି ଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031