Indus Valley Times

ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ, ଭିଡିଓ ଭାଇରାଲ

 Breaking News

ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ, ଭିଡିଓ ଭାଇରାଲ

ଡାକ୍ତରଙ୍କୁ ଚପଲରେ ପିଟିଲେ ବ୍ୟବସାୟୀ, ଭିଡିଓ ଭାଇରାଲ
September 20
19:54 2022

ସମ୍ୱଲପୁର,୨୦/୯: ସମ୍ବଲପୁର ଟାଉନ୍‌ରେ ଜଣେ ବ୍ୟବସାୟୀ ଡାକ୍ତରଙ୍କୁ ଚପଲରେ ପିଟିଛନ୍ତି । ମାଡ଼ ଖାଇଥିବା ଡାକ୍ତର ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ମାଡ଼ ମରା ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍ ହେଉଛି।
ଡାକ୍ତର ଚିଦାନନ୍ଦ ମିଶ୍ର ସନ୍ ଡାଇଗ୍ନୋଷ୍ଟିକ୍ରେ ରେଡିଓଲୋଜିଷ୍ଟ ଭାବେ କାର‌୍ୟ୍ୟ କରନ୍ତି। ଆଜି ସକାଳେ ସମ୍ବଲପୁରର ପ୍ରତିଷ୍ଠିତ ବ୍ୟବସାୟୀ ନଟବର ବାଙ୍କା ସିଟି ସ୍କାନ କରିବା ପାଇଁ ସନ୍ ଡାଇଗ୍ନୋଷ୍ଟିକ୍କୁ ଆସିଥିଲେ। ମାତ୍ର ଡାକ୍ତର ମିଶ୍ର ଆସିନଥିବାରୁ ସେ ସେଠାରେ ଅପେକ୍ଷା କରିଥିଲେ। ସକାଳ ୧୦ଟା ୧୦ ମିନିଟରେ ଡାକ୍ତର ମିଶ୍ର ଆସିଥିଲେ। ସେହି ସମୟରେ ଡାକ୍ତର ମିଶ୍ରଙ୍କୁ ଶ୍ରୀ ବାଙ୍କା ଚପଲ ବାହାର କରି ମାଡ଼ ମାରିଥିଲେ। ଡାକ୍ତରଙ୍କୁ ରକ୍ଷା କରିବାକୁ ଆସି ତାଙ୍କ ଟେକ୍ନିସିଆନ୍ ମଧ୍ୟ ଚପଲରେ ମାଡ଼ ଖାଇଥିବା ଅଭିଯୋଗ ହୋଇଛି।
ମାଡ଼ ନେଇ ଡାକ୍ତର ମିଶ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ତେବେ ମାଡ଼ ମରାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେ ଏନେଇ ଅଭିଯୁକ୍ତଙ୍କ ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ, ପୁଲିସ କହିଛି ଯେ ସିଟି ସ୍କାନ ସମୟରେ ମେସିନ ଭିତରେ ଅଧିକ ସମୟ ରହିବାକୁ ନେଇ ଏହି ଘଟଣା ଘଟିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031