Indus Valley Times

ଗଜପତି: ପିପିପି ମୋଡରେ ବିଜ୍ଞାନ ଭାରତୀ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଉଦଘାଟିତ

 Breaking News

ଗଜପତି: ପିପିପି ମୋଡରେ ବିଜ୍ଞାନ ଭାରତୀ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଉଦଘାଟିତ

July 28
20:41 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୭: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠର ବେତାଗୁଡ଼ା ସ୍ଥିତ ହାତୀବାଡି ଠାରେ ପିପିପି ମୋଡରେ ବିଜ୍ଞାନ ଭାରତୀ ଚେରିଟେବୁଲ ଟ୍ରଷ୍ଟ ସହ-ଭାଗୀତାରେ ହୋଇଥିବା ଏକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଉଦଘାଟିତ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କେନ୍ଦ୍ରକୁ ଉଦଘାଟନ କରିଥିବା ବେଳେ କେନ୍ଦ୍ରର ବିଭିନ୍ନ ତାଲିମ କକ୍ଷ ମାନଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ , ଏଡିଏମ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଏବଂ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚଳ ଖମାରୀ ପ୍ରମୁଖ ଉଦଘାଟନ କରିଥିଲେ ।
ଉଦଘାଟନ ପରେ ସମସ୍ତ ଅତିଥି କେନ୍ଦ୍ରର ସମସ୍ତ ତାଳିମା କକ୍ଷ ପରିଦର୍ଶନ କରିବା ସହ ସେଠାରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ସୁବିଧା-ଅସୁବିଧା ସବୁ ପଚାରି ବୁଝିଥିଲେ ।
ଶିକ୍ଷିତ ଯୁବକ ମାନଙ୍କୁ ବିଭିନ୍ନ ଟ୍ରେଡ଼ରେ ଉଚ୍ଚ ବୈଷୟିକ ଯୋଗ୍ୟତା ଓ ଦକ୍ଷତା ସମ୍ପନ୍ନ ପ୍ରଶିକ୍ଷକଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯିବା ଏହି କାର୍ଯ୍ୟକ୍ରମର ପରିକଳ୍ପନା ଓ ଉଦ୍ଦେଶ୍ୟ ।
ଏହି ତାଲିମ କେନ୍ଦ୍ର ପାଇଁ ରାଜ୍ୟ ସରକାରଙ୍କ ପୃଷ୍ଠ-ପୋଷକତାରେ ଉଚ୍ଚ ବୈଷୟିକ ଯୋଗ୍ୟତା ଓ ଦକ୍ଷତା ସମ୍ପନ୍ନ ପ୍ରଶିକ୍ଷକଙ୍କ ଦ୍ୱାରା ତାଳିମାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରାଯିବ ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ପ୍ରାଧାନ୍ୟତା ରହିଲେ ହିଁ ସେମାନେ ଶସକ୍ତ ହୋଇ ସ୍ୱାବଲମ୍ବୀ ହେବା ସହ ଉପାର୍ଜନ କ୍ଷମ ହୋଇ ପାରିବେ ଏବଂ ନିଜ ଗ୍ରାମକୁ ମଧ୍ୟ ଏ ଦିଗରେ ଏକ ବ୍ୟବସାୟୀ ଭିତ୍ତିକ କେନ୍ଦ୍ରରେ ପରିଣତ କରିପାରିବେ, ଯାହା ଫଳରେ ଆଗାମୀ ଦିନରେ ଏହି ମହିଳା ମାନେ ହିଁ ଗଜପତି ଜିଲ୍ଲାର ଟେକ ରଖିବେ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି: ତିରୁପତି ରାଓ , ଏଡିଏମ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚଳ ଖମାରୀ , ମହିଳା ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ପାଣିଗ୍ରାହୀ , ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଏବଂ ନିର୍ଦ୍ଦେଶକ ଇଞ୍ଜିନିଅର ରୁପେଶ ପାଣିଗ୍ରାହି ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଅଷ୍ଟମରୁ ପାଠ ଛାଡି ଘରେ ରହୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ କାଉନସେଲିଙ୍ଗ ହୋଇ ଏଥିରେ ସୁଯୋଗ ପାଇପାରିବେ ।
ସେମାନେ ଏଠାରେ ଉତ୍ତମ ଶିକ୍ଷାଲାଭ କରି ପରବର୍ତ୍ତୀ ସମୟରେ ଏହି ଶିକ୍ଷାଲାଭର ସଦୁପଯୋଗ ଦ୍ୱାରା ସେମାନେ ସ୍ୱାବଲମ୍ବୀ ହେବା ସହ ଉପାର୍ଜନ କ୍ଷମ ହୋଇ ନିଜେ ଚଳିବା ସହ ସମାଜକୁ ଆଗକୁ ନେବାରେ ସହାୟକ ହୋଇପାରିବେ ବୋଲି କହିଥିଲେ ।
ସେହିଭଳି ନିର୍ଦ୍ଦେଶକ ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ ଏଠାରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବାର ସୁଯୋଗ ଦେଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ।
ଜିଲ୍ଲାର ଦୁଇ ହଜାର ଶିକ୍ଷିତ ବିଶେଷ କରି ଝିଅ ପିଲା ମାନଙ୍କୁ ଦୀର୍ଘସ୍ଥାୟୀ ସ୍ୱାବଲମ୍ବୀ କରିବା ଦିଗରେ ଜିଲ୍ଲା ପ୍ରଶାସନର ଲକ୍ଷଧାର୍ଯ୍ୟ ରହିଛି ।
ଏହି ତାଲିମ କେନ୍ଦ୍ରରେ ସିଲେଇ , ଅପରେଟିଙ୍ଗ , ଜିଡିଏ ଓ କମ୍ପୁଟର ପ୍ରଭୃତିରେ ତାଲିମ ଗ୍ରହଣ କରିବା ସହ ମାଗଣା ରହିବା , ଖାଇବା ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ରହିଛି ।
ସମସ୍ତେ ଭଲରେ ତାଲିମ ଗ୍ରହଣ କରି ଭବିଷ୍ୟତରେ ଏହାର ଉଚିତ ସଦୁପଯୋଗ କରି କିଭଳି ସୁନାମ ଆଣିବେ ଆମେ ଏଁ ଦିଗରେ ସମ୍ପୂର୍ଣ୍ଣ ଭାବେ ପ୍ରୟାସ ଜାରୀ ରଖିବୁ ବୋଲି ନିର୍ଦ୍ଦେଶକ ଇଞ୍ଜିନିଅର ରୁପେଶ ପାଣିଗ୍ରାହୀ କହିଥିଲେ ।
ଏହି ଅବସରରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ସମେତ ସମସ୍ତ ମଞ୍ଚାସିନ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ ଶେଷରେ ଛତ୍ରୀ ମାନଙ୍କ ଦ୍ୱାରା ରଙ୍ଗରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ନୃତ୍ୟ ପରିବେଷଣ କରା ଯାଇଥିଲା ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031