Indus Valley Times

‘ଦି ଗ୍ରେଟ୍ ଖଲୀ’ଙ୍କ ଦବଙ୍ଗଗିରି, ବିଚ୍ ରାସ୍ତାରେ ଟୋଲ୍ ପ୍ଲାଜା କର୍ମଚାରୀଙ୍କୁ ମାରିଲେ ଚାପୁଡା

 Breaking News

‘ଦି ଗ୍ରେଟ୍ ଖଲୀ’ଙ୍କ ଦବଙ୍ଗଗିରି, ବିଚ୍ ରାସ୍ତାରେ ଟୋଲ୍ ପ୍ଲାଜା କର୍ମଚାରୀଙ୍କୁ ମାରିଲେ ଚାପୁଡା

‘ଦି ଗ୍ରେଟ୍ ଖଲୀ’ଙ୍କ ଦବଙ୍ଗଗିରି, ବିଚ୍ ରାସ୍ତାରେ ଟୋଲ୍ ପ୍ଲାଜା କର୍ମଚାରୀଙ୍କୁ ମାରିଲେ ଚାପୁଡା
July 12
16:01 2022

ଚଣ୍ଡିଗଡ, ୧୨/୭: ଚର୍ଚ୍ଚାରେ ପୂର୍ବତନ ଚାମ୍ପିୟନ ଦ ଗ୍ରେଟ ଖଲି। ବିଗିଡିଗଲା ତାଙ୍କ ମୁଡ୍। ଟୋଲ ପ୍ଲାଜା କର୍ମଚାରୀଙ୍କ ଉପରକୁ ଉଠାଇଲେ ହାତ। ତାଙ୍କୁ ମାରିଲେ ଜୋରଦାର ଚାପୁଡା।
ରେସ୍ଲର ଖଲି ଟୋଲ ପ୍ଲାଜାର ଜଣେ କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗ ଆସିଛି। ଏହି ପୂରା ଝଗଡାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ମିଳିଥିବା ସୂଚନା ମୁତାବକ, ଟୋଲ ପ୍ଲାଜାରେ ଦ ଗ୍ରେଟ୍ ଖଲିଙ୍କୁ ଆଇଡି କାର୍ଡ ମାଗିବାରୁ କର୍ମଚାରୀଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପଟେ ଖଲି କହିଛନ୍ତି ତାଙ୍କୁ ଟୋଲ ପ୍ଲାଜାରେ ହଇରାଣ କରାଯାଇଛି। ଟୋଲ ପ୍ଲାଜାରେ ଜଣେ କର୍ମଚାରୀ ସେଲ୍ଫି ନେବାକୁ କାର୍ ଭିତରକୁ ପଶିବାକୁ ପ୍ରୟାସ କରିଥିଲ । ଖଲି ଏହାକୁ ବାରଣ କରିଥିଲେ ମଧ୍ୟ ସେ କିଛି ଶୁଣି ନଥିଲା। ଏହା ପରେ ଏଭଳି ସ୍ଥିତି ଉପୁଜିଥିଲା।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ପୁଲିସ୍ ଉଭୟ ପକ୍ଷଙ୍କୁ ବୁଝାଇବାରୁ ଚେଷ୍ଟା କରୁଛି। ମାତ୍ର ଟୋଲ୍ କର୍ମଚାରୀ ଜଣକ ବାରମ୍ବାର ଖଲିଙ୍କୁ କାହିଁକି ମୋତେ ଚାପୁଡ଼ା ମାରିଲ ବୋଲି ପ୍ରଶ୍ନ ପଚାରି ଚାଲିଛନ୍ତି?
ଟୋଲ୍ କର୍ମଚାରୀ ଜଣକ ପଞ୍ଜାବୀ ଭାଷାରେ କଥା ହେଉଥିବାର ଭିଡିଓରେ ଶୁଣିବାକୁ ମିଳୁଛି। ଶେଷରେ ଖଲି କାର୍ରୁ ବାହାରି ଉଭୟ ଟୋଲ୍ କର୍ମଚାରୀ ଓ ପୁଲିସ୍ ସହ କଥା ହେଉଥିବାର ନଜର ଆସିଛନ୍ତି।
ପରେ ଖଲି କାରରୁ ବାହାରକୁ ଆସି ବ୍ୟାରିକେଡ ହଟାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଜଣେ ଟୋଲ କର୍ମଚାରୀ ତାଙ୍କୁ ଅଟକାଇବାରୁ ତାଙ୍କୁ ହାତରେ ଠେଲି ଦେଇଥିଲେ। ପରେ କାର ନେଇ ଟୋଲ ପ୍ଲାଜାରୁ ଚାଲି ଯାଇଥିଲେ।
ବାସ୍ତବରେ ଖଲି ଜଲନ୍ଧରରୁ କରନାଲ ଯାଉଥିଲେ। ଏହି ସମୟରେ ଫିଲ୍ଲୋର ନିକଟ ଟୋଲ ପ୍ଲାଜାରେ ଏହି ଘଟଣା ଘଟିଥିଲା। ଖଲିଙ୍କ କହିବା ମୁତାବକ, ଟୋଲ ପ୍ଲାଜାର ଜଣେ କର୍ମଚାରୀ ଫଟୋ ଉଠାଇବାକୁ କାର୍ ଭିତରକୁ ପଶି ଆସିଥିଲେ। ମନା କରିବା ପରେ ବିବାଦ ଉପୁଜିଥିଲା। ଏହା ପରେ ବାକି କର୍ମଚାରୀମାନେ ଆସି ତାଙ୍କ କାରକୁ ଘେରିଯାଇ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲେ।
‘ଦି ଗ୍ରେଟ୍ ଖଲି’ ଭାବେ ସୁପରିଚିତ ଦିଲୀପ ସିଂହ ରାଣା ପ୍ରଥମେ ୨୦୦୦ରେ ପେସାଦାର କୁସ୍ତିରେ ସାମିଲ ହୋଇଥିଲେ। ପଞ୍ଜାବର ପୂର୍ବତନ ପୁଲିସ ଅଧିକାରୀ ଥିବା ‘ଗ୍ରେଟ୍ ଖଲି’ ୨୦୦୬ରୁ ୨୦୧୪ ପର‌୍ୟ୍ୟନ୍ତ ‘ଡବ୍ଲୁଡବ୍ଲୁଇ’ ସହ ସମ୍ପୃକ୍ତ ଥିଲେ। ସେଥିରେ ସେ ଚାମ୍ପିଅନ ହୋଇଥିଲେ। କିନ୍ତୁ, ୨୦୦୭ ‘ୱାନ୍ ନାଇଟ୍ ଷ୍ଟାଣ୍ଡ୍’ରେ ଜନ୍ ସିନା ତାଙ୍କୁ ପରାସ୍ତ କରିଥିଲେ। ରେସଲର ଦୁନିଆରୁ ଫେରିବା ପରେ ଏବେ ଖଲି ବିଜେପିରେ ସାମିଲ ହୋଇଛନ୍ତି । ତେବେ ଏଯାବତ ଖଲି କୌଣସି ନିର୍ବାଚନ ଲଢିନାହାନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031