Indus Valley Times

ଖେଳୁ ଖେଳୁ ଗାତରେ ପଡିଗଲା ଶିଶୁ, ଅସାବଧାନତା ହେତୁ ଚାଲିଗଲା ଜୀବନ

 Breaking News

ଖେଳୁ ଖେଳୁ ଗାତରେ ପଡିଗଲା ଶିଶୁ, ଅସାବଧାନତା ହେତୁ ଚାଲିଗଲା ଜୀବନ

ଖେଳୁ ଖେଳୁ ଗାତରେ ପଡିଗଲା ଶିଶୁ, ଅସାବଧାନତା ହେତୁ ଚାଲିଗଲା ଜୀବନ
August 18
16:20 2022

ନୀଳଗିରି,୧୮/୮: ବର୍ଷାପାଣି ଭର୍ତ୍ତି ଗାତରେ ପଡ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ବେଗୁନିଆ ଗାଁରେ। ମୃତ ଶିଶୁ ପୁତ୍ରକୁ ୫ବର୍ଷ ହୋଇଥିଲା।
ବେଗୁନିଆ ଗାଁରେ ମେଗା ପ୍ରକଳ୍ପ କାମ ଚାଲିଥିବାରୁ ଗାତ ଗୁଡ଼ିକ ଖୋଳା ଯାଇଥିଲା। ଲଗାଣ ବର୍ଷା ଯୋଗୁ ଏହି ଗାତରେ ପାଣି ପଶିଯାଇଥିଲା।
ଆଜି ସକାଳେ ଶିଶୁଟି ଗାତ ନିକଟରେ ଖେଳୁଥିବା ସମୟରେ ସେହି ଗାତରେ ପଡ଼ି ଯାଇଥିଲା। ପରିବାର ଲୋକେ ପିଲାଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଶିଶୁପୁତ୍ରଟିକୁ ମୃତ ଘୋଷଣା କରିଥିଲେ।
ଠିକାଦାର ସେହି ଗାତରେ ଜାଲ ଦେଇ ନଥିଲେ। ଠିକାଦାରଙ୍କ ଅବହେଳା ଯୋଗୁ ଶିଶୁପୁତ୍ରର ଜୀବନ ଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖା ଯାଇଛି। ଏପର୍ଯ୍ୟନ୍ତ କୌଣସି ପ୍ରଶାସିନିକ ଅଧିକାରୀ ମୃତ ଶିଶୁର ପରିବାର ଲୋକଙ୍କ ପାଖରେ ପହଞ୍ଚି ପାରି ନାହାନ୍ତି।
କଟକ ଜିଲ୍ଲା ଆଠଗଡ଼ରେ ବନ୍ୟା ପାଣିରେ ଗାଧୋଉଥିବା ବେଳେ ୫ ନାବାଳକ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ପହଁରି କୂଳକୁ ଆସିଥିବା ବେଳେ ଜଣଙ୍କର ପତ୍ତା ମିଳି ନ ଥିଲା।
ଗ୍ରାମବାସୀ ବହୁ ଖୋଜାଖୋଜି କରି ନାବାଳକଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031