Indus Valley Times

ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ବଡ ଆକ୍ସନ, ୧୨ କଂଗ୍ରେସ ବିଧାୟକଙ୍କୁ ୭ ଦିନ ବିଧାନସଭା ମନା

 Breaking News

ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ବଡ ଆକ୍ସନ, ୧୨ କଂଗ୍ରେସ ବିଧାୟକଙ୍କୁ ୭ ଦିନ ବିଧାନସଭା ମନା

March 25
17:52 2025

ଭୁବନେଶ୍ୱର, ୨୫/୩ : ଗଣତନ୍ତ୍ରର ପବିତ୍ର ମନ୍ଦିର ବିଧାନସଭାରେ ବିଶୃଙ୍ଖଳିତ ଆଚରଣ କରିବା ବିରୋଧୀ କଂଗ୍ରେସ ସଦସ୍ୟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ବାରମ୍ବାର ତାଗିଦ ପରେ ଶେଷରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ଓଡ଼ିଶା ବିଧାନସଭାରୁ ୧୨ ଜଣ ବିଧାୟକ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି । ଗୃହରେ ବିଶୃଙ୍କଳିତ ଆଚରଣ ପାଇଁ କଂଗ୍ରେସର ମୋଟ୍ ୧୪ ବିଧାୟକଙ୍କ ମଧ୍ୟରୁ ୧୨ ଜଣଙ୍କୁ ନିଲମ୍ବନ କରାଯାଇଛି। ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ ବାଚସ୍ପତି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଲଗାତର ଦୁଇ ସପ୍ତାହ ହେବ କଂଗ୍ରେସ ବିଧାୟକମାନେ ଗୃହରେ ଅଚଳାବସ୍ଥା ଜାରି ରଖିଥିଲେ । ନାରୀ ନିର‌୍ୟ୍ୟାତନା ପ୍ରସଙ୍ଗରେ ଗୃହ କମିଟି ଦାବି କରି ବିଧାନସଭାରେ ନାରାବାଜି କରି ଗୃହ କାର‌୍ୟ୍ୟରେ ବାଧା ସୃଷ୍ଟି କରୁଥିଲେ । ଗତ କିଛି ଦିନ ଗୃହରେ ଘଣ୍ଟ, ଘଣ୍ଟା, ତୂରୀ, ମହୁରୀ, ବଂଶୀ ବଜାଇ ପ୍ରତିବାଦ କରୁଥିଲେ । ଫଳରେ ଗୃହକୁ ଚଳାଇବା ଅସମ୍ଭବ ହୋଇ ପଡ଼ିଥିଲା । ଗୃହ କାର‌୍ୟ୍ୟରେ ସହଯୋଗ କରିବାକୁ ବାଚସ୍ପତି ବାରାମ୍ବାର ଅନୁରୋଧ କରିବା ସତ୍ତ୍ୱେ ବିରୋଧୀ ନିଜ ଜିଦରେ ଅଟଳ ଥିଲା । ତେବେ ଏ ନେଇ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରସ୍ତାବ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ । ଫଳରେ ବାଚସ୍ପତି ୧୨ ଜଣଙ୍କୁ ନିଲମ୍ବନ କରିଛନ୍ତି । କଂଗ୍ରେସର ଜୟପୁର ବିଧାୟକ ତାରା ବାହିନୀ ପତି ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ସଦସ୍ୟ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା ବିଧାୟକଙ୍କ ମଧ୍ୟରେ ରହିଛନ୍ତି ରାମଚନ୍ଦ୍ର କାଡାମ, ସିଏସ୍ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ବାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଚଳିତ ଅଧିବେଶନରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ନିଲମ୍ବିତ ହୋଇସାରିଛନ୍ତି । ଗୃହରେ ଅଶୋଭନୀୟ ଆଚରଣ ପାଇଁ ସେ ସାତ ଦିନ ଗୃହ କାର‌୍ୟ୍ୟରୁ ନିଲମ୍ବିତ ହୋଇଥିଲେ । ମନ୍ତ୍ରୀଙ୍କ ମାଇକକୁ ବନ୍ଦ କରିବାକୁ ଚେଷ୍ଟା କରିବା, ଫାଇଲ ଛଡ଼ାଇ ନେବା ଏବଂ କାଗଜ ଫୋପାଡ଼ିବାକୁ ନେଇ ବାଚସ୍ପତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930