Indus Valley Times

ଗଜପତି : ଭାରତୀୟ ଜନତା ପାର୍ଟି ପକ୍ଷରୁ ମଣ୍ଡଳ ବୈଠକ ଓ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ଗଣେଶ କୁମାର ରାଜୁଙ୍କ ରିପୋର୍ଟ

 Breaking News

ଗଜପତି : ଭାରତୀୟ ଜନତା ପାର୍ଟି ପକ୍ଷରୁ ମଣ୍ଡଳ ବୈଠକ ଓ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ଗଣେଶ କୁମାର ରାଜୁଙ୍କ ରିପୋର୍ଟ

August 06
16:23 2026

ଗଜପତି, ୬/୮ : ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ କାଶୀନଗର ବ୍ଲକ ସୀତାପୁର ମଣ୍ଡଳ ଅନ୍ତର୍ଗତ ରାଣିପେଣ୍ଠା ଗ୍ରାମ ଠାରେ ମାସିକ ମଣ୍ଡଳ ବୈଠକ ଓ ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସାଂଗଠନିକ ଆଲୋଚନା କରିବା ସହ ଏସ.ଆଇ.ଆର୍ ଭୋଟର ତାଲିକାରୁ ସଠିକ ଭୋଟର କିପରି ନ କଟିବେ, ଓ ଆଗମୀ ଦିନରେ କିପରି ଦଳ ପଞ୍ଚାୟତ ସ୍ତର ରେ ଅଧିକ ଶକ୍ତିଶାଳୀ ହୋଇ ନିର୍ବାଚନ ସମ୍ମୁଖୀନ ହେବ ସେ ସମ୍ପର୍କରେ ମଞ୍ଚାସୀନ ଅତିଥି ମାନେ ଆଲୋକପାତ କରିଥିଲେ।
ପରେ ଜିଲ୍ଲା ସାଧାରଣ ସଂପାଦକ ଜଗନ୍ନାଥ ମହାପାତ୍ର ଙ୍କ ନେତୃତ୍ୱରେ ଏକ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇ ଗ୍ରାମ ପରିକ୍ରମା କରି ତ୍ରିରଙ୍ଗା ପତାକାର ମହତ୍ଵ ଉପରେ ଗ୍ରାମବାସୀ ମାନଙ୍କୁ ସଚେତନ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ପାରଳା ର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ଉପ ସଭାପତି ଶ୍ରୀ କେ: ନାରାୟଣ ରାଓ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ସି ଏଚ ସୀମାଦ୍ରୀ, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ସି ଏଚ ଲୋକନାଥମ, ରକମ୍ ରାଜଲକ୍ଷ୍ମୀ, କେ: ବାବୁ ରାଓ, ମଣ୍ଡଳ ସଭାପତି କେ ଜୀବନ, ଯୁବ ନେତା ପିନିଣ୍ଟୀ କିରଣ, ଦିବାକର ପ୍ରମୁଖ ଙ୍କ ସମେତ ଅନେକ କର୍ମୀ ମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031