Indus Valley Times

ଗଜପତି : ଜିଲ୍ଲା ସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

 Breaking News

ଗଜପତି : ଜିଲ୍ଲା ସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

July 12
11:25 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୭: ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସଂପର୍କରେ ବିଶ୍ଵ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ଵ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ ।
ଆମ ଦେଶରେ ଏହି ଦିବସଟିକୁ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରିଣ କରିବା ପାଇଁ ପ୍ରତି ବର୍ଷ ପାଳନ କରାଯାଉଛି। ଚଳିତ ବର୍ଷ ବିଶ୍ୱ ଜନସଂଖ୍ୟା ଦିବସକୁ ସଚେତନତା କରିବା ପାଇଁ ଦୁଇଟି ପକ୍ଷରେ ଭାଗ କରାଯାଇଛି ।
ଜିଲ୍ଲାରେ ୧୩୫୧ ଜଣ ଆଶା କର୍ମୀ ୨୭ ଜୁନ୍ ରୁ ୧୦ ଜୁଲାଇ ସଚେତନତା ପକ୍ଷ ଓ ୧୧ ରୁ ୨୪ ଜୁଲାଇ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ପାଳନ କରାଯାଉଛି । ଏହି ସମସ୍ତ ଆଶା କର୍ମୀ ପ୍ରତି ଗ୍ରାମରେ ସଚେତନତା କରୁଛନ୍ତି।
ଜନସଂଖ୍ୟା ସ୍ଥିରିକରଣ ପକ୍ଷରୁ ବ୍ଲକ୍ ତରଫରୁ ବିଭିନ୍ନ ପରିବାର କଲ୍ୟାଣ ସେବା ଯୋଗାଇ ଦିଆଯାଉଛି। ଏହି ଅବସରରେ ଆଜି ସ୍ଥାନୀୟ ଜିଲ୍ଲା ଚିକିତ୍ସା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲାପଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ ।
ସଭା ପୂର୍ବରୁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଦ୍ବାରା ଏକ ସଚେତନତା ଶୋଭାଯାତ୍ରା ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଜିଲ୍ଲାପାଳ ଶ୍ରୀ ପ୍ରଧାନ ଏହି ଅବସରରେ ଯୋଗଦେଇ ପରିବାର ନିୟୋଜନ ଆମ ସମସ୍ତଙ୍କର ଦାୟିତ୍ୱ ଓ ପରିବାର ନିୟୋଜନ କୁ ଆପଣାଇ ଜନସଂଖ୍ୟା ବୃଦ୍ଧି କୁ ହ୍ରାସ ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ , ଜନସଂଖ୍ୟା ବୃଦ୍ଧିକୁ ରୋକା ନ ଗଲେ ଆଗକୁ ଭୟାନକ ପରିସ୍ଥିତି ସୃଷ୍ଟି ହୋଇ ଏହା ଆମ ପରିବେଶ , ସାମାଜିକ ବ୍ୟବସ୍ଥା , ଅର୍ଥନୀତି ଉପରେ ପ୍ରବଳ ଚାପ ଓ ପ୍ରଭାବ ପକାଇବ ।
ଜନସଂଖ୍ୟା ବୃଦ୍ଧିରେ ଅନେକ କାରଣ ମଧ୍ୟରୁ ଅଜ୍ଞତା , ଦାରିଦ୍ର‌୍ୟ ଓ ଅନୁନ୍ନତ ମାନସିକତା ଦାୟୀ ବୋଲି କହିଥିଲେ । ଏଣୁ ଆମେ ସମସ୍ତେ ଶିକ୍ଷାର ବିକାଶ ହେଲେ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରିତ କରିହେବ ବୋଲି କହିଛନ୍ତି।
ସେହିପରି ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ମିଶ୍ର କହିଥିଲେ ଯେ ଗଜପତି ଜିଲ୍ଲା ୨୦୨୨-୨୩ ମସିହାରେ ପରିବାର କଲ୍ୟାଣ ଯୋଜନା ଉତ୍ତମ ପ୍ରଦର୍ଶନ କରିଥିବା ଯୋଗଁ ଆଜି ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଛି।
ଏଥି ସହିତ ଗଜପତି ଜିଲ୍ଲାରେ ୩,୧୨,୪୯୯ ଜଣ ପୁରୁଷ ଓ ୩,୨୫,୭୭୨ ଜଣ ମହିଳା ରହିଛନ୍ତି ମୋଟ ପୁରୁଷ ଓ ମହିଳା ଜନସଂଖ୍ୟା – ୬୩୮୨୭୧ ରହିଛନ୍ତି । ଜିଲ୍ଲାରେ ମହିଳା ବନ୍ଧ୍ୟାକରଣ-୧୯୨୪ ଜଣମହିଳାଙ୍କ କରାଯାଇଛି ଓ ୬୮ ପୁରୁଷ ଅସ୍ତ୍ରପୋଚାର କରାଯାଇଛି ଏବଂ ମୋଟ ୧୯୯୪ ଜଣ ଜଳ ସ୍ଥାୟୀ ପଦ୍ଧତି ଗ୍ରହଣ କରିଛନ୍ତି।
ଏହି ଅବସରରେ ୨୦୨୨-୨୩ବର୍ଷ ପାଇଁ ପରିବାର କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରା ଯାଇଥିଲା ଓ ଜିଲ୍ଲାର ସମସ୍ତ ଆଶା କର୍ମୀ ମାନଙ୍କ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ଆଶା କର୍ମୀ ଙ୍କୁ ଜିଲ୍ଲାପାଳ ଶ୍ରୀ ପ୍ରଧାନ ପୁରସ୍କାର ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ନାରାୟଣ ମଲ୍ଲିକ, ଡାକ୍ତର ମହେନ୍ଦ୍ର ଭୂୟାଁ, ଡିପିଏଚ୍ଓ ଡାକ୍ତର ମୁବାରକ ଆଲ୍ଲୀ ଡିପିଏମ: ସୁଶ୍ରୀ ସୌମ୍ୟା ରାଣୀ ଗୌଡ଼ , ଡିଏମଆରସିଏଚ: ଶ୍ରୀ ନେତ୍ରାନନ୍ଦ ଶତପଥି ସମେତ ବିଭିନ୍ନ ବିଭାଗୀୟ ଡାକ୍ତର , ନର୍ସ ଓ ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031