Indus Valley Times

ଗଜପତି: “ଆକାଂକ୍ଷା” ମହିଳା ଅନୁଷ୍ଠାନ ପକ୍ଷରୁ ବିଶ୍ବ ମାତୃ ଦିବସ ପାଳିତ

 Breaking News

ଗଜପତି: “ଆକାଂକ୍ଷା” ମହିଳା ଅନୁଷ୍ଠାନ ପକ୍ଷରୁ ବିଶ୍ବ ମାତୃ ଦିବସ ପାଳିତ

ଗଜପତି: “ଆକାଂକ୍ଷା” ମହିଳା ଅନୁଷ୍ଠାନ ପକ୍ଷରୁ ବିଶ୍ବ ମାତୃ ଦିବସ ପାଳିତ
May 08
20:45 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୮/୫: ପାରଳାଖେମୁଣ୍ଡି ସହରର ଅଗ୍ରଣୀ ମହିଳା ଅନୁଷ୍ଠାନ “ଆକାଂକ୍ଷା” ପକ୍ଷରୁ ସହର ଉପକଣ୍ଠରେ ଥିବା ଆଦିବାସୀ ବହୁଳ ବେତାଗୁଡ଼ା ଗ୍ରାମର ଆଦିବାସୀ କଲୋନୀ ଠାରେ ଗ୍ରାମର ମହିଳା ମାନଙ୍କୁ ନେଇ ବିଶ୍ବ ମାତୃ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ଏହି ଅବସରରେ ମହିଳା ଅନୁଷ୍ଠାନର ଉପ ସଭାନେତ୍ରୀ ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ଉପଦେଷ୍ଟା ଅଧ୍ୟାପିକା ଡ଼: କଲ୍ୟାଣୀ ମିଶ୍ର , ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ , ଗ୍ରାମର କେନିମା ରଇତ ଓ ଅଞ୍ଜଳିମା ଗମାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ ।
ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇ , ମାର ଥିବା ମହତ ଅବଦାନର ତୁଳନା ନାହିଁ ବୋଲି କହି ମା ଦୁନିଆରେ ସବୁଠାରୁ ବଡ଼ ମଧୁର ଓ ସୁନ୍ଦର ଶବ୍ଦ ।
ସେହି ମମତାରେ ଭରପୁର ମାର ପଣତ ପିଲାର ସବୁଠାରୁ ସୁରକ୍ଷିତ ଆଶ୍ରୟ ଓ ମାର କୋଳଠାରୁ ଆରାମ-ଦାୟକ ଓ ନିରାପଦ ସ୍ଥାନ ଆଉ କେଉଁ ଠାରେ ମିଳି ପାରେ ନାହିଁ ।
ମାଶିଶୁର ପ୍ରଥମ ଗୁରୁ । ମା ଶିଶୁକୁ ଚରିତ୍ରବାନ ଓ ଶକ୍ତିଶାଳି ବନାଇଥାଏ ଏବଂ ନିଜ ଶିଶୁକୁ ସବୁ ବିପଦରୁ ରକ୍ଷା କରିଥାଏ । ମାର ମନ ପବିତ୍ର ଗଙ୍ଗା ।
ତେଣୁ ମାର ସେହି ସବୁ ମହତ ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମଇ ମାସର ଦ୍ଵିତୀୟ ରବିବାରକୁ ବିଶ୍ବ ମାତୃ ଦିବସ ଭାବେ ପାଳନ କରାଯାଉଛି ବୋଲି କହିଥିଲେ ।
ଏହି ଅବସରରେ ଗ୍ରାମର ଆଦିବାସୀ ମହିଳା ମାନେ ଆଦିବାସୀ ଗୀତର ତାଳେ ତାଳେ ନୃତ୍ୟ କରିଥିଲେ । ଏହି ନାଚ ଗୀତରେ ଆକାଂକ୍ଷା ମହିଳା ଅନୁଷ୍ଠାନର ଉପସ୍ଥିତ ସମସ୍ତ ସଦସ୍ୟା ମାନେ ମଧ୍ୟ ସାମିଲ ହୋଇ ନାଚିଥିଲେ . ।
ନାଚ ଗୀତ ପରେ ପରେ ଗ୍ରାମର ଛୋଟ ଛୋଟ ସ୍କୁଲ ପିଲାମାନଙ୍କୁ ବହି , ଖାତା , ପେନସିଲ ଓ ପେନ ପ୍ରଭୃତି ବଣ୍ଟନ କରିଥିଲେ ।
ଅନୁଷ୍ଠାନର ଶ୍ରୀମତୀ ସୁପ୍ରଭା ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଶରତ ସାହୁ , ଶ୍ରୀ ଜୟଦେବ ଗମାଙ୍ଗ , ଉସନ୍ୟା ଗମାଙ୍ଗ , ଶ୍ରୀମତୀ ସୁନିତା ସାହୁ ଓ ଶ୍ରୀମତୀ ସୁପ୍ରଭା ସାହୁ ପ୍ରମୁଖ ପରିଚାଲନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031