Indus Valley Times

ଗଜପତି: ପ୍ରଧାନମନ୍ତ୍ରୀ ନେତ୍ର-ଜ୍ୟୋତି କାର୍ଯ୍ୟକ୍ରମରେ ମାଗଣା ଚକ୍ଷୁ ପରାମର୍ଶ ଓ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ପ୍ରଧାନମନ୍ତ୍ରୀ ନେତ୍ର-ଜ୍ୟୋତି କାର୍ଯ୍ୟକ୍ରମରେ ମାଗଣା ଚକ୍ଷୁ ପରାମର୍ଶ ଓ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

March 25
19:16 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୩: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏବଂ ବ୍ରହ୍ମପୁର ସ୍ଥିତ “ନାଭ” ସ୍ଵୀକୃତି ପ୍ରାପ୍ତ “ରୁବୀ ଚକ୍ଷୁ ଚିକିତ୍ସାଳୟ” ଓ ଲାସି ସେଣ୍ଟର ଆନୁକୁଲ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରଧାନମନ୍ତ୍ରୀ ନେତ୍ର-ଜ୍ୟୋତି କାର୍ଯ୍ୟକ୍ରମ ଅନ୍ତର୍ଗତରେ ଏକ ମାଗଣା ଚକ୍ଷୁ ପରାମର୍ଶ ଓ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିର କାର୍ଯ୍ୟକ୍ରମକୁ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ଉଦଘାଟନ ଓ ଶୁଭାରମ୍ଭ କରିଥିଲେ ।
ପରେ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ତଥା ପିଏଚଇଓ: ମମତା ପାଢୀଙ୍କ ସଚେତନତା ସଭା କାର୍ଯ୍ୟକ୍ରମ ପରିଚାଳନା କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।
ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରାଣ୍ଡି ତଥା ଆଖପାଖ ଅଞ୍ଚଳରେ ଥିବା ବୟସ୍କ ବୟସ୍କା ବ୍ୟକ୍ତି ଯେଉଁ ମାନଙ୍କ ଚକ୍ଷୁ ପରଳ ଅଛି , ଝାଉଁଳିଆ ଦେଖାଯାଉଛି କି ଚକ୍ଷୁ ଜନିତ ଯନ୍ତ୍ରଣା କି କୌଣସି ପ୍ରକାରର ସମସ୍ୟା ରହିଛି , ସେମାନଙ୍କ ଚକ୍ଷୁ ସ୍କ୍ରୀନିଂ କରାଯିବା ସହ ଆବଶ୍ୟକ ସ୍ଥଳେ ମାଗଣାରେ ଅସ୍ତ୍ରୋପଚାର କରାଯିବ , ଏହାହିଁ ଏହି କାର୍ଯ୍ୟକ୍ରମ ଆୟୋଜନ\’ର ମୁଖ୍ୟ ଉଦ୍ଦେଶ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ଡ଼ାଃ ପତିତପାବନ ବାରୀକ , ରୁବୀ ଚକ୍ଷୁ ଚିକିତ୍ସାଳୟର ଡ଼ାଃ ସୁଜିତ୍ କୁମାର ଦାସ ଏବଂ ସହକାରୀ ଅପଥପମିକ ଶ୍ରୀ ପ୍ରଭାତ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଅଞ୍ଚଳବାସୀଙ୍କ ଉତ୍ତମ ସେବା ଯୋଗାଇ ଦେବା ଆମର ଲକ୍ଷ , ତେଣୁ ଯେଉଁ ବୃଦ୍ଧ ବୃଦ୍ଧା ଶିବିରକୁ ଆସି ପାରିନାହାନ୍ତି ସେମାନଙ୍କୁ ଏହି ଶିବିରର ବାର୍ତ୍ତା ପହଞ୍ଚାଇ ଆଗାମୀ ଦିନରେ ଏ ଅଞ୍ଚଳରେ ହେବାକୁ ଥିବା ଚକ୍ଷୁ ଚିକିତ୍ସା ଶିବିରକୁ ଆସି ସେମାନଙ୍କ ଚକ୍ଷୁ ସ୍କ୍ରିନୀଙ୍ଗ ପରୀକ୍ଷା କରାଇ ନେବାକୁ ଜଣାଇବେ ବୋଲି କହିଥିଲେ ।
ଏହି ଚକ୍ଷୁ ଚିକିତ୍ସା ଶିବିରରେ ରୁବୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଚକ୍ଷୁ ଜନିତ ବିଭିନ୍ନ ପ୍ରକାରର ପରୀକ୍ଷା କରା ଯାଇଥିଲା । ଅସ୍ତ୍ରୋପଚାର ଚିହ୍ନଟ ମାନଙ୍କୁ ମାଗଣାରେ ବ୍ରହ୍ମପୁର ସ୍ଥିତ ରୁବୀ ଚକ୍ଷୁ ଚିକିସ୍ୟାଳୟରେ କେଟ୍ରେକ୍ ଓ ଅନ୍ୟାନ୍ୟ ଅସ୍ତ୍ରୋପଚାର କରାଯାଇ ଭଲରେ ଦେଖି ପାରିବା ପାଇଁ ସେମାନଙ୍କୁ ଇଣ୍ଟ୍ରା କୁଲାର ଲେନ୍ସ ଦିଆଯିବ ବୋଲି ପରାମର୍ଶ ଦିଆ ଯାଇଥିଲା ।
ଶିବିରରେ ଚକ୍ଷୁ ଜନିତ ବିଭିନ୍ନ ପରୀକ୍ଷା ରୁବୀ ଚକ୍ଷୁ ଚିକିତ୍ସାଳୟ ଓ ଲାସୀ ସେଣ୍ଟରର ମ୍ୟାନେଜର ଡ଼ାଃ ସୁଜିତ୍ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ ରାକେଶ ରୋଷନ ବେହେରା , ଶ୍ରୀ ବିକାଶ କୁମାର ପ୍ରଧାନ ଓ ଭୀଷ୍ମ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।

ଏହି ଚକ୍ଷୁ ଚିକିତ୍ସା ଶିବିର’କୁ ୧୧୬ ଜଣ ଆସି ସେମାନଙ୍କ ଚକ୍ଷୁ ପରୀକ୍ଷା ପାଇଁ ପଞ୍ଜୀକୃତ କରାଇ ଥିବା ବେଳେ ସେମାନଙ୍କ ମଧ୍ୟ’ରୁ  ୪୬ ଜଣ’ଙ୍କୁ କେଟ୍ରେଟ ଅସ୍ତ୍ରୋପଚାର ପାଇଁ ଚିହ୍ନଟ ହୋଇଥିବା ବେଳେ ୧୬ ଜଣ’ଙ୍କୁ ଚଷମା ବ୍ୟବହାର ପାଇଁ ଏବଂ ୩୪ ଜଣ’ଙ୍କ ଚକ୍ଷୁରେ ଆଇ-ଡ୍ରପ ଔଷଧ ଦିଆ ହୋଇଥିଲା । ଏହି କାର୍ଯ୍ୟକ୍ରମ’ରେ ଏମଆରଏ: ଶ୍ରୀ ଏମ୍: ଗଣେଶ ଏବଂ ଏକାଉଣ୍ଟ୍lଣ୍ଟ ଶ୍ରୀ ଏମ୍: ଶ୍ରୀନୁ ପ୍ରମୁଖ ପରିଚାଳନା’ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031