Indus Valley Times

ଖୋରଧା ବାସିନ୍ଦା ପାଇବେ ୨୪ ଘଣ୍ଟିଆ ପିଇବା ପାଣି, ୨୮ କୋଟିର ପାନୀୟ ଜଳ ପ୍ରକଳ୍ପ ସହିତ ୬ କୋଟି ପୌର ପରିଷଦକୁ ଭେଟି ଦେଲେ ସାଂସଦ ଓ ବିଧାୟକ

 Breaking News

ଖୋରଧା ବାସିନ୍ଦା ପାଇବେ ୨୪ ଘଣ୍ଟିଆ ପିଇବା ପାଣି, ୨୮ କୋଟିର ପାନୀୟ ଜଳ ପ୍ରକଳ୍ପ ସହିତ ୬ କୋଟି ପୌର ପରିଷଦକୁ ଭେଟି ଦେଲେ ସାଂସଦ ଓ ବିଧାୟକ

ଖୋରଧା ବାସିନ୍ଦା ପାଇବେ ୨୪ ଘଣ୍ଟିଆ ପିଇବା ପାଣି, ୨୮ କୋଟିର ପାନୀୟ ଜଳ ପ୍ରକଳ୍ପ ସହିତ ୬ କୋଟି ପୌର ପରିଷଦକୁ ଭେଟି ଦେଲେ ସାଂସଦ ଓ ବିଧାୟକ
April 02
22:54 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨/୪ : ଖୋରଧା ପୌରାଞ୍ଚଳରେ ଏଣିକି ଆଉ ରହିବନି ପାନୀୟ ଜଳ ସମସ୍ୟା। ଖୋରଧା ପୌରାଞ୍ଚଳ ଅନ୍ତର୍ଗତ ୨୨ ଟି ୱାର୍ଡ ଓ ଆଖପାଖ ଅଞ୍ଚଳର ୯୪୫୦ ଟି ଘରର ପାଖାପାଖି ୬୫ ହଜାରରୁ ଉର୍ଦ୍ଧ ଲୋକଙ୍କ ପାଇଁ ଯଥାଶୀଘ୍ର ଆରମ୍ଭ ହେବାକୁ ଯାଉଛି ।
ସରକାରଙ୍କ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଅନ୍ତର୍ଗତ ପାନୀୟ ଜଳ ଯୋଗାଣ। ପାଣି ସମସ୍ୟାକୁ ନେଇ ଅଞ୍ଚଳବାସୀ, ବିଧାୟକ ଓ ସାଂସଦ ଙ୍କ ନିକଟରେ କରିଥିବା ଦୀର୍ଘ ଦିନର ଦାବୀ ପରେ, ସମସ୍ୟାର ସମାଧାନ ପାଇଁ ଗୁରୁବାର ଏହି ପ୍ରକଳ୍ପର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଯାହା ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ରୂପେ କାର୍ଯ୍ୟ କରିବ।
ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ କାର୍ଯ୍ୟ ନିର୍ବାହୀ ସଂସ୍ଥା \’ୱାଟକୋ\’ ଅଧୀନରେ ପାଖାପାଖି ୨୮କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପ ଆସନ୍ତା ବର୍ଷ ଶେଷ ହେବାକୁ ଥିବା ବେଳେ ପ୍ରକଳ୍ପ ଅଧୀନରେ ବିଭିନ୍ନ ମୋଟେଇ ର ୩୧୨୯୮ ମିଟର ପାଇପ୍ ବିଛା ଯିବାର କାର୍ଯ୍ୟକ୍ରମ ରହିଛି।
ଏଥିସହିତ ସୁଚାରୁ ଏବଂ ବାଧା ବିହୀନ ଓ ସ୍ବଚ୍ଛ ଜଳ ଯୋଗାଣ ନିମିତ୍ତ ଏହି ପ୍ରକଳ୍ପରେ ୬୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଆଧୁନିକ ଜ୍ଞାନ କୌଶଳ ଗୋଟିଏ ଗଈଜ ଏବଂ ଜଳ ସଞ୍ଚୟ ନିମିତ୍ତ ୧୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଇଟି ଟଏଜ ସ୍ଥାପନ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଏହି ୨୪ ଘଣ୍ଟିଆ ଜଳ ଯୋଗାଣକୁ ଆହୁରି ସୁଚାରୁ ଓ ବାଧା ବିହୀନ କରାଇବା ପାଇଁ ୪ଟି ଜେନେରେଟର ବ୍ୟବସ୍ଥା କରାଯାଇଥିବା ବେଳେ, ଆଗାମୀ ଦିନରେ ଏହି ପ୍ରକଳ୍ପ ଖୋରଧା ପୌରାଞ୍ଚଳ ବାସୀଙ୍କ ଦୀର୍ଘଦିନର ଜଳ ଯୋଗାଣ ସମସ୍ୟାକୁ ସମ୍ପୂର୍ଣ୍ଣ ସମାଧାନ କରିବ ବୋଲି କହିଛନ୍ତି ସାଂସଦ। ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନାକୁ ନେଇ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସ୍ଥାନୀୟ ଲୋକେ ବେଶ୍ ପ୍ରଶଂସା କରିଥିବା ବେଳେ ଲୋକଙ୍କ ଦାବୀ ମୁତାବକ ଆଗକୁ ଏହିଭଳି ଆହୁରି ଅନେକ ଲୋକ ହିତକର କାର୍ଯ୍ୟ କରାଯିବ ବୋଲି ଉଭୟ କହିଛନ୍ତି।
ଏହି ଅବସରରେ ୬ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଖୋର୍ଦ୍ଧା ପୌର ପରିଷଦର ନୂତନ ଦ୍ଵିମହଲା କାର୍ଯ୍ୟାଳୟ କୋଠାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ସାଂସଦ,ବିଧାୟକଙ୍କ ସମେତ ଖୋରଧା ପୌର ପରିଷଦର ପୌରାଧ୍ୟକ୍ଷା କନକଲତା ମହାନ୍ତି, ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି, ୱାଟକୋ ମହା ପ୍ରବନ୍ଧକ ରାଜେନ୍ଦ୍ର ସେଠୀ, ବିଡିଓ ସିଦ୍ଧାର୍ଥ ପଟ୍ଟନାୟକ,୫ନମ୍ବର ୱାର୍ଡ ର କାଉନସିଲର ଅମିୟ କୁମାର ମହାନ୍ତି,ରଶ୍ମିତା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31