Indus Valley Times

ଗାଡ଼ି ଋଣ ଶୁଝିବା ପାଇଁ ହୋଇଥିଲା ଅମୃତଙ୍କ ଅପହରଣ; ଖୋଲିଲା ଅପହର୍ତ୍ତାଙ୍କ ପୂରା ପ୍ଲାନ୍

 Breaking News

ଗାଡ଼ି ଋଣ ଶୁଝିବା ପାଇଁ ହୋଇଥିଲା ଅମୃତଙ୍କ ଅପହରଣ; ଖୋଲିଲା ଅପହର୍ତ୍ତାଙ୍କ ପୂରା ପ୍ଲାନ୍

ଗାଡ଼ି ଋଣ ଶୁଝିବା ପାଇଁ ହୋଇଥିଲା ଅମୃତଙ୍କ ଅପହରଣ; ଖୋଲିଲା ଅପହର୍ତ୍ତାଙ୍କ ପୂରା ପ୍ଲାନ୍
December 20
19:19 2022

ନୟାଗଡ଼,୨୦/୧୨: ସପ୍ତମ ଶ୍ରେଣୀ ଛାତ୍ର ଅମିତ୍ର ପାତ୍ର ଅପହରଣ ଘଟଣାରେ ନୟାଗଡ଼ ପୁଲିସ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଅମ୍ରିତକୁ ଅପହରଣ କରିବା ଅଭିଯୋଗରେ ଓଡଗାଁ ପୁଲିସ କୁରାଳ ଗାଁର ୩ ଜଣଙ୍କୁ ଅଟକ ରଖିଛି। ଅଭିଯୁକ୍ତମାନେ ହେଲେ ଭକ୍ତ ଦର୍ଶନ ପଣ୍ଡା, ସ୍ବପ୍ନ ପ୍ରସାଦ ପଣ୍ଡା ଓ ସୁନିଲ ପାଣିଗ୍ରାହୀ। ତେବେ ପୁଲିସ ନାବଳକ ଅମ୍ରିତର ୧୬୪ ବୟାନ ରେକର୍ଡ କରିବ। ସେହିପରି ପୁଲିସ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି।
ପୁଲିସ କହିଛି ଯେ, ଅଭିଯୁ୍କ୍ତମାନେ ଏକ ଗାଡ଼ି ଋଣ ସୁଝିବା ପାଇଁ ନାବାଳକକୁ ଅପହରଣ କରିଥିଲେ। ଅପହରଣ କରି ଅମ୍ରିତର ବାପାଙ୍କ ଠାରୁ ଟଙ୍କା ଦାବି କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ତେବେ ଅଭିଯୁକ୍ତମାନେ ଯେଉଁ ବୋଲେରୋକୁ ଋଣ ସୂତ୍ରରେ ଆଣିଥିଲେ, ସେଥିରେ ହିଁ ଅମ୍ରିତକୁ ଅପହରଣ କରିଥିଲେ। କିନ୍ତୁ ଫାଇନାନ୍ସ ସଂସ୍ଥା ଅପହରଣ ଘଟଣାର ପରଦିନ ଗାଡ଼ିକୁ ନେଇଯାଇଥିଲା। ତେଣୁ ଅଭିଯୁକ୍ତମାନେ ଅମ୍ରିତକୁ ଏକ ଘର ଭିତରେ ଲୁଚାଇ ରଖିଥିଲେ।ଇୟଗ୍ଦ ଭ
କୁରାଳ ଗ୍ରାମରୁ ଅପହୃତ ହୋଇଥିବା ନାବାଳକ ଅମ୍ରିତକୁ ସୋମବାର ଭୋର୍ରୁ ଗ୍ରାମର ଏକ ଘର ଭିତରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗତ ଗୁରୁବାର ଓଡ଼ଗାଁ ଥାନା କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ଟ୍ୟୁସନ୍ ଯାଇ ନିଖୋଜ ହେବା ଘଟଣା ସାରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ୫ ଦିନ ଧରି ଜିଲ୍ଲା ପୁଲିସ, ସାଇଣ୍ଟଫିକ୍ ଟିମ୍ ତନାଘନା କରିଥିଲେ ମଧ୍ୟ ଅମ୍ରିତର ସନ୍ଧାନ ମିଳିନଥିଲା। ଘଟଣା ଉପରୁ ପରଦା ହଟାଇବାକୁ ପୁଲିସ ନାକେଦମ ହୋଇଥିବା ବେଳେ ସୋମବାର ଭୋର୍ରୁ ଅପହରଣକାରୀମାନେ ଅମ୍ରିତକୁ ଆଣି ଏକ ଘରେ ଛାଡ଼ି ଚାଲି ଯାଇଥିଲେ। ସକାଳ ୭ଟା ସମୟରେ ଜଣେ ପଡ଼ୋଶୀ ମହିଳା ଏକ ଟ୍ୟାପ୍ରୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ଲୁହା ଗେଟ୍ ପଛରେ ଥାଇ ଅମ୍ରିତ୍ ହାତଠାରି ମହିଳାଙ୍କୁ ଡାକିଥିଲା। ମହିଳା ଜଣଙ୍କ ଅମ୍ରିତ୍କୁ ଦେଖି ଅନ୍ୟମାନଙ୍କୁ କହିଥିଲେ।
ଗ୍ରାମର ଗଣେଶ୍ବର ସାହୁଙ୍କୁ ମହିଳାମାନେ ଏହା ଜଣାଇବାରୁ ସେ ପାଚେରି ଡେଇଁ ଭିତରେ ପଶି ଅମ୍ରିତକୁ ଉଦ୍ଧାର କରିଥିଲେ। ଘଟଣା ପ୍ରଘଟ ହେବା ପରେ ଗାଁ’ର ଶହଶହ ଲୋକେ ସେଠାରେ ରୁଣ୍ଡ ହୋଇଥିଲେ। ସ୍ଥାନୀୟ ସରପଞ୍ଚ ବିଜନ ପାଇକରାୟ ସେଠାରେ ପହଞ୍ଚି ଅମ୍ରିତକୁ ଥଣ୍ଡା ପାନୀୟ ଦେଇ ଆଶ୍ବାସନା ଦେଇଥିଲେ। ଅମ୍ରିତଙ୍କ ବାପାମା’ ଆସି ସେଠାରେ ପହଞ୍ଚି ପୁଅକୁ କୋଳେଇ ନେଇଥିଲେ। ଖବର ପାଇ ପୁଲିସ ପହଞ୍ଚି ଅମ୍ରିତକୁ ସେଠାରୁ ନେଇ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ।
ଅମ୍ରିତର ମାନସିକ ଅବସ୍ଥା ଭଲ ନଥିବାରୁ ପୁଲିସ ଓ ଗଣମାଧ୍ୟମ ପ୍ରତିନିଧିମାନେ ସେ କେଉଁଠି କିପରି ଅବସ୍ଥାରେ ଥିଲା ଏବଂ ତାକୁ କିଏ ନେଇଥିଲା ସେ ସମ୍ପର୍କରେ ପଚରାଉଚୁରା କରିବା ଉପରେ ବାରଣ କରାଯାଇଛି। ଅମ୍ରିତର ମାନସିକ ଅବସ୍ଥାରେ ସୁଧାର ଆସିବାକୁ ପରିବାର ଓ ବନ୍ଧୁବାନ୍ଧବମାନଙ୍କ ପାଖରେ ଛଡ଼ା ଯାଇଛି। ଅମ୍ରିତ୍ ଉଦ୍ଧାର ପରେ ନୟାଗଡ଼ ଏସ୍ପି ଅଲେଖ ଚନ୍ଦ୍ର ପହି ଓଡ଼ଗାଁ ଥାନାରେ ପହଞ୍ଚି ଅମ୍ରିତର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହି ଘଟଣାରେ ୩ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031