Indus Valley Times

ଜିଲ୍ଲା ଦକ୍ଷତା ବିକାଶ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ

 Breaking News

ଜିଲ୍ଲା ଦକ୍ଷତା ବିକାଶ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ

September 12
20:08 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୨/୯ : ଜିଲ୍ଲା ଦକ୍ଷତା ବିକାଶ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି। ଏଥିରେ ଅଦ୍ୟାବଧି ଚାଲୁଥିବା ପ୍ରଶିକ୍ଷଣ ଉପରେ ଆଲୋକପାତ କରାଯାଇଥିଲା।
ଏହି ଆର୍ଥିକ ବର୍ଷରେ ଥିବା ଟାର୍ଗେଟକୁ ପୂରଣ କରିବା ପାଇଁ କିଛି ଟ୍ରେନିଂ କମ୍ପାନୀଙ୍କୁ ଡକାଜାଇଥିଲା। ସେମାନେ ନିଜ ନିଜର ପାରଦର୍ଶିତା କମିଟି ଆଗରେ ଉପସ୍ଥାପନ କଲେ।
ତନ୍ମଧ୍ୟରୁ ବିଭିଜି ଇଣ୍ଡିଆ କୁ ସ୍ପେଶାଲ ପ୍ରଯେକ୍ଟ ମୋବାଇଲ ରିପାୟାରିଙ୍ଗ ହାର୍ଡୱେର ଏବଂ ପୁରୁଷୋତ୍ତମ ଏଜୁକେସନାଲ୍ ଟ୍ରଷ୍ଟକୁ ଡୋମେଷ୍ଟିକ୍ ମେକାନିକ୍-ହୋମ୍ ଏପ୍ଲାୟନ୍ସେସ୍ ଟ୍ରେଡରେ ପ୍ରଶିକ୍ଷଣ ନିମନ୍ତେ ସିଦ୍ଧାନ୍ତ ନିଆଗଲା।
ଏତଦବ୍ୟତୀତ, ଜିଲ୍ଲା ନିଯୁକ୍ତି ମେଳା ଏହି ମାସ ୨୫ ଓ ୨୬ ରେ ଟାଉନହଲ୍ ଏବଂ ଭୈରବୀ ଡିଗ୍ରୀ କଲେଜରେ ଅନୁଷ୍ଠିତ ହେବ। ଏହା କିପରି ସଫଳତାର ସହ ସମ୍ପନ୍ନ ହେବ, ଏକ କମିଟି ମାଧ୍ୟମରେ ଏକ ଖସଡ଼ା ପ୍ରସ୍ତୁତ କରାଗଲା। ଶେଷରେ, ଜିଲ୍ଲା ଦକ୍ଷତା ତଥା ନିୟୋଜନ ଅଧିକାରୀ ଅଜୟ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930