Indus Valley Times

ଟିଟିଲାଗଡ ରାସ୍ତା ରେ ଆସୁଛି ବିରାଟ କଣ୍ଟେନର,କାହାର କେତେ ଭାଗ

 Breaking News

ଟିଟିଲାଗଡ ରାସ୍ତା ରେ ଆସୁଛି ବିରାଟ କଣ୍ଟେନର,କାହାର କେତେ ଭାଗ

ଟିଟିଲାଗଡ ରାସ୍ତା ରେ ଆସୁଛି ବିରାଟ କଣ୍ଟେନର,କାହାର କେତେ ଭାଗ
December 20
23:10 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୦/୧୨: ଦେଓଗାଁ ଦେଇ ବଲାଙ୍ଗିର ସହରକୁ ପ୍ରବେଶ କରୁଥିବା ଏକ ବିରାଟ କଣ୍ଟେନର ଏନ ଏଚ ରାସ୍ତା ଅବରୋଧ କରି ରାସ୍ତା ପାର୍ଶ୍ବ ବୃକ୍ଷ ଗୁଡ଼ିକର ମୋଟା ଡାଳ ଗୁଡ଼ିକ କାଟି ଆସୁଅଛି।
କଣ୍ଟେନର ମାଲିକ ଏହି ବିଶାଳକାୟ ମେସିନ କୁ ରାଜରାସ୍ତାରେ ନେବା ପାଇଁ ଅନେକ ଗୁଣ୍ଡା ଏବଂ ଦଲାଲ ଶ୍ରେଣୀୟ ଲୋକଙ୍କୁ ରଖି ଦାଦାଗିରି ରେ ପାର୍ କରୁଥିବା ଚର୍ଚ୍ଚା ଜୋର ଧରିଛି।
ଗଛ ଗୁଡ଼ିକର ବଡ଼ ବଡ଼ ଡାଳ କାଟି ଦେଉଥିବାରୁ ପ୍ରକୃତିପ୍ରେମି ଙ୍କୁ ଆଘାତ ଦେଇଛି।ଗଛ ଡ଼ାଳ କାଟିବା ପାଇଁ କୁଆଡେ ଡି ଏଫ୍ ଓ ଅନୁମତି ଦେଇଛନ୍ତି ବୋଲି ଗୁଣ୍ଡା ଶ୍ରେଣୀୟ କିଛି ବ୍ୟକ୍ତି ବିଶେଷ କହିଥିଲେ।
ତେବେ ଏ ବିଷୟ କୁ ନେଇ ବଲାଙ୍ଗିର ଡି ଏଫ୍ ଓ ଅଜିତ ବିଶି ଙ୍କୁ ପଚାରିବାରୁ ସେ ଗଛ ମାନଙ୍କୁ ଟ୍ରୀମିଂ କରିବା ପାଇଁ କହିଥିଲେ।
କେଉଁ ସରକାରୀ ଆଦେଶ ଏବଂ ଅନୁମତି ବଳରେ ତଥା କଣ୍ଟେନର ର କେଉଁ କାଗଜ ପତ୍ର ବଳରେ ଏତେ ବଡ ନିଷ୍ପତ୍ତି ନେଳେ ବୁଝାପଡୁନାହିଁ।
ଅପରପକ୍ଷେ ପରିବହନ ବିଭାଗ ସହର ଭିତରେ ରାଜରାସ୍ତାରେ ଏତେ ବିରାଟ ମେସିନ ନେବା ପାଇଁ ଅନୁମତି ଦେଇଛନ୍ତି କି?ଏନ ଏଚ୍ ବିଭାଗ ଏତେ ଓଜନିଆ କଣ୍ଟେନର ତାଙ୍କ ନେସନାଲ ହାଇୱେ ରେ ଚାଲିବା ପାଇଁ ଅନୁମତି ଦେଇଛନ୍ତି କି?
ଜିଲ୍ଲା ବିଦ୍ୟୁତ୍ ବିଭାଗ,ମେସିନ ସହର ଭିତର ଦେଇ ଯିବା ସମୟରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରି ହିତାଧିକାରୀ ଙ୍କୁ ଅସୁବିଧାରେ ପକାଉଛନ୍ତି।
କେଉଁ ଆଦେଶ ବଳରେ କଣ୍ଟେନର ଯିବା ପାଇଁ ସହରରେ ଅଧରାତିରେ ବିଦ୍ୟୁତ୍ ବିଚ୍ଛିନ୍ନ କରୁଛନ୍ତି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।
ପୋଲିସ କେଉଁ ଆଦେଶ ବଳରେ ସହର ଭିତରେ ଏତେ ବଡ ମେସିନ କୁ ପାର କରିବାରେ ସହାୟକ ହେଉଛି।
ଯେହେତୁ ରାତିରେ ଅନେକ ବ୍ୟବସାୟୀକ ଭାରି ଯାନ ଯାଉଛି।ଏଣୁ ରାତିରେ ମଧ୍ୟ ଟ୍ରାଫିକ ସମସ୍ୟା ଦେଖା ଦେଇଛି।ଏହି ମେସିନ ଯୋଗୁଁ ଆମ୍ବୁଲାନ୍ସ ଯିବାରେ ବାଧା ଉପୁଜୁଥିବା ଦେଖିବାକୁ ମିଳୁଛି।
ତେବେ ସହର ମଧ୍ୟଦେଇ କଣ୍ଟେନର ପାର କରିବା ପାଇଁ ଏତେ ବିଭାଗ ତତ୍ପର କାହିଁକି ବୋଲି ଚର୍ଚ୍ଚା ହୁଏ।ଏବେ ବିରାଟ କଣ୍ଟେନର ଟି ବିଯାଖମନ୍ ଠାରେ ଥିବା ପେଟ୍ରୋଲ ଟାଙ୍କି ଠାରେ ଅଛି।ରାତିରେ ଦଳବଳ ସହ ସହର ଅତିକ୍ରମ କରିପାରେ ବୋଲି ଆକଳନ କରାଯାଇଛି।ତେବେ ଜିଲ୍ଲା ପ୍ରଶାସନ ଗଭୀର ନିଦରେ ଶୋଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930