Indus Valley Times

ଜିଲାପାଳଙ୍କ କାର୍ଯ୍ୟାଳୟ ରେ ପ୍ରେସ ରୁମ ଖୋଲିବା ଦାବିରେ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତୀକ ଧାରଣା ଆନ୍ଦୋଳନ

 Breaking News

ଜିଲାପାଳଙ୍କ କାର୍ଯ୍ୟାଳୟ ରେ ପ୍ରେସ ରୁମ ଖୋଲିବା ଦାବିରେ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତୀକ ଧାରଣା ଆନ୍ଦୋଳନ

March 27
11:53 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୭/୩ : ପ୍ରେସରୁମ ଖୋଲିବା ଦାବି ନେଇ ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟ ରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ପ୍ରତୀକ ଧାରଣା ଦିଆ ଯାଇଥିଲା।
ପୂର୍ବାହ୍ନ ସାଢେ ୧୦ଟା ସମୟରୁ ଆନ୍ଦୋଳନ ଚାଲୁ ରହିଥିବା ବେଳେ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ କୌଣସି ଅଧିକାରୀ ଓ ପଦାଧି କାରୀ ଆନ୍ଦୋଳନ ସ୍ଥଳକୁ ଆସିନଥିଲେ। ଅନ୍ୟପକ୍ଷେ ଜିଲାପାଳ ଙ୍କ କାର‌୍ୟ୍ୟଳୟକୁ ଜିଲାପାଳ, ଅତିରିକ୍ତ ଜିଲ୍ଲାପାଳ(ଏଡି ଏମ) ବୁଧବାର ଅପରାହ୍ନ ୧ଘଟିକା ପର‌୍ୟ୍ୟନ୍ତ ଆସି ନଥିଲେ। ଉପ ଜିଲାପାଳ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ନୟାଗଡ଼ ତହସିଲଦାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସଂଗେ ସଂଗେ ପଳାଇ ଯାଇଥିଲେ।
ଶେଷରେ ସାମ୍ବାଦିକ ସଙ୍ଘ ପକ୍ଷରୁ ଅପରାହ୍ନ ୧ଟାରେ ଧାରଣା ପ୍ରତ୍ୟାହୃତ କରା ଯାଇଥିଲା।
ତେବେ ଜିଲାପାଳ ଆନ୍ଦୋଳନକୁ ଡରି କାର୍ଯ୍ୟାଳୟକୁ ଆସି ନଥିବାର ପ୍ରତିବାଦରେ ସଙ୍ଘ ଜିଲା ସ୍ତରୀୟ ଆନ୍ଦୋଳନ କରିବାକୁ ନିସ୍ପତି ନେଇଛି।
ଅପ୍ରେଲ ୯ ସକାଳ ୯ ଟା ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲାର ସବୁ ସାମ୍ବାଦିକ ଅନର୍ଦ୍ଦିଷ୍ଟ ସମୟ ପାଇଁ ଧାରଣା ଦେବେବୋଲି ଅନୁରୂପ ଭାବେ ସ୍ଥିର କରିଛନ୍ତି।
ଆନ୍ଦୋଳନ ରେ ବରିଷ୍ଟ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ନିଶିକାନ୍ତ ରଥ, ସୁବାସ ମହାପାତ୍ର, ସନ୍ଦିପ ଲେଙ୍କା,ଶୁଭେନ୍ଦୁ ଦାସ,ଜୟେନ୍ଦ୍ର ବେହେରା, ସତ୍ୟ ନାରାୟଣ ମିଶ୍ର, ପୁରୁଷୋତମ ମହାପାତ୍ର, ଗୋକୁଳ କୁମାର ଷଡ଼ଙ୍ଗୀ, ରଞ୍ଜନକୁମାର ବେହେରା, ବିକ୍ରମ ସ୍ୱାଇଁ, ଜିତୁନ କୁମାର ମହାପାତ୍ର, ଦୀପକ ନାୟକ, ବିଭୁତି ଭୁଷଣ ପଟ୍ଟନାୟକ, ଶିବ ନାରାୟଣ ଦାସ, ଏମ. ଆଉରଙ୍ଗଜେବ ପ୍ରମୁଖ ସାମିଲ ହୋଇଥିଲେ।
ଏନେଇ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକ କୁହନ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ପାଇଁ ଆମେ ସାମ୍ବାଦିକ ମାନେ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ଦେବା ସହ ଭେଟିଥିଲୁ।
ତେବେ ଜିଲ୍ଲାପାଳ ଙ୍କ ବ୍ୟବହାର ଆମକୁ ଭଲ ଲାଗି ନଥିଲା। ଶେଷରେ ଆମେ ଆଜି ଆନ୍ଦୋଳନ କରିବାକୁ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲୁ।
ହେଲେ ପ୍ରତୀକ ଧାରଣା ନେଇ ଜିଲାପାଳ ଅବଗତ ଥିଲେବି ଜିଲ୍ଲାପାଳ ଅଫିସକୁ ଆସିଲେନି କି ଆମ୍ଭ ଧାରଣା ସ୍ଥଳକୁ ଆସିଲେନି।
ଆମେ ଅପରାହ୍ନ ୧ଟାରେ ଧାରଣା ପ୍ରତ୍ୟାହାର କଲୁ। ଅନ୍ୟପକ୍ଷେ ଅପ୍ରେଲ ୯ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲାର ସବୁ ସାମ୍ବାଦିକ ଓ ବିଜେପି, ବିଜେଡି, କଂଗ୍ରେସ ସମେତ ରାଜନୈତିକ ଦଳକୁ ସାମିଲ କରି ଆନ୍ଦୋଳନ କୁ ତ୍ୱରାନ୍ବିତ କରିବୁ ବୋଲି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031