Indus Valley Times

ଗଜପତି: ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ଆନ୍ଦୋଳନ ଯୋଗୁଁ ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ବ୍ୟାଘାତ

 Breaking News

ଗଜପତି: ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ଆନ୍ଦୋଳନ ଯୋଗୁଁ ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ବ୍ୟାଘାତ

ଗଜପତି: ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ଆନ୍ଦୋଳନ ଯୋଗୁଁ ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ବ୍ୟାଘାତ
August 23
09:36 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ଗଜପତି,୨୩/୮: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରାଜ୍ୟ ସଂଘ ଆହ୍ବାନ କ୍ରମେ ଗଜପତି ଜିଲ୍ଲାର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ୨ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା କାର୍ଯ୍ୟକ୍ରମରେ ବସିଥିବା ଯୋଗୁଁ ଗ୍ରାମାଞ୍ଚଳର ତୃଣମୂଳ ସ୍ତରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାଘାତ ପରିସ୍ଥିତି ଦେଖାଦେଇଛି । ଏହି ଅବସରରେ ଜିଲ୍ଲା ସଂଘର ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ନେତୃତ୍ୱରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ନିଜର କାମ ଛାଡି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ମୁଖ୍ୟତଃ ସରକାରଙ୍କ ନିକଟରେ ଉପସ୍ଥାପିତ ନ୍ୟାର୍ଯ୍ୟ ଦାବି ଯଥା:- ପଞ୍ଚାୟତ ନିର୍ବାହୀ ଅଧିକାରୀ ଚାକିରି ସର୍ତ୍ତାବଳୀରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବଦଳରେ ଯୁକ୍ତ ତିନିକୁ ପରିବର୍ତ୍ତନ କରାଯିବା ସହ ଦରମାରେ ଥିବା ଅସଙ୍ଗତି ଦୂର କରିବା , ପଞ୍ଚାୟତ ରାଜ ବିଭାଗର କ୍ୟାଡରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ କ୍ୟାଡରଭୁକ୍ତ କରିବା , ଶତ-ପ୍ରତିଶତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରୂପେ ପଦୋନ୍ନତି ଦେବା ଦାବୀ ଅନ୍ତର୍ଭୁକ୍ତ। ଉକ୍ତ ଦାବିଗୁଡିକୁ ପୂରଣ କରିବାରେ ସରକାର ବିଫଳ ହେବାରୁ ପଞ୍ଚାୟତ ନିବାହୀ ଅଧିକାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର‌୍ୟ୍ୟନ୍ତ କଲମ ଛାଡ ଆନ୍ଦୋଳନ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବସିଛନ୍ତି ବୋଲି ଜିଲ୍ଲା ସଂଘ ସଭାପତି ଶ୍ରୀ ରାଜେନ୍ଦ୍ର ରଥ ଓ ଜିଲ୍ଲା ସଂଘର ବରିଷ୍ଠ ସଭ୍ୟା ଶ୍ରୀମତୀ ଅର୍ଚ୍ଚନା ନାୟକ ଙ୍କ ସମେତ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ବାହାଦୁର , ଉପସଭାପତି ଶ୍ରୀ ମଧୁ ପୋଲାକି ,ରାଜ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ନୃସିଂହ ଚରଣ ମିଶ୍ର , ଶ୍ରୀ ପି: ବାଲକ୍ରିଷ୍ଣା , ଯୁଗ୍ମ ସମ୍ପାଦକ ଶ୍ରୀ ରବି କୁମାର ପାତ୍ର ଏବଂ କୋଷାଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଣ୍ଡା ପ୍ରମୁଖ ଜଣାଇଛନ୍ତି। ଗଜପତି ଜିଲ୍ଲାରେ ୭ ଟି ବ୍ଲକରେ ମୋଟ ୧୪୯ ଟି ପଞ୍ଚାୟତ ଥିବା ବେଳେ ସେଥି ମଧ୍ୟରୁ ୧୦୬ ଟି ପଞ୍ଚାୟତ ପାଇଁ ପଞ୍ଚାୟତ ନିର୍ବାହୀ ରହିଛନ୍ତି । ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ପଞ୍ଚାୟତ ତଥା ଗ୍ରାମାଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସମୃକ୍ତ ଓ ସକ୍ରିୟ ରହି ଗରିବ ଲୋକଙ୍କୁ ଆବଶ୍ୟକ ସେବା ଯୋଗାଇ ବାରେ ବେଶ ସହାୟକ ହୋଇଥାନ୍ତି , ତେବେ ଦୀର୍ଘ ୫/୬ ଦିନ ହେଲାଣି ପଞ୍ଚାୟତ ନିର୍ବାହୀ ମାନଙ୍କ ଷ୍ଟ୍ରାଇକ ତଥା କାର୍ଯ୍ୟବନ୍ଦ ଆନ୍ଦୋଳନ ଲାଗି ରହିଥିବା ଯୋଗୁଁ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ ଭାବେ ଠପ ହୋଇ ଯାଇଛି । ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ କେନ୍ଦ୍ର ସରକାରଙ୍କ ପଞ୍ଚଦଶ ଅର୍ଥ କମିଶନ ଯୋଜନା କାର୍ଯ୍ୟ , ମହାତ୍ମା ଗାନ୍ଧୀ ମନରେଗା ଯୋଜନା କାର୍ଯ୍ୟ ଓ ରାଜ୍ୟ ୫ମ ଅର୍ଥ କମିଶନ ଯୋଜନା କାର‌୍ୟ୍ୟ ସମ୍ପୂର୍ଣ ବ୍ୟାଘାତ ହୋଇଛି । ଏଥିର ବିଭିନ୍ନ ଉନ୍ନୟନ କାର୍ଯ୍ୟ ନାଳ ନିର୍ମାଣ ସହ ପାର୍କ , ପୋଖରୀ ଗାଡ ୱାଲ୍ ଓ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ଅଧ୍ ପନ୍ତରିଆ ଭାବେ ପଡ଼ିରହି ପେୟମେଣ୍ଟ ହୋଇ ପାରୁନି । ସେହିଭଳି ହରିଶ୍ଚନ୍ଦ୍ର ସହାୟତା ଯୋଜନା କାର୍ଯ୍ୟ ମଧ୍ୟ ହୋଇ ପାରୁନି। ସାଧାରଣ ବଣ୍ଟନ କାର୍ଯ୍ୟ ହୋଇ ପାରୁନି ଲୋକେ ଚାଉଳ ଓ ଅନ୍ୟାନ୍ୟ ରେଶନ ସାମଗ୍ରୀ ପାଇ ପାରୁନାହାନ୍ତି । ସେହିଭଳି ଗ୍ରାମୀଣ ଗୃହ ଯୋଜନାରେ ଯେଉଁ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଘର ତିଆରି କରୁଛନ୍ତି , ପଞ୍ଚାୟତ ଅଧିକାରୀ ମାନଙ୍କ ଏହି ଆନ୍ଦୋଳନ ଯୋଗୁଁ ପରବର୍ତ୍ତୀ ୨ୟ ଓ ୩ ୟ କିସ୍ତି ନ ପାଇବା ଫଳରେ ଅନେକ ଘର କାମ ଅର୍ଦ୍ଧ ପନ୍ତରିଆ ହୋଇ ପଡ଼ିରହିଛି । ସେହିଭଳି ବିଭିନ୍ନ କାର୍ଯ୍ୟ ପାଇଁ ବହୁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତି କି ପଞ୍ଚାୟତ ସ୍ତରରେ ହେଉଥିବା ଇ- ପଞ୍ଚାୟତ ସଭା ବୈଠକ ଅନୁଷ୍ଠିତ ହୋଇ ପାରୁନି । ଏଭଳି ପଞ୍ଚାୟତ ସ୍ତରରେ ଅନେକ କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ ଅନୁଷ୍ଠିତ ହୋଇ ନ ପାରି ବିଶେଷ ବ୍ୟାଘାତ ସୃଷ୍ଟି ହେଉଛି । ଏହି ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଅନେକେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଗୋଷାଣୀ ବ୍ଲକ୍ କେରାଣ୍ଡି ପଞ୍ଚାୟତ ର ଶ୍ରୀ ଏନ: ଜଗନ୍ନାଥ , ୱାର୍ଡ ମେମ୍ବର ଶ୍ରୀ ସାନିଆ ପଲେଇ , କେରାଣ୍ଡୀ ଗ୍ରାମର ଶ୍ରୀମତୀ ରିତା ଜେନା , ଶ୍ରୀ ଗୋବିନ୍ଦ ପାତ୍ର ଏବଂ କାଶୀନଗର ରାନିପେଣ୍ଠା ପଞ୍ଚାୟତର ବୁଦ୍ଧିଜୀବୀ ଶ୍ରୀ ପି: କିରଣ କୁମାର ପ୍ରମୁଖ ଅଭିଯୋଗ ଜଣାଇବା ସହ ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ପଞ୍ଚାୟତ ଓ ପଞ୍ଚାୟତ ବାସୀଙ୍କ ହିତ ପାଇଁ ଆନ୍ଦୋଳନ ରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ଦାବୀ ପ୍ରତି କୌଣସି ଏକ ଉପକୁକ୍ତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031