Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ” ବିଶ୍ଵ କଳାମୋତିଆ(ଗ୍ଲୁକୋମା) ସପ୍ତାହ-୨୦୨୩ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ” ବିଶ୍ଵ କଳାମୋତିଆ(ଗ୍ଲୁକୋମା) ସପ୍ତାହ-୨୦୨୩ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

March 17
20:05 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୩: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ସମିତି ଅନ୍ତର୍ଗତ ଜିଲ୍ଲା ଅନ୍ଧତ୍ବ ଦୂରୀକରଣ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ଵ କଳାମୋତିଆ(ଗ୍ଲୁକୋମା) ସପ୍ତାହ-୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସିଡିଏମଓ: ଡାକ୍ତର ପ୍ରଦୀପ କୁମାର ପାତ୍ର ଏବଂ ଡିଏମଓ: ଡାକ୍ତର ପ୍ରମୋଦ କୁମାର ପଣ୍ଡା ଯୋଗ ଦେଇ କଳାମୋତିଆର କାରଣ ଓ ଲକ୍ଷଣର ବିଭିନ୍ନ ଦିଗ ସମ୍ପର୍କରେ କହି ପ୍ରାଥମିକ ଅବସ୍ଥାରେ ରୋଗକୁ ନିରୂପଣ କରିପାରିଲେ ଆମେ ରୋଗକୁ ନିୟନ୍ତ୍ରଣରେ ରଖିପାରିବା ଏବଂ ରୋଗକୁ ଆମେ ସ୍କ୍ରିନିଂ କରି କଳା ମୋତିଆକୁ ଆମେ ହଟାଇ ପାରିବା ବୋଲି କହିଥିଲେ ।
ଚକ୍ଷୁ ବିଶେଷଜ୍ଞ ଡାକ୍ତର ରିକି ମାଣିକ ସା ଯୋଗଦେଇ ସଚେତନ ହେବା ସହ ସତର୍କତା ଭାବେ ଆଖିର ଯତ୍ନ ନେବା ଏବଂ ହଠାତ୍ କିଛି ହେଲେ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଚକ୍ଷୁ ସ୍କ୍ରିନିଙ୍ଗ କରିବା ଏବଂ ମୋବାଇଲ ବ୍ୟବହାରକୁ କମାଇବା ଉପରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ରୋଗ ନିୟନ୍ତ୍ରଣ ଅଧିକାରୀ ତଥା ଏଡ଼ିପିଏଚ୍- ଡିସି ଡାକ୍ତର ଆନନ୍ଦ ସାମନ୍ତରାୟ ଏବଂ ଡିପିଏମ: ସୌମ୍ୟା ରାଣୀ ଗୌଡ଼ ପ୍ରମୁଖ ମଞ୍ଚାସିନ ରହି ରୋଗ ଉପରେ ସଚେତନତା ଓ ତାର ପ୍ରତିଷେଧକ ବ୍ୟବସ୍ଥା ଉପରେ କହିଥିଲେ ।
ଏଡିପିଏଚସିଓ: ଶ୍ରୀ ନେତ୍ରାନନ୍ଦ ଶତପଥୀ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ କିଭଳି ଦୃଷ୍ଟିଶକ୍ତି ଫେରାଇ ଆଣିବା ଦିଗରେ ରହିଥିବା ଅସ୍ତ୍ରୋପଚାର ବ୍ୟବସ୍ଥା ଉପରେ କହି ସଭା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ସହକାରୀ ଅପଥଲୋମିକ ଶ୍ରୀ ଜନ୍ମଜୟ ସାହୁ ପାୱାର ପଏଣ୍ଟ ମାଧ୍ୟମରେ ଦୃଷ୍ଟିଶକ୍ତି କିଭଳି ନଷ୍ଟ ହୋଇଥାଏ , ତାର କାରଣ , ଲକ୍ଷଣ ଏବଂ ଯତ୍ନ ପ୍ରଭୃତି ଉପରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ଗୁରାଣ୍ଡୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପିଏଚଇଓ: ମମତା ପାଢ଼ୀ ଯୋଗଦେଇ ବିଶ୍ଵ କଳାମୋତିଆ ସପ୍ତାହ-୨୦୨୩ ପାଳନ ଅବସରରେ ରହିଥିବା ବାର୍ତ୍ତା:-” “ଅଦୃଶ୍ୟ କଳାମୋତିଆ ହଟେଇବା” ଓ ନିୟମିତ ଚକ୍ଷୁର ଯତ୍ନ ନେବା ଉପରେ କହି ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ଥିଲେ। ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଭାଗୀୟ ଡାଟା-ଏଣ୍ଟ୍ରି ଅପରେଟର ଶ୍ରୀ ନୀଳମଣି ଗୌଡ଼ ଏବଂ ଡି ଆସିଷ୍ଟାଣ୍ଟ ଶ୍ରୀ ଜଗଦୀଶ ପଟ୍ଟନାୟକ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଏଏନଏମ: ତାଲିମ ଛାତ୍ରୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031