Indus Valley Times

ଦୁଇ ଏସ୍‌ପିଙ୍କୁ ନୂଆ ନିଯୁକ୍ତି : ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁର ଓ ଅବିନାଶ ମିଶ୍ରଙ୍କୁ ଖୋର୍ଦ୍ଧା ଏସ୍‌ପି ଦାୟିତ୍ୱ

 Breaking News

April 08
16:50 2024

ଭୁବନେଶ୍ୱର, ୮/୪: ନିର୍ବାଚନ କମିଶନ ବ୍ରହ୍ମପୁର ଏସପି ଓ ଖୋର୍ଦ୍ଧା ଏସପିଙ୍କୁ ବଦଳି କରିଛନ୍ତି ।ବ୍ରହ୍ମପୁରର ଏସପି ଭାବେ ଡ଼.ସାର୍ଥକ ଷଡଙ୍ଗୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଖୋର୍ଦ୍ଧା ଏସପି ଭାବେ ଅବିନାଶ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି ।

ଉଲ୍ଲେଖ ଥାଉ କି କିଛିଦିନ ତଳେ ରାଜ୍ୟ ସରକାର ଆଇଏଏସ୍ସ୍ତରରେ ଛୋଟଧରଣର ଅଦଳବଦଳ କରିଥିଲେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଥିଲା ।
ନିର୍ବାଚନ କମିସନ ରାଜ୍ୟର ୨ଜଣ ଆଇଏଏସ୍ ଓ ୬ଜଣ ଆଇପିଏସ ଅଫିସରଙ୍କୁ ନିର୍ବାଚନ କାର‌୍ୟ୍ୟରୁ ବାଦ୍ ଦେବା ପରେ ରାଜ୍ୟ ସରକାର କଟକ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କୁ ପଂଚାୟତିରାଜ ବିଭାଗର ଅତିରିକ୍ତ ସଚିବ ତଥା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଥିଲେ ।
ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟୱାରୀଙ୍କୁ ରାଜ୍ୟ ସ୍କୁଲ ଶିକ୍ଷା କାର‌୍ୟ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିଲା । ଭିନିତଙ୍କ ସ୍ଥାନରେ ଆଇଏଏସ୍ ଅରିନ୍ଦମ ଡାକୁଆ ଓ ପାରୁଲଙ୍କ ସ୍ଥାନରେ ଅନୁପମ ଶାହଙ୍କୁ ଯଥାକ୍ରମେ କଟକ ଓ ଜଗତସିଂହପୁର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିଲା ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30