Indus Valley Times

ଡିଲ୍ ବେଳେ ମାଡିବସିଲା ବନ ବିଭାଗ, କଲରାପତରିଆ ବାଘ ଛାଲ ସହ ୫ ଗିରଫ

 Breaking News

ଡିଲ୍ ବେଳେ ମାଡିବସିଲା ବନ ବିଭାଗ, କଲରାପତରିଆ ବାଘ ଛାଲ ସହ ୫ ଗିରଫ

ଡିଲ୍ ବେଳେ ମାଡିବସିଲା ବନ ବିଭାଗ, କଲରାପତରିଆ ବାଘ ଛାଲ ସହ ୫ ଗିରଫ
May 26
21:48 2024

ନୂଆପଡ଼ା,୨୬/୫: ଗ୍ରାହକ ହୋଇ ଯାଇଥିଲେ। ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲେ। କଲରାପତରିଆ ବାଘ ଛାଲ ଜବତ କରିଥିବା ବେଳେ ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନ ବିଭାଗ। ନୂଆପଡ଼ା ଜିଲ୍ଲାରୁ ଆସିଛି ଏପରି ଖବର।
ଖଡିଆଳ ବନଖଣ୍ଡ ବିଭାଗ ଅଧିନସ୍ଥ ସାନ ମହେଶ୍ୱର ସେକ୍ସନ ହରିପୁର ଗାଁରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିଲା। ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଗ୍ରାହକ ସାଜି ସେଠାକୁ ଯାଇଥିଲା। ଡିଲ୍ ବେଳେ ସମସ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ବନ ବିଭାଗ। ଏଥିସହ ବାଘ ଛାଲ ଜବତ କରିଥିଲା। ଏହି ମାମଲାରେ ବନ ବିଭାଗ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଦୁଇ ଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ବନ ବିଭାଗ ଅଭିଯୁକ୍ତଙ୍କଠାରୁ ୨ଟି ବାଇକ, ୫ଟି ମୋବାଇଲ ଫୋନ ଜବତ କରିଛି। ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଏନେଇ ସୂଚନା ଦେଇଛନ୍ତି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30