Indus Valley Times

ଢେଙ୍କାନାଳ : ଅସାବଧାନତା ହେତୁ କୂଅରେ ପଡ଼ି ନାବାଳକର ମୃତ୍ୟୁ

 Breaking News

ଢେଙ୍କାନାଳ : ଅସାବଧାନତା ହେତୁ କୂଅରେ ପଡ଼ି ନାବାଳକର ମୃତ୍ୟୁ

ଢେଙ୍କାନାଳ : ଅସାବଧାନତା ହେତୁ କୂଅରେ ପଡ଼ି ନାବାଳକର ମୃତ୍ୟୁ
April 24
10:42 2023

ଢେଙ୍କାନାଳ,୨୪/୪ : ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ କୂଅରେ ପଡ଼ି ଜଣେ ୧୨ ବର୍ଷର ବାଳକଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଇପୁର ଗାଁରେ।
ମୃତ ବାଳକଙ୍କ ନାଁ ଶୁଭମ ନାୟକ। ତାଙ୍କ ଘର ତୁମୁସିଙ୍ଗା ଥାନା ବୋଲୁଅ ଗାଁରେ। ସେ ଗତକାଲି ଯାତ୍ରା ଦେଖିବା ପାଇଁ ତାଙ୍କ ପରିବାରର ଲୋକଙ୍କ ସହିତ ତାଙ୍କ ମାମୁଙ୍କ ଗାଁ ସରଦେଇପୁରକୁ ଆସିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଶୁଭମ ପରିସ୍ରା କରିବାକୁ ଆସି ଅସାବଧାନତା ଯୋଗୁ ପାଖରେ ଥିବା ଏକ କୂଅରେ ଖସି ପଡ଼ିଥିଲେ। ସେ ନ ଫେରିବାରୁ ପରିବାର ଲୋକେ ବିଳମ୍ବିତ ରାତିରେ ବହୁତ ଖୋଜା ଖୋଜି କରିଥିଲେ।
ମାତ୍ର ଶୁଭମଙ୍କର କୌଣସି ପତ୍ତା ପାଇ ନଥିଲେ। ପରେ କୂଅରେ ଶୁଭମ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଶୁଭମଙ୍କ ମୃତଦେହକୁ କୂଅରୁ ବାହାର କରାଯାଇଥିଲା। କାମାକ୍ଷାନଗର ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଡାକ୍ତରଖାନାକୁ ପଠାଇଛି।
ଶୁଭମଙ୍କ ମୃତ୍ୟୁକୁ ନେଇ ତାଙ୍କ ନିଜ ଗାଁ ବୋଲୁଅ ଓ ମାମୁ ଘର ଗାଁ ସରଦେଇପୁରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031