Indus Valley Times

ଗଜପତି: ପ୍ରଗତି ମହିଳା ସଙ୍ଗଠନର ବାର୍ଷିକ ଉତ୍ସବ ଓ ଆନ୍ତର୍ଜାତିକ ମାତୃ ଦିଵସ -୨୦୨୩ କାର୍ଯ୍ୟକ୍ରମ ପାଳିତ

 Breaking News

ଗଜପତି: ପ୍ରଗତି ମହିଳା ସଙ୍ଗଠନର ବାର୍ଷିକ ଉତ୍ସବ ଓ ଆନ୍ତର୍ଜାତିକ ମାତୃ ଦିଵସ -୨୦୨୩ କାର୍ଯ୍ୟକ୍ରମ ପାଳିତ

ଗଜପତି: ପ୍ରଗତି ମହିଳା ସଙ୍ଗଠନର ବାର୍ଷିକ ଉତ୍ସବ ଓ ଆନ୍ତର୍ଜାତିକ ମାତୃ ଦିଵସ -୨୦୨୩ କାର୍ଯ୍ୟକ୍ରମ ପାଳିତ
May 15
21:57 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୫: ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର ଏଜୁକେସନ ସେଣ୍ଟରର ସଭା ଗୃହ ଠାରେ “ପ୍ରଗତି” ମହିଳା ସଂଗଠନର ବାର୍ଷିକ ଉତ୍ସବ ଓ ଆନ୍ତର୍ଜାତିକ ମାତୃ ଦିବସ କାର୍ଯ୍ୟକ୍ରମ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସଂଗଠନର ସଭାନେତ୍ରୀ ଶ୍ରୀମତୀ କଳ୍ପନା ପଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାଆକୁ ସମ୍ମାନ ଜାତିକୁ ସମ୍ମାନ ଏବଂ ମା ସର୍ବଂସହା ଏକ ବିଶେଷ ବ୍ୟକ୍ତିତ୍ଵ ,ମାର ମମତା , ସ୍ନେହ , ତ୍ୟାଗ , ପ୍ରେମ ଅନନ୍ତ , ଅମାପ ଓ ତାହାରି ଡୋରୀରେ ବନ୍ଧା ଏ ଜଗତ ତା ବିନା ଆମର ନାହିଁ ଅସ୍ତିତ୍ବ ବୋଲି ବକ୍ତାମାନେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ସିଡିଏମଓ: ଡାଃ ପ୍ରଦୀପ କୁମାର ପାତ୍ର , ମୁଖ୍ୟବକ୍ତା ଭାବେ ପାରଳାଖେମୁଣ୍ଡି ସ୍ଥିତ ଏସକେସିଜି: ସ୍ଵୟଂଶାସିତ କଲେଜର ଅଧ୍ୟକ୍ଷ ପ୍ରଫେସର ଡଃ ଅଜୟ କୁମାର ତ୍ରିପାଠୀ ଓ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବୟୋଜ୍ୟେଷ୍ଠ । ମାଆ ଶ୍ରୀମତୀ ରତ୍ନବାଳା ପଟନାୟକଙ୍କ ସମେତ ୟୁଟେକ୍ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ମୁଖ୍ୟ ଶ୍ରୀ ଲୋକନାଥ ମିଶ୍ର ଏବଂ ଓଡ଼ିଶା ସାହିତ୍ୟ ଏକାଡେମି ଗଜପତି ଜିଲ୍ଲା ସଦସ୍ୟ ଶିକ୍ଷାବିତ୍ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବକ୍ତା ମାନଙ୍କ ମଧ୍ୟରେ ଗୁମ୍ମା ବ୍ଲକ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟନାୟକ ଓ ପଣ୍ଡିତ ନରସିଂହ ଗୌଡ଼ ପ୍ରମୁଖ ଯୋଗଦେଇ ମାତୃ ଦିବସ ପାଳନର ଉପାଦେୟତା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ସଂଗଠନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ମଞ୍ଚାସିନ ରହି ମାତୃ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିବା ସହ ସଂଗଠନର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଗଠନର ଶ୍ରୀମତୀ ସବିତା ପଣ୍ଡିତ କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ଅନୁଷ୍ଠିତ କାର୍ଯ୍ୟକ୍ରମ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।
ପ୍ରଗତି ସଂଗଠନର ସୁଶ୍ରୀ ରାଜେଶ୍ୱରୀ ସ୍ୱାଇଁ ଓ ସୁଶ୍ରୀ ବର୍ଷା ରାଉତ\’ଙ୍କ ସମେତ , ଶ୍ରୀମତୀ ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା , ଶ୍ରୀମତୀ ମାନସୀ ପଣ୍ଡା , ଶ୍ରୀ ଶରତ ପ୍ରଧାନ ଏବଂ ଶ୍ରୀ ମୂରଲୀଧର ପରିଚ୍ଛା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ଶୁଭ ଅବସରରେ ଦୁଇଜଣ ଶ୍ରେଷ୍ଠ ମାଆ ଭାବେ ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ପଟନାୟକ ଏବଂ ଶ୍ରୀମତୀ ଏମ: ଯୋଗଲାମ୍ମାଙ୍କୁ ଉପଢୌକନ , ପୁଷ୍ପଗୁଚ୍ଛ ଏବଂ ମାନପତ୍ର ଦେଇ ସମ୍ମାନୀତ କରା ଯାଇଥିଲା ।
ଏହି ଅବସରରେ କବିତା ପାଠୋତ୍ସବ , ଏକକ ଅଭିନୟ , ନୃତ୍ୟ ଓ ସଙ୍ଗୀତ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା । ଶେଷରେ ଉପସ୍ଥିତ ସମସ୍ତ ସଂଗଠନର ସଦସ୍ୟା ରଞ୍ଜିତା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031