Indus Valley Times

ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ, ୯ ଜଣ ଶ୍ରେଷ୍ଠ ବିବେଚିତ

 Breaking News

ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ, ୯ ଜଣ ଶ୍ରେଷ୍ଠ ବିବେଚିତ

ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ, ୯ ଜଣ ଶ୍ରେଷ୍ଠ ବିବେଚିତ
February 06
09:05 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୬/୨ : ବୌଦ୍ଧ ସ୍ଥିତ ଯୋଗୀନ୍ଦ୍ର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପକ୍ଷରୁ ଜିଲ୍ଲା ସ୍ତରୀୟ କୁଇଜ୍ ବୁଧୁବାର ଦିନ ଉଦଘାଟିତ ହୋଇଯାଇଛି।
ପ୍ରଧାନଶିକ୍ଷୟତ୍ରୀ ଗାୟତ୍ରୀ ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ସଂମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ଅନ୍ୟତମ ସଂମ୍ମାନିତ ଅତିଥି ଭାବରେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହରା, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନ, କଣ୍ଟାମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଳି ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ।
ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ମାନଙ୍କ ଦ୍ୱାରା ପ୍ରଭୁ ଗଜାନନ ଙ୍କ ଫଟୋଚିତ୍ର ରେ ଧୂପ ଦୀପ ପୁଷ୍ପ ଦେଇ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଚୂଡ଼ାମଣି ବାରିକ ତାଙ୍କ ଭାଷଣ ରେ ଭବିଷ୍ୟତ ରେ ଛାତ୍ରଛତ୍ରୀମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇଁ କୁଇଜର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ।
ଅନ୍ୟତମ ଅତିଥି ହାଡିବନ୍ଧୁ ବେହରା ତାଙ୍କ ଭାଷଣ ରେ ଚଳିତ ବର୍ଷ ସୁରଭି କୁଇଜ କାର‌୍ୟ୍ୟକ୍ରମରେ ରାଜ୍ୟରେ ବୌଦ୍ଧ ଜିଲ୍ଲା ର ଛାତ୍ର ଦ୍ୱିତୀୟ ସ୍ଥାନ ଅଧିକାର କରୁଥିଲେ ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପକ୍ଷରୁ ଅନୁଷ୍ଠିତ କୁଇଜ ରେ ମଧ୍ୟ ଭଲ କରି ସଫଳତା ପାଇବେବୋଲି ଆଶାବ୍ୟକ୍ତା କରିଥିଲେ।
ଅପରାହ୍ନ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ସାହୁ ଙ୍କ ଅଧ୍ୟକ୍ଷ୍ୟତା ରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ,ସଂମ୍ମାନିତ ଅତିଥି ଭାବରେ ଚୂଡ଼ାମଣି ବାରିକ, କଣ୍ଟାମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଳି,ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ମୁଖ୍ୟ ଅଥିତି ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ କୁଇଜ ମାଧ୍ୟମରେ ଦୁନିଆ କୁ ଜାଣିବେ ବୋଲି ପ୍ରକାଶ କରିଥିଲେ।
ଏବଂ ମନ ଚିନ୍ତନ ବିବେକ ର ସହ କାର୍ଯ୍ୟକରିବା ହେଉଛି ଶିକ୍ଷା ବୋଲି ମତ ବ୍ୟକ୍ତ କରିଥିଲେ।କୃତି ପ୍ରତିଯୋଗୀ ଏବଂ ଗାଇଡ଼ ଶିକ୍ଷକ ଙ୍କୁ ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଓ ଅନ୍ୟ ଅତିଥି ମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।
ଏହି ଜିଲ୍ଲା ସ୍ତରୀୟ କୁଇଜ ପ୍ରତିଯୋଗିତା ରେ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଲ ଆଦି ବ୍ଲକ ରୁ ୨୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ ତିନୋଟି ବର୍ଗରେ ଯଥା ବରିଷ୍ଠ ବିଭାଗ ରେ ପ୍ରଥମ ମାନସମହଲା, ଦ୍ୱିତୀୟ ପୁରସ୍ତମ ମେଣ୍ଡିଲି ଓ ତୃତୀୟ ଶ୍ରୀକାନ୍ତ ଚାଉଳିଆ, କନିଷ୍ଠ ବିଭାଗ ରେ ସାଇଶଙ୍କର ବେହରା ପ୍ରଥମ, ସତ୍ୟପ୍ରକାଶ ସ୍ୱାଇଁ ଦ୍ୱିତୀୟ, ଶତାବ୍ଦୀ କର୍ମୀ ତୃତୀୟ, ଉପ-କନିଷ୍ଠ ବିଭାଗ ରେ ସତୀଶ କୁମାର ମହାକୁଡ଼ ପ୍ରଥମ, ପୃଥ୍ୱୀରାଜ ସେଠୀ ଦ୍ୱିତୀୟ ଓ ପ୍ରତ୍ୟୁଷ ରଥ ତୃତୀୟ ଭାବରେ ୯ ଜଣ ପ୍ରତିଯୋଗୀ ଜିଲ୍ଲା ରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।
ଏଥିରେ ଗାଇଡ଼ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କୁଇଜ ପ୍ରତିଯୋଗିତା କୁ ରାଧାନଗର ଆଞ୍ଚଳିକ ସାଧନ କର୍ମୀ ପ୍ରଶାନ୍ତ କୁମାର ସାହୁ, ଶିକ୍ଷକ ସଞ୍ଜୟ କୁମାର ନାୟକ,ଶିକ୍ଷକ ବିଭୀଷଣ ନାୟକ, ଓ ଶିକ୍ଷକ ବ୍ରଜ କିଶୋର ଜଗଦଲା ପ୍ରମୁଖ ପରିଚାଳନା କରିଥିଲେ।
ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ମଞ୍ଚ ପରିଚାଳନା କରିଥିଲେ।ଶେଷରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ଧନ୍ୟବାଦ ଜଣାଇଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031