Indus Valley Times

ଗଜପତି: ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ

August 31
11:19 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୧/୮: ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନାଟକ ମଞ୍ଚ ଠାରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଓଡ଼ିଶା , ଭୁବନେଶ୍ୱର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ୍ଷତ୍ରି ମୋନାଲିସା ଦାସ ଉଦଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଶ୍ରୀ ଏ: ରବି: କୁମାର ମଞ୍ଚାସିନ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରି ପ୍ରତିଯୋଗିତାର ନିୟମାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।
ସେହିଭଳି ଏଥିରେ ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ଜାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନ ନାଟକ ପ୍ରତିଯୋଗିତା ର ଉପବିଷୟ ମିଲେଟ ଜାତୀୟ ଶସ୍ୟ ଖାଦ୍ୟ , ଖାଦ୍ୟ ସୁରକ୍ଷା , ଦୈନନ୍ଦିନ ଜୀବନରେ ପ୍ରୟୋଗ ବିଜ୍ଞାନ , ସ୍ବାସ୍ଥ୍ୟ ର ଯତ୍ନ ଓ ସମାଜର ଅନ୍ଧ ବିଶ୍ୱାସ ଉପରେ ଆଲୋକପାତ କରିଥିଲେ।
ଏହି ପ୍ରିତିଯୋଗିତା ରେ ଜିଲ୍ଲାର ୫୦ ଟି ଉଚ୍ଚ ବିଦ୍ୟାଳୟର ୩୫୦ ଜଣ ଛାତ୍ର/ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
ବରିଷ୍ଠ ନାତ୍ୟଶିଳ୍ପୀ ଶ୍ରୀ ମନୋଜ କୁମାର ପାଢ଼ୀ ଓ ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଏହି ବିଜ୍ଞାନ ନାଟକ ପରିବେଷଣ କାର୍ଯ୍ୟକ୍ରମରେ ବିଚାରକ ଭାବେ ଯୋଗଦେଇ ଥିଲେ । ଶ୍ରୀ ୱାଇ: ଧର୍ମାରାଓ ଓ ଡି: ଶ୍ରୀରାମ ମୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ସୁଲତା ଶୁଭଦର୍ଶନୀ ନିମନ୍ତ୍ରିତ ଅତିଥି ଓ ଅନ୍ୟମାନଙ୍କୁ କାର୍ଯ୍ୟକ୍ରମରେ ସ୍ବାଗତ ଜଣାଇଥିବା ବେଳେ ଶିକ୍ଷୟତ୍ରୀ ଶ୍ରୀମତୀ ସସ୍ମିତା ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।
ଏହି ବିଜ୍ଞାନ ନାଟକ କାର୍ଯ୍ୟକ୍ରମରେ ଶ୍ରେଷ୍ଟ ନିର୍ଦ୍ଦେଶକ ଭାବେ ଶ୍ରୀ ସନ୍ତୋସ କୁମାର ଗୌଡ଼ , ଶ୍ରେଷ୍ଟ ସଂଲାପକ ଜେ: ସୌଜନ୍ୟ , ଶ୍ରେଷ୍ଟ ଅଭିନେତା ଭାବେ ଶ୍ରୀ ନୀଳକଣ୍ଠ ଜେନା , ଶ୍ରେଷ୍ଟ ଅଭିନେତ୍ରୀ ଭାବେ ସନ୍ତୋଷିନି ଦଳବେହେରା , ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶ୍ରୀ କେ:ଏମ: ଭଳିଆ ସାହି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଏହି କୃତୀ ପ୍ରତିଯୋଗୀ ମାନେ ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଆଞ୍ଚଳିକ ସ୍ତରୀୟ ପ୍ରିତିଯୋଗିତା ରେ ଅଂଶଗ୍ରହଣ କରିବା ପାଇଁ ବିବେଚିତ ହୋଇଛନ୍ତି ।
ଏସ:ଭି:ଟି: ଉଚ୍ଚ ବିଦ୍ୟାଳୟ- ଗାରବନ୍ଧ ଦ୍ୱିତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ସେରଙ୍ଗ ତୃତୀୟ ସ୍ଥାନ ରଖି ଛନ୍ତି ।
ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30