Indus Valley Times

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ

 Breaking News

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ
November 09
11:50 2025

ଦାରିଙ୍ଗିବାଡ଼ି, ୯/୧୧ : ରାଜ୍ୟରେ ଫେରିଛି ଶୀତ। ଧୀରେ ଧୀରେ ବିଭିନ୍ନ ସ୍ଥାନରେ କମୁଛି ତାପମାତ୍ରା। ଅନୁରୂପ ଭାବେ ଭୁବନେଶ୍ୱର ଏବଂ କଟକରେ ପାରଦ ହ୍ରାସ ପାଇଛି। ଏହାସହିତ ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ଡିଗ୍ରୀ ଛୁଇଁଛି। ଫୁଲବାଣୀରେ ମଧ୍ୟ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି।
ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ପରିମାଣ ବଢୁଛି। ଏପରିକି ସକାଳୁ ସକାଳୁ କୁହୁଡି ମଧ୍ୟ ପରିଲିକ୍ଷିତ ହେଉଛି। ଯାହାଫଳରେ ୧୦୦ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ।
ତେବେ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ରୁ ୩ଦିନ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳସ୍ବରୂପ ବିଭିନ୍ନ ସ୍ଥାନରେ ଅଧିକ ଥଣ୍ଡା ପଡିବ।
ଗତ ୨୪ଘଣ୍ଟାରେ ଝାରସୁଗୁଡ଼ା, କୋରାପୁଟ ଓ କେନ୍ଦୁଝରରେ ୧୫.୮ଡିଗ୍ରୀ ଲେଖାଏଁ ରାତି ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ତାପମାତ୍ରା ୧୫, ଭଦ୍ରକରେ ୧୫.୫, ଢେଙ୍କାନାଳରେ ୧୬.୨, ରାଉରକେଲାରେ ୧୬.୧, ବାରିପଦାରେ ୧୯.୨ ଏବଂ ବାଲେଶ୍ୱର ୧୯.୭ ଡିଗ୍ରୀ ରହିଛି। ତେବେ କିଛି କିଛି ସ୍ଥାନରେ ଲୋକେ ଶୀତର ଭରପୁର ମଜା ନେଉଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31