Indus Valley Times

ଜଳାର୍ଣ୍ଣବ ଉପକୂଳ ଓଡ଼ିଶା: ଦ୍ୱିତୀୟ ଦିନରେ ହୀରାକୁଦ ଡ୍ୟାମ୍‌ରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

 Breaking News

ଜଳାର୍ଣ୍ଣବ ଉପକୂଳ ଓଡ଼ିଶା: ଦ୍ୱିତୀୟ ଦିନରେ ହୀରାକୁଦ ଡ୍ୟାମ୍‌ରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ଜଳାର୍ଣ୍ଣବ ଉପକୂଳ ଓଡ଼ିଶା: ଦ୍ୱିତୀୟ ଦିନରେ ହୀରାକୁଦ ଡ୍ୟାମ୍‌ରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
August 17
17:55 2022

ଭୁବନେଶ୍ୱର, ୧୭/୮: ଜଳାର୍ଣ୍ଣବ ଉପକୂଳବର୍ତ୍ତୀ ଅଞ୍ଚଳ । ବର୍ଷା ଛାଡି ଯାଇଛି ହେଲେ ଛାଡିନି ଲୋକଙ୍କ ସମସ୍ୟା । ମହାନଦୀର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି । ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡ୍ୟାମର ବାମ ପାର୍ଶ୍ବରୁ ୨୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୧୨ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଥିବା ଜାରି ରହିଛି।
ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ତଳିଆ ଅଞ୍ଚଳ ବିଶେଷ ଭାବେ ମହାନଦୀରୁ ବାହାରିଥିବା ଶାଖାନଦୀଗୁଡ଼ିକ ତଳିଆ ଅଞ୍ଚଳ ପାଇଁ ଚିନ୍ତାର କାରଣ ପାଲଟିଛି। କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଳାର ବିଭିନ୍ନ ସ୍ଥାନରେ ଜଳମଗ୍ନ ହୋଇଛି।
ହୀରାକୁଦ ଜଳ ଭଣ୍ଡାରରେ ବୁଧବାର ଅପରାହ୍ନ ୩ଟାରେ ୬୨୬.୩୧ ଫୁଟ ଜଳସ୍ତର ରହିଛି। ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ମହାନଦୀର ଜଳସ୍ତର ବଢୁଛି। ଅପରାହ୍ନ ୩ଟା ସୁଦ୍ଧା ପର୍ଥଲା ଦେଇ ୧ ଲକ୍ଷ ୬୩ ହଜାର ୨୪୬ କ୍ୟୁସେକ, ଖଇରମାଳ ଦେଇ ୯ ଲକ୍ଷ ୫୭ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଥିବା ବେଳେ ବରମୂଳ ଦେଇ ୮ ଲକ୍ଷ ୮୪ ହଜାର ୭୫୦କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି କଟକ ମୁଣ୍ଡଳି ଦେଇ ମହାନଦୀରେ ୧୦ ଲକ୍ଷ ୮୧ ହଜାର ୧୪୪ କ୍ୟୁସେକ ଜଳ ନିଷ୍କାସନ ହେଉଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031