Indus Valley Times

ଦୁଇ ଜଣଙ୍କୁ ଧକ୍କା ଦେଲା ସାରସକଣା ବିଧାୟକଙ୍କ ଗାଡ଼ି, ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

 Breaking News

ଦୁଇ ଜଣଙ୍କୁ ଧକ୍କା ଦେଲା ସାରସକଣା ବିଧାୟକଙ୍କ ଗାଡ଼ି, ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

November 23
19:25 2025

ମୟୂରଭଞ୍ଜ /ଉଦଳା,୨୩/୧୧ : ମୟୂରଭଞ୍ଜ ଜିଲା ଉଦଳା ନିକଟରେ ସାରସକଣା ବିଧାୟକଙ୍କ ଗାଡ଼ି ସହ ଏକ ବାଇକ୍‌ର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ବାରିପଦା ରାଜ୍ୟ ରାଜପଥର ବାସିପିଠା ତେରମାଇଲ ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ବାଇକ୍ ସହ ଧକ୍କା ହେବା ପରେ ବିଧାୟକଙ୍କ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଅଟକି ଯାଇଥିଲା। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇ ବାଇକ୍ ଆରୋହୀଙ୍କୁ ତୁରନ୍ତ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି।
ତେବେ ଗାଡ଼ିରେ ଥିବା ବିଧାୟକ ଏବଂ ତାଙ୍କ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ମିଳିଛି। ବାଇକ୍ ଆରୋହୀ ‘ରଙ୍ଗ ରୁଟ୍‌’ରେ ଆସିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ବିଧାୟକ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930