Indus Valley Times

ଦିନ ଦ୍ବିପହରରେ ମହିଳାଙ୍କ ବେକରୁ ସୁନା ଚେନ୍ ନେଇଗଲେ ଦୁର୍ବୃତ୍ତ

 Breaking News

ଦିନ ଦ୍ବିପହରରେ ମହିଳାଙ୍କ ବେକରୁ ସୁନା ଚେନ୍ ନେଇଗଲେ ଦୁର୍ବୃତ୍ତ

August 29
18:31 2024

ବାଲେଶ୍ୱର, ୨୯/୮ : ବାଇକ୍‌ରେ ଶ୍ୱଶୁର ଘର ଯାଉଥିଲେ ଦମ୍ପତି। ହେଲେ ମଝି ରାସ୍ତାରୁ ପତ୍ନୀଙ୍କ ବେକରୁ ସୁନା ଚେନ୍ ଝାମ୍ଫି ନେଲେ ଦୁର୍ବୃତ୍ତ। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଘଟିଛି। ଲୁଟେରାଙ୍କ ଭିତରୁ ଦୁଇ ଜଣଙ୍କୁ କାବୁ କରି ପୁଲିସ୍ ଜିମା ଦେଲେ ସ୍ଥାନୀୟ ଲୋକେ।
ପଶ୍ଚିମବଙ୍ଗ ବରଙ୍ଗୀ ଅଞ୍ଚଳର ଅଶୁତୋଷ ମହାପାତ୍ର ଆଜି ତାଙ୍କ ପତ୍ନୀଙ୍କୁ ବାକ୍‌ରେ ଧରି ଭୋଗରାଇ ଅଭିମୁଖେ ଆସୁଥିଲେ। ତେବେ ୫୭ ନମ୍ୱର ଜାତୀୟ ରାଜପଥର ନହରା ଛକରେ ୨ଟି ବାଇକ୍‌ରେ ଆସୁଥିବା ୫ ଜଣ ଯୁବକଙ୍କ ଭିତରୁ ଜଣେ ଆଶୁତୋଷଙ୍କ ପତ୍ନୀଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ପଳାଇ ଯାଇଥିଲେ। ଯାହାଫଳରେ ଭାରସାମ୍ୟ ହରାଇ ଆଶୁତୋଷ ଓ ତାଙ୍କ ପତ୍ନୀ ତଳେ ପଡ଼ି ଯାଇଥିଲେ। ଆଶୁତୋଷ ଏ ସମ୍ପର୍କରେ ନିଜ ସମ୍ପର୍କୀୟଙ୍କୁ ଫୋନ୍ କରି ଜଣାଇଥିଲେ। ଏଥିସହ ନିଜ ପତ୍ନୀଙ୍କୁ କମର୍ଦ୍ଦା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ।
ସେପଟେ କମର୍ଦ୍ଦା ଛକରେ ସ୍ଥାନୀୟ ଲୋକେ ଦୁଇ ଲୁଟେରାଙ୍କୁ କାବୁ କରି ବହେ ଛେଚିଥିଲେ। ପରେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଦୁଇ ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ଦୁଇ ଚେନ୍ ଲୁଟେରାଙ୍କ ଭୋଗରାଇ ବ୍ଲକ ଉଦୟପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ଅନ୍ୟ ବାଇକ୍‌ରେ ଥିବା ୩ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍ ଉଦ୍ୟମ ଆରମ୍ଭ କରିଛି। ହେଲେ ସେମାନଙ୍କ ପତ୍ତା ପାଇନି ପୁଲିସ୍‌।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930