Indus Valley Times

ଚାରି ଦିନ ଜ଼ିଲ୍ଲା ବ୍ୟାପି କୌଶଳ ରଥ ପରିକ୍ରମା ର ସଫଳ ସମାପ୍ତି ଓ ବ୍ୟାପକ ପ୍ରଭାବ ଅନୁଭବ

 Breaking News

ଚାରି ଦିନ ଜ଼ିଲ୍ଲା ବ୍ୟାପି କୌଶଳ ରଥ ପରିକ୍ରମା ର ସଫଳ ସମାପ୍ତି ଓ ବ୍ୟାପକ ପ୍ରଭାବ ଅନୁଭବ

September 01
11:44 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧/୮: ଜୁଲାଇ ୧୫ ବିଶ୍ୱ ଦକ୍ଷତା ଦିବସ ପାଳନ ଅବସର ରେ ରାଜ୍ୟ ସରକାର ଙ୍କ ଦ୍ୱାରା ବିଶ୍ୱ ଦକ୍ଷତା କେନ୍ଦ୍ର, ଭୁବନେଶ୍ୱର ରେ ପାଳନ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀ ଙ୍କ କରକମଳ ରେ ଦୁଇଟି କୌଶଳ ରଥ ରାଜ୍ୟ ବ୍ୟାପି ପରିକ୍ରମା କରୁଅଛି ।
ଆଜି ର ଯୁବ ସମାଜ ବେକାରୀ ସମସ୍ୟା ରେ କବଳିତ ହୋଉଥିବାରୁ ସାଧାରଣ ଶିକ୍ଷା ପରିବର୍ତେ ସରକାର ଙ୍କ ବିଭିନ୍ନ ଦକ୍ଷତା ଭିତିକ ପ୍ରଶିକ୍ଷଣ ରେ ସାମିଲ ହୋଇ ନିଜକୁ ରୋଜଗାର କ୍ଷମ କରି ସମାଜ କୁ ଆଗକୁ ନେବାରେ ସହାୟ ହେବା କୌଶଳ ରଥ ଭ୍ରମଣ ର ମୁଖ୍ୟ ଲକ୍ଷ ।
ଏହି ପରିପ୍ରେକ୍ଷୀ ରେ ବୌଦ୍ଧ ଜ଼ିଲ୍ଲା ପ୍ରଶାସନ ତରଫ ରୁ ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ, ବୌଦ୍ଧ ତା ୨୭.୦୮.୨୦୨୪ ରିଖ ଅପରାହ୍ନ ୫ ଘଟିକା ସମୟ ରେ ମନମୁଣ୍ଡା ଠାରେ ସୁବର୍ଣ୍ଣପୁର ପ୍ରଶାସନ ନିକଟରୁ ସ୍ୱାଗତ କରା ଯାଇଥିଲା ।
ତା ୨୮.୦୮.୨୦୨୪ ସକାଳ ୦୯.୩୦ ରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଏକ ଆନୁଷ୍ଠାନିକ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହେଇଥିଲା ।
ଏଥିରେ ଜ଼ିଲ୍ଲା ର ସମସ୍ତ ବିଭାଗ ର ଅଧିକାରୀ ଓ କର୍ମଚାରୀ ତଥା ଜନ ଶିକ୍ଷଣ ସଂସ୍ଥା ଏବଂ ଅନ୍ୟାନ୍ୟ ଦକ୍ଷତା ଭିତ୍ତିକ ଅନୁଷ୍ଠାନ ଯୋଗ ଦେଇଥିଲେ ।
ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ସବୁଜ ପତାକା ପ୍ରଦର୍ଶନ କରି କୌଶଳ ରଥ କୁ ଜ଼ିଲ୍ଲା ର ବିଭିନ୍ନ କୋଣ ଅନୁକୋଣ ରେ ଚାରି ଦିନ ବ୍ୟାପି ନିର୍ଧାରିତ କାର୍ଯ୍ୟ ସୂଚୀ ଅନୁସାରେ ପ୍ରଚାର ପ୍ରସାର ନିମନ୍ତେ ଛାଡିଥିଲେ ।
ଏହି ଚାରି ଦିନ ଜ଼ିଲ୍ଲା ବ୍ୟାପି କାର୍ଯ୍ୟକ୍ରମ ରେ ୧୦ ଟି ମହାବିଦ୍ୟାଳୟ , ୧୩ ଟି ଉଚ୍ଚ ବିଦ୍ୟାଳୟ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଓ ସରକାରୀ ପଲିଟେକ୍ନିକ ପରି ୨୫ ଟି ଶିକ୍ଷାନୁଷ୍ଠାନ ରେ ସକାଳ ୮ ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଦୀକ୍ଷାନ୍ତ ଅଭିଯାନ ଚାଲୁ ରହିଥିଲା ଓ ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ହଜାରେ ରୁ ଉର୍ଧ ବହୁ ଉତ୍ସାହ ର ସହ ଛାତ୍ରଛାତ୍ରୀ, ଅଭିଭାବକ ତଥା ସର୍ବ ସାଧାରଣ ଭାଗ ନେଇଥିଲେ ।
କୌଶଳ ରଥ କୁ ବିପୁଳ ସ୍ୱାଗତ ସମ୍ବର୍ଧନା ମିଳିଥିଲା ଓ ଏଥିରେ ୬୮୨୨ ଛାତ୍ରଛାତ୍ରୀ, ୪୪୦ ଅଭିଭାବକ, ୬୫PRI ସଦସ୍ୟ ଏବଂ ୪୮୫ ସାଧାରଣ ପରିଦର୍ଶକ ହିସାବରେ ସମୁଦାୟ ୭୮୧୨ ଜଣ ଭାଗ ନେଇଥିଲେ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଦକ୍ଷତା ଭିତ୍ତିକ ବକ୍ତୃତା, ରଚନା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜନ କର ଯାଇଥିଲା ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ଜ଼ିଲ୍ଲା ପ୍ରଶାସନ ତରଫରୁ ପୁରସ୍କୃତ କରା ଯାଇଥିଲା ।
ଏହି ଅଭିଯାନ ଆଞ୍ଚଳିକ ଭାଷା ରେ ଦକ୍ଷତା ଭିତ୍ତିକ ପାଲା ପରିବେଷଣ ମୁଖ୍ୟ ଆକର୍ଷଣ ର କେନ୍ଦ୍ର ପାଲଟିଥିଲା ।
କୌଶଳ ରଥ ରେ ପ୍ରଦର୍ଶିତ ଆଧୁନିକ ଜ୍ଞାନ କୌଶଳ ଭିତ୍ତିକ ପ୍ରକଳ୍ପ କୁ ସମସ୍ତେ ବ୍ୟବହାର କରି ବୈଷୟିକ ଶିକ୍ଷା ର ଆବଶ୍ୟକତା କୁ ଉପଲବ୍ଧି କରିଥିଲେ ।
ସର୍ବ ସାଧାରଣ ରେ ସରକାର ଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଦକ୍ଷତା ଭିତ୍ତିକ ନିଶୁଲ୍କ ଶିକ୍ଷା ରେ ଅଧିକ ରୁ ଅଧିକ ପିଲା ଭାଗ ନେଇ ରୋଜଗାର କ୍ଷମ ହେବା ପାଇଁ ଏକ ପ୍ରତ୍ସାହନ ଯୋଗାଇ ଥିଲା ।
ଜ଼ିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ ଅଧିକାରୀ ଶ୍ରୀ ଅଜୟ କୁମାର ଦାଶ ଏବଂ ଅଧସ୍ତନ ଅଧିକାରୀ ଓ କର୍ମଚାରୀ ଶ୍ରୀ ଦୀନେଶ ବଢ଼ାଇ ଓ ରମାକାନ୍ତ ମିର୍ଧା ସମସ୍ତ ଉପଭୋକ୍ତା ମାନଙ୍କୁ ଜ଼ିଲ୍ଲା ରେ ପ୍ରଚଳିତ ସ୍ୱଳ୍ପ କାଳୀନ ୩ ଟି ନିଶୁଲ୍କ ପ୍ରଶିକ୍ଷଣ ରେ ଭାଗ ନେଇ ଜ଼ିଲ୍ଲାପାଳ ଙ୍କ ଜରିଆରେ ବିଭିନ୍ନ ପ୍ରକାର ନିଯୁକ୍ତି ରେ ସାମିଲ ହେବା ପାଇଁ ଜ଼ିଲ୍ଲା ନିୟୋଜନ କାର୍ଯ୍ୟାଳୟ ରେ ହେଉଥିବା ପରାମର୍ଶ ଶିବିର ରେ ଯୋଗ ଦେବା ପାଇଁ ଆହ୍ୱାନ ଦେଇଥିଲେ । ଜ଼ିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ରେ ନିଯୁକ୍ତ ଥିବା ପ୍ରଶିକ୍ଷଣ ସଂସ୍ଥା Datapro computers pvt ltdର ଜ଼ିଲ୍ଲା ପ୍ରତିନିଧି ସୌମ୍ୟ ସୁଜିତ ମଧ୍ୟ ଭାଗ ନେଇଥିଲେ ।
ଏହି ଅଭିଯାନ ସର୍ବ ସାଧାରଣ ରେ ସରକାର ଙ୍କ ମହତ ଉଦେଶ୍ୟ ର ବ୍ୟାପକ ପ୍ରଭାବ ପ୍ରତିଫଳନ ହେଇଥିଲା ।
ନିର୍ଧାରିତ ସମସ୍ତ କାର୍ଯ୍ୟକ୍ରମ ସଫଳତା ର ସହ ସମାପ୍ତି ପରେ ତା ୩୧.୦୮.୨୪ ରିଖ ସନ୍ଧ୍ୟା ୫ ଘଟିକା ରେ ପୁରୁଣାକଟକ ନିକଟ ରେ କୌଶଳ ରଥ କୁ କନ୍ଧମାଳ ଜ଼ିଲ୍ଲା ପ୍ରଶାସନ କୁ ହସ୍ତାନ୍ତର କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930