Indus Valley Times

ଗଜପତି: ଜିଲ୍ଲା ସ୍ଥରୀୟ ୭୧ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳିତ-୨୦୨୨

 Breaking News

ଗଜପତି: ଜିଲ୍ଲା ସ୍ଥରୀୟ ୭୧ତମ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳିତ-୨୦୨୨

October 31
10:27 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩୧/୧୦: ପାରଳାଖେମୁଣ୍ଡି ଠାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପରିସରରେ ୭୧ ତମ ଜିଲ୍ଲା ସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ -୨୦୨୨ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରୋମାଞ୍ଚଳ ଖମାରୀ ଓ ଉତ୍କଳ ଗୋ ମଙ୍ଗଳ ବିକାଶ ପରିଷଦ ଜିଲ୍ଲା ସଭାପତି ଶ୍ରୀ ହୃଷୀକେଶ ଗୌଡ଼ ସମ୍ମାନୀତ ଅତିଥି ଭାବେ ଏବଂ ଅବସର ପ୍ରାପ୍ତ ସଂସ୍କୃତ ପଣ୍ଡିତ ଶ୍ରୀ କୁମୁଦ ରଞ୍ଜନ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥଲେ।
କାର୍ଯ୍ୟକ୍ରମ ପାରମ୍ବରେ ଗୋ-ପୂଜନ ଏବଂ ଗୋ-ସମ୍ବର୍ଦ୍ଧନା କାର୍ଯ୍ୟ ସମ୍ପନ୍ନ ହେବା ପରେ ଗୋପାଳକ ଏବଂ ବିଶେଷଜ୍ଞ ମାନଙ୍କ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ରାୟଗଡ଼ ପ୍ରାଣୀ ଚିକିତ୍ସକ ଡ଼ାଃ ଲିମା ମହାନ୍ତି ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସମେତ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
ଗୋ-ସମ୍ବର୍ଦ୍ଧନା ଉତ୍ସବରେ ସଭାପତି ତଥା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ , ଡା.ଗିରୀଶ କୁମାର ମହାନ୍ତି , କାର୍ଯ୍ୟକ୍ରମରେ ସଭାପତିତ୍ବ କରି ସ୍ଵାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ ।
ଡ଼ାଃ.ବିଦ୍ୟୁତ୍ ଶେଖର ମିଶ୍ର ଏବଂ ଡ଼ାଃ ଶ୍ରୀକାନ୍ତ ଖଟୁଆ ଗୋ ସମ୍ବର୍ଦ୍ଧନା ସମ୍ପର୍କରେ ସ୍ବରଚିତ କବିତା ପାଠ କରିଥିଲେ । ଏହାପରେ ମୁଖ୍ୟ ବକ୍ତା ଗୋ-ସମ୍ବର୍ଦ୍ଧନାର ପୃଷ୍ଠଭୂମି , ମହତ୍ଵ ଏବଂ ସମାଜରେ ଗୋପାଳନ\’ର ଆବଶ୍ୟକତା ସମ୍ପର୍କ\’ରେ କହିଥିଲେ ।
ଏହି ଉତ୍ସବରେ ଜୀବେଦୟା ସଂସ୍ଥା \”ହେଣ୍ଡ ଫର୍ ଏନିମଲ\” ଏବଂ ଜୀବେଦୟା କର୍ମୀ ଶ୍ରୀ ସନ୍ତୋଷ କୁମାର ବକ୍ସିଙ୍କୁ ପ୍ରାଣୀ ସେବା କ୍ଷେତ୍ର\’ରେ ବିଶେଷ ଅବଦାନ ପାଇଁ ମାନପତ୍ର ପ୍ରଦାନ କରି ସମ୍ମାନିତ କରା ଯାଇଥିଲା।
ଶେଷରେ ମୁଖ୍ୟ ଅତିଥି ଗୋ ପୂଜନର ପ୍ରାସଙ୍ଗିକତା ଏବଂ ଗୋ ସମ୍ପଦ ଦ୍ବାରା ଚାଷୀମାନଙ୍କ ଆର୍ଥିକ ଉନ୍ନତି ସମ୍ପର୍କରେ କହିଥିଲେ ।
ଶେଷରେ କାଶୀନଗର ପ୍ରାଣୀ ଚିକିତ୍ସକ ଡ଼ାଃ .ଲିପିରେଖା ସ୍ୱାଇଁ , ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ଶ୍ରୀ କୈଳାସ ବେହେରା , ଉପନିର୍ଦେଶକ ଉଦ୍ୟାନ ବିଭାଗ ଅଧିକାରୀ ଡ଼: ସୁଶାନ୍ତ କୁମାର ଦାଶ , ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ , ଗଜପତି ଶ୍ରୀ ସୁରେଶ କୁମାର ପଟ୍ଟାୟକ , ଜିଲ୍ଲା ମତ୍ସ୍ୟ ଅଧିକାରୀ , ଶ୍ରୀମତୀ ଲିସା ବେହେରା , ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଫାଲଗୁନି ମାଝୀ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ , ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଉତ୍ସବରେ ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଅଧିକାରୀ ଡ଼ାଃ ରମାକାନ୍ତ ରଣା , ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ାଃ ନାରାୟଣ ମହାପାତ୍ର , ଡ଼ାଃ ପ୍ରଶାନ୍ତ କୁମାର ସାମଲ , ଡ଼ାଃ ଶୁଭବିକାଶ ମଲ୍ଲିକ, ଡ଼ାଃ ଅଭିଜିତ ମିଶ୍ର ପରିଚାଳନା କରିଥିବା ବେଳେ ବିଭାଗୀୟ କର୍ମଚାରୀ ଶ୍ରୀ ବିଭୂତି ଗନ୍ତାୟତ ଓ ରାକେଶ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।
ଏହି ଉତ୍ସବରେ ଜିଲ୍ଲାର ସାତଗୋଟି ବ୍ଲକ୍ ରୁ ୧୫୦ରୁ ଉର୍ଦ୍ଧ ଗୋପାଳକ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031