Indus Valley Times

ତ୍ୟାଗ ଓ ବଳିଦାନର ପର୍ବ ଇଦ-ଉଲ୍ -ଅଜହା, ସମୂହ ନମାଜ୍ ପାଠ ସହ ପାଳୁଛନ୍ତି ଇସ୍‌ଲାମ ଧର୍ମାବଲମ୍ୱୀ

 Breaking News

ତ୍ୟାଗ ଓ ବଳିଦାନର ପର୍ବ ଇଦ-ଉଲ୍ -ଅଜହା, ସମୂହ ନମାଜ୍ ପାଠ ସହ ପାଳୁଛନ୍ତି ଇସ୍‌ଲାମ ଧର୍ମାବଲମ୍ୱୀ

ତ୍ୟାଗ ଓ ବଳିଦାନର ପର୍ବ ଇଦ-ଉଲ୍ -ଅଜହା, ସମୂହ ନମାଜ୍ ପାଠ ସହ ପାଳୁଛନ୍ତି ଇସ୍‌ଲାମ ଧର୍ମାବଲମ୍ୱୀ
June 29
11:03 2023

କଟକ,୨୯/୬: ଆଜି ହେଉଛି ଇଦ୍ -ଉଲ୍ – ଆଦା। ଇସଲାମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ। ଏହାକୁ ବକରିଦ୍ ମଧ୍ୟ କୁହାଯାଏ। ଆଜିର ଦିନକୁ ମୁସଲମାନ ସଂପ୍ରଦାୟର ଲୋକେ ବଳିଦାନର ଦିବସ ରୂପେ ପାଳନ କରିଥାନ୍ତି। ସକାଳୁ ସକାଳୁ ମସଜିଦ ଯାଇ ସେମାନେ ସମୂହ ନମାଜ ପାଠ କରିଛନ୍ତି। ଏହା ପରେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି।
ଇଦ୍ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇ ଆଜି ଦିନକୁ ସରକାରୀ ଛୁଟି ଘୋଷଣା କରାଯାଇଛି । ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ କୋର୍ଟ, ବ୍ୟାଙ୍କ ଆଦି ବନ୍ଦ ରହିବ।
ଇଦ୍ ପାଇଁ କଟକ ଓ ଭଦ୍ରକ ସହର ମସଜିଜ୍ ଗୁଡିକରେ ସମୁହ ନମାଜ ପାଠ ସହ ବ୍ୟାପକ ଆୟୋଜନ କରାଯାଇଛି। ଭଦ୍ରକ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବା ସହିତ ୧୪ ଜଣ ଇନ୍ସପେକ୍ଟର,୯ଜଣ ଡିଏସପି ଏବଂ ୬୮ଜଣ ଏଏସଆଇଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031