Indus Valley Times

ଘରୋଇ ହସ୍ପିଟାଲରେ ନବ ଦାସ ଭର୍ତ୍ତି, ଏୟାରପୋର୍ଟରୁ ଗ୍ରୀନ୍ କରିଡରରେ ଆଣିଲା ପୋଲିସ

 Breaking News

ଘରୋଇ ହସ୍ପିଟାଲରେ ନବ ଦାସ ଭର୍ତ୍ତି, ଏୟାରପୋର୍ଟରୁ ଗ୍ରୀନ୍ କରିଡରରେ ଆଣିଲା ପୋଲିସ

ଘରୋଇ ହସ୍ପିଟାଲରେ ନବ ଦାସ ଭର୍ତ୍ତି, ଏୟାରପୋର୍ଟରୁ ଗ୍ରୀନ୍ କରିଡରରେ ଆଣିଲା ପୋଲିସ
January 29
19:29 2023

ଭୁବନେଶ୍ବର,୨୯/୧: ଗୁଳିମାଡ଼ର ଶିକାର ହୋଇ ସଂକଟାପନ୍ନ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲକୁ ଅଣାଯାଇଛି। ବିମାନବନ୍ଦରରୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ଯାଏ ଗ୍ରିନ୍ କରିଡରରେ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିବାର ସୂଚନା ମିଳିଛି। ତେଣେ ଆପୋଲୋ ହସ୍ପିଟାଲରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ବିଜେଡି ନେତା ପହଞ୍ଚିଛନ୍ତି।
ଏଣେ ଆପୋଲୋ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠିତ ହୋଇଛି। ଏହି ଦଳରେ ସର୍ଜରି, ଆନେସ୍ଥେସିଆ, ନ୍ୟୁରୋ, ମେଡିସିନ, କାର୍ଡିଆକ ଇତ୍ୟାଦି ବିଭାଗର ବରିଷ୍ଠ ଡାକ୍ତର ଅଛନ୍ତି। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ଅଛନ୍ତି। ସେହିପରି କଟକ ବଡ଼ ଡାକ୍ତରଖାନରୁ ସିଟିଭିଏସ, ସର୍ଜରି ଓ ନିଶ୍ଚେତକ ବିଭାଗର ଟିମ ଭୁବନେଶ୍ୱରରେ ପ୍ରସ୍ତୁତ ଅଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଆଣୁଥିବା ହେଲିକପ୍ଟରଟି ଭୁବନେଶ୍ବର ବିମାନବନ୍ଦରରେ ଅପରାହ୍ଣ ୨.୫୫ ମିନିଟରେ ପହଞ୍ଚିବା ନିର୍ଦ୍ଧାରିତ ହୋଇଛି। ସୂଚନା ଅନୁସାରେ ତାଙ୍କୁ ଡାକ୍ତରୀଦଳର ତତ୍ତ୍ବାବଧାନରେ ସଙ୍ଗେସଙ୍ଗେ ଆପୋଲୋ ହସ୍ପିଟାଲ୍ ନିଆଯିବ।
ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅବସ୍ଥା ସଂକଟାପନ୍ନ ଥିବା ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟିଂ ପ୍ରକ୍ରିୟା ଜାରି ରହିଛି। ଏବେ ତାଙ୍କୁ ଝାରସୁଗୁଡ଼ା ବିମାନବନ୍ଦରରୁ ଭୁବନେଶ୍ବରର ଆପୋଲୋ ହସ୍ପିଟାଲକୁ ଅଣାଯାଇଛି।
ବ୍ରଜରାଜନଗରର ଗାନ୍ଧୀଛକ ଫାଣ୍ଡିର ଏଏସଆଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଛନ୍ତି। ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ବ୍ରଜରାଜନଗର ଆସିଥିଲେ। ସେ ଏକ ବିରାଟ ଶୋଭାଯାତ୍ରାରେ ଆସୁଥିବା ବେଳେ ଜଣେ ଫାଣ୍ଡି ଅଧିକାରୀ ଗୋପାଳ ଦାସ ଅତି ନିକଟରୁ ତାଙ୍କ ସର୍ଭିସ ରିଭଲଭରରେ ଗୁଳିମାଡ଼ କରିଥିବା ଜଣାଯାଇଛି।
ଗୁଳିମାଡ଼ର ଶିକାର ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଉପରକୁ ଗୁଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବ ଦାସଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031