Indus Valley Times

ଗୋଟିଏ ଡାଳରେ ଝୁଲୁଛି ଯୁବକ ଓ ଯୁବତୀଙ୍କ ମୃତଦେହ

 Breaking News

ଗୋଟିଏ ଡାଳରେ ଝୁଲୁଛି ଯୁବକ ଓ ଯୁବତୀଙ୍କ ମୃତଦେହ

ଗୋଟିଏ ଡାଳରେ ଝୁଲୁଛି ଯୁବକ ଓ ଯୁବତୀଙ୍କ ମୃତଦେହ
June 26
18:22 2022

ବାରିପଦା,୨୬/୬: ଗୋଟିଏ ଡାଳରେ ଝୁଲୁଛି ଯୁବକ ଏବଂ ଯୁବତୀଙ୍କ ମୃତଦେହ। ଆଜି ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ମାକୁନ୍ଦ ଜଙ୍ଗଲରେ ଏହି ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି।
ଅପରାହ୍ନରେ ମାକୁନ୍ଦ ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ ଏହି ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ।
ପ୍ରାଥମିକ ସୂଚନା ମୁତାବକ, ମୃତ ଯୁବକଙ୍କ ଘର ବେତନଟୀ ଥାନା ଅନ୍ତର୍ଗତ ଛାତନା ଗ୍ରାମରେ ହୋଇଥିବା ଜଣାପଡ଼ିଛି। ତେବେ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ଦୁହେଁ ପ୍ରେମିଯୁଗଳ ହୋଇଥିବା ଅନୁମାନ କରାଯାଉଛି।
ଯୁବକଙ୍କ ଘର ଠାରୁ ଏହି ଜଙ୍ଗଲ ପ୍ରାୟ ତିନି କିଲୋମିଟର ହେବ। ଦୁହେଁ କିଭଳି ଏବଂ କେଉଁ ପରିସ୍ଥିତିରେ ଜଙ୍ଗଲରେ ପହଞ୍ଚିଲେ, ସେମାନେ ଆତ୍ମହତ୍ୟା କରିଛନ୍ତି ନା କେହି ସେମାନଙ୍କୁ ହତ୍ୟା କରି ଟାଙ୍ଗୀ ଦେଇଛନ୍ତି ସେନେଇ ପୁଲିସ ତଦନ୍ତ ଚଳାଇଛନ୍ତି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ପ୍ରକାର ତଥ୍ୟପ୍ରମାଣ ଜବତ କରି ନେଇଛି।
ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏବଂ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ପୁଲିସ କହିଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30