Indus Valley Times

ଦେବସ୍ନାନ ପୂର୍ଣ୍ଣିମାରେ ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୁର୍ତ୍ତି

 Breaking News

ଦେବସ୍ନାନ ପୂର୍ଣ୍ଣିମାରେ ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୁର୍ତ୍ତି

ଦେବସ୍ନାନ ପୂର୍ଣ୍ଣିମାରେ ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୁର୍ତ୍ତି
June 22
22:56 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨/୬: ବୌଦ୍ଧ ସହରସ୍ଥିତ ଜଗନ୍ନାଥ ମନ୍ଦିର ସ୍ଥିତ ସ୍ନାନମଣ୍ଡପରେ ଶନିବାର ଦିନ ପବିତ୍ର ସ୍ନାନ ପୁର୍ଣ୍ଣିମାରେ ମହାସ୍ନାନ ପରେ ଚତୁର୍ଦ୍ଧାମୁର୍ତ୍ତି ଭକ୍ତମାନଙ୍କୁ ଗଜ ବେଶରେ ଦର୍ଶନ ଦେଇଛନ୍ତିି ।
ବୌଦ୍ଧରେ ରାଜା ରାଜୁଡା ଅମଳରୁ ସଂପୁର୍ଣ୍ଣ ପାରମ୍ପରିକ ରୀତିନିତିରେ ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ଉତ୍ସବ ପାଳିତ ହୋଇଆସୁଅଛି । ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ଉତ୍ସବ ଅବସରରେ ବ୍ରାହ୍ମଣ ସମାଜ ଦ୍ୱାରା ସ୍ଥରୀକୃତ ଅମୃତ ବେଳାରେ ପୋଡାପଡା, କେଉଟସାହି, ନୂଆସାହି ଓ କାଲେଶ୍ୱର ସଂକିର୍ତ୍ତନ ମଣ୍ଡଳୀର ସଂକିର୍ତ୍ତନର ତାଳେତାଳେ ପ୍ରଥମେ ସୁଦର୍ଶନ ଓ ପରେ ତିନିଠାକୁରଙ୍କୁ ପହଣ୍ଡି ବିଜେ କରାଇ ସ୍ନାନ ମଣ୍ଡପକୁ ଅଣାଯାଇଥିଲା ।
ବ୍ରାହ୍ମଣମାନଙ୍କ ଦ୍ୱାରା ମହାନଦୀରୁ ୧୦୮ କଳସରେ ପବିତ୍ର ଜଳରେ ଠାକୁରଙ୍କୁ ମହାସ୍ନାନ କରାଇଥିଲେ । ପରେ ପରମ୍ପରା ଅନୁଯାୟୀ ପୂଜା ଓ ମହାଆଳତୀ କରାଯାଇ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ଦିନ ତମାମ୍ ଠାକୁରମାନଙ୍କୁ ସ୍ନାନ ମଣ୍ଡପରେ ରଖାଯାଇଥିଲା । ମହାସ୍ନାନ ପରେ ବେଶକାରୀମାନେ ଠାକୁରମାନଙ୍କୁ ମନଲୋଭା ଗଜବେଶରେ ସଜ୍ଜିତ କରିଥିଲେ । କୁହାଯାଏ ତିନିଠାକୁରଙ୍କ ଏହି ଗଜବେଶ ଦର୍ଶନ ଦ୍ୱାରା ଜନ୍ମ ଜନ୍ମାନ୍ତର ପାପ ନାଶ ହୋଇଥାଏ ।
ତେଣୁ ଦିନସାରା ଗଜ ବେଶ ଦେଖିବାକୁ ଭକ୍ତମାନଙ୍କ ପ୍ରବଳ ଗହଳି ଲାଗି ରହିଥିଲା । ରାତ୍ରୀ ସମୟରେ ତିନିଠାକୁରଙ୍କ ମନ୍ଦିର ପ୍ରବେଶ କରାଯାଇଥିଲା । ପଣ୍ଡିତ ସମାଜ ଓ ମୁଖ୍ୟ ପୁଜକ ସୁରମଣି ପଣ୍ଡାଙ୍କ ଦ୍ୱାରା ସମସ୍ତ ଦେବ ପୂଜନ କାର୍ଯ୍ୟକ୍ରମ ସଂପାଦନ ହୋଇଥିବାବେଳେ ମନ୍ଦିର କମିଟି ସଭାପତି ମୃତ୍ୟୁଞ୍ଜୟ ମିଶ୍ର କର୍ତ୍ତାଭାବେ ନୀତିକାର୍ଯ୍ୟ ତୁଲାଇଥିଲେ ।
ବ୍ରାହ୍ମଣ ସମାଜର ସଭାପତି ରାଜେନ୍ଦ୍ର ମିଶ୍ର ଓ ସଂପାଦକ ଶମ୍ଭୁ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଂପାଦନ ହୋଇଥିଲା । ସଂଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଦେବୋତ୍ତର ନିର୍ବାହୀ ଅଧବକାରୀ ତଥା ଉପଜିଲ୍ଲାପାଳ ସମସ୍ତ କାର୍ଯ୍ୟକୁ ତଦାରଖ କରିଥିବାବେଳେ ପୋଲିସ ପକ୍ଷରୁ ଟ୍ରାଫିକ ଓ ଶୃଙ୍ଖଳା ରକ୍ଷା କରାଯାଇଥିଲା ।
ବୌଦ୍ଧରେ ଜିଲାସ୍ତରୀୟ ବ୍ୟାଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୌଦ୍ଧ,୨୨/୬: ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସୀଏସନ ଓ ବୌଦ୍ଧ ବ୍ୟାଡମିଣ୍ଟନ ଆସୋସିଏସନର ମିଳିତ ଉଦ୍ୟମରେ ବୌଦ୍ଧ ଇନଡୋର ଷ୍ଟାଡିୟମ ଠାରେ ଶନିବାର ଦିନ ଜିଲ୍ଲସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି ।
ଉଦଘାଟନ ଦିବସରେ ବୌଦ୍ଧ ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ଜୁଲିୟସ ସିଜର ମହାକୁଲ, କାର୍ଯ୍ୟକାରୀ ସମ୍ପାଦକ ସୁନ୍ଦର ପ୍ରକାଶ, କୋଷାଧ୍ୟକ୍ଷ ଆଲୋକ ରଥ, ସଦସ୍ୟ ପରେଶ ବେହେରା ଅତିଥିଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟିତ କରିଥିଲେ ।
ଟୁର୍ଣ୍ଣାମେଣ୍ଟ ଦୁଇ ଦିନ ଧରି ହେବାକୁ ଥିବା ବେଳେ ଏକକ ବର୍ଗରେ ଓ ଯୁଗଳ ବର୍ଗରେ ସମୁଦାୟ ୫୦ ଜଣ ଖେଳାଳି ଭାଗ ନେଇଛନ୍ତି । ପ୍ରଥମ ଦିନର ଖେଳକୁ ଓଡିଶା ବ୍ୟାଡମିଣ୍ଟନ ଆସୋସିସନ ମାନ୍ୟତା ପ୍ରାପ୍ତ ଟେକନିକାଲ ଅଫିସର ବଦ୍ରିନାରାୟଣ ମିଶ୍ର, ସୁବ୍ରତ କୁମାର ପୁରୋହିତ, ବିବେକାନନ୍ଦ କର୍ଣ୍ଣ. ଡ. ମନରଂଜନ ମହାକୁଡ ପରିଚାଳନା କରିଥିଲୋ । ରବିବାର ଦିନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେବ ।
ବୋଲେରୋ ସହ ଗଂଜେଇ ଜବତ
ବୌଦ୍ଧ,୨୨/୬: ବୌଦ୍ଧ ପୁଲିସ ଚଢଉ କରି ବୋଲେରୋ ଗାଡି ସହିତ ୧୨୦ କିଲୋ ଗଂଜେଇ ଜବତ କରିଥିବା ଜଣାଯାଇଛି । ବୋଲେରୋ ଯୋଗେ ଗଂଜେଇ ଚାଲାଣ ହେଉଥିବାନେଇ ଖବର ପାଇ ବୌଦ୍ଧଥାନା ପକ୍ଷରୁ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଉପରେ ପେଟ୍ରୋଲିଂ ଚାଲିଥିବାବେଳେ ଜଗଦୀଶପୁର ରଇଠାଣି ଛକ ନିକଟରେ ପୁଲିସକୁ ଦେଖି ଏକ ବୋଲେରୋ ଗାଡି( ଓଡ଼ି ୧୬ଜି ୩୧୨୬) ଅଟକିବା ପରେ ଡ୍ରାଇଭର ଗାଡି ଛାଡି ଦୌଡି ପଳାଇଥିଲା ।
ଗାଡିଟି କୁ ଜବତ କରି ଯାଞ୍ଚ କରିବାପରେ ତାହାରି ଭିତରୁ ୧୨୦ କିଲୋ ଗଂଜେଇ ପୁଲିସ ଜବତ କରିଥିଲା । ଏନେଇ ପୁଲିସ ବୌଦ୍ଧଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

ଜିଲା ଷ୍ଟାଡିୟମକୁ ତୁରନ୍ତ କ୍ରିଡା ଉପଯୋଗୀ କରାଯିବ: ବିଧାୟକଙ୍କ ନିର୍ଦ୍ଦେଶରେ ଷ୍ଟାଡିୟମରୁ ହଟିଲା ହେଲିପେଡ
ବୌଦ୍ଧ,୨୨/୬: ଦୀର୍ଘବର୍ଷ ହେଲା ନିର୍ମାଣ ଚାଲିଥିବା ଜିଲ୍ଲା ଷ୍ଟାଡିୟମକୁ ତୁରନ୍ତ କ୍ରିଡା ଉପଯୋଗୀ କରାଯିବ ବୋଲି ବୌଦ୍ଧର ନବନିର୍ବାଚିତ ବିଧାୟକ ସରୋଜ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ଗତ ଶୁକ୍ରବାର ଦିନ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକରେ ଖେଳ ପାଇଁ ଉଦ୍ଦିଷ୍ଟ ଷ୍ଟାଡିୟମ ମଧ୍ୟରେ ହେଲିପେଡ ନିର୍ମାଣ କରାଯିବାକୁ ନେଇ ବିଧାୟକ ଶ୍ରୀପ୍ରଧାନ ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଉକ୍ତ ହେଲିପେଡକୁ ହଟାଇବାକୁ ନିର୍ଦେଶ ଦେଇଥିଲେ ।
ଶନିବାର ଦିନ ବିଧାୟକ ଶ୍ରୀ ପ୍ରଧାନ ଷ୍ଟାଡିୟମ ପରିଦର୍ଶନ କରିବା ସହ ଅସୁବିଧା ପଚାରି ବୁଝିଥିଲେ । ଶନିବାର ଅପରାହ୍ନରେ ଷ୍ଟାଡିୟମ ପରିସରରେ ନିର୍ମାଣ ହୋଇଥିବା ହେଲିପଡକୁ ହଟାଇ ଦିଆଯାଇଥିବା ଜଣାପଡିଛି ।
ବୌଦ୍ଧଜିଲ୍ଲା ଷ୍ଟାଡିୟମଟି ଗତ ୨୦୦୬ ମସିହାରୁ ନିର୍ମାଣ ଚାଲିଥିବା ବେଳେ ନିର୍ମାଣ କାର୍ଯ୍ୟ ଶେଷ ହେବାର ନା ଧରୁନାହିଁ । ଷ୍ଟାଡିୟମ କାର୍ଯ୍ୟ ଶେଷ କରିବା ନେଇ ନବ ନିର୍ବାଚିତ ବିଧାୟକ ଶ୍ରୀ ପ୍ରଧାନଙ୍କ ଉଦ୍ୟମକୁ କ୍ରିଡାପ୍ରେମୀଙ୍କ ମଧ୍ୟରେ ଆଶା ସଂଚାର କରିଛି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ
ବୌଦ୍ଧ, ୨୨/୬ : ଅଖଣ୍ଡ ଭାରତ ରେ ମୋଗଲ ଶାସନ କୁ ପ୍ରତିହତ କରି ହିନ୍ଦୁ ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ଶିବାଜୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ରହିଥିଲା ବୋଲି ହିନ୍ଦୁ ସାମ୍ରାଜ୍ୟ ଦିବସ ସମାରୋହ ରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ।
ବୌଦ୍ଧ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ଠାରେ ଜ଼ିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଙ୍କ ଅଧ୍ୟକ୍ଷତାରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ ହୋଇଯାଇଛି ।
ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ଜ଼ିଲ୍ଲା ସହ ବ୍ୟବସ୍ଥା ପ୍ରମୁଖ ପଦ୍ମ ଚରଣ ମେହେର ଯୋଗଦେଇ ମୋଗଲ ଶାସନାଧୀନ ଭାରତକୁ ହିନ୍ଦୁ ସାମ୍ରାଜ୍ୟ ରେ ପରିଣତ କରାଇବାରେ ଛତ୍ରପତି ଶିବାଜୀ ମହାରାଜଙ୍କ ବଳିଦାନ ଚିର ସ୍ମରଣୀୟ ।
ସେମାନଙ୍କ ପଥ ଅନୁସରଣ କରି ଯଦି ଏହି ହିନ୍ଦୁ ସାମ୍ରାଜ୍ୟକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇପାରିଲେ ଏହା ସେମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ । କାର‌୍ୟ୍ୟକ୍ରମରେ ନଗର କାର୍ଯ୍ୟବାହ ଦିଲ୍ଲିପ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଜ଼ିଲ୍ଲା ବୌଦ୍ଧିକ ପ୍ରମୁଖ ଶିବରାମ ସାହୁ ସାମୁହିକ ଗୀତ ଗାନ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ବୁଦ୍ଧିଜୀବୀ ଓ ସ୍ବେୟଂସେବକ ସେବକ ଉପସ୍ଥିତ ଥିଲେ ।

ବୌଦ୍ଧରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବୌଦ୍ଧ,୨୨/୬: ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି । ବୌଦ୍ଧ ସହରର ମହାନଦୀ ଆଳତି ଘାଟ, ଟାଉନ ହଲ୍, ବୌଦ୍ଧ ବ୍ଲକ୍, ମାଉସୀ ମା ମନ୍ଦିର, କେନ୍ଦ୍ରୀୟ ବିଦ୍ୟାଳୟ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଜିଲ୍ଲା ନ୍ୟାୟାଳୟ, ସ୍ୱତନ୍ତ୍ର କାରାଗାର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବ୍ରହ୍ମ କୁମାରୀ, ଅଗ୍ରୱାଲା ଭବନଠାରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ, ଜିଲ୍ଲାପାଳ ଜେ ସୋନାଲ, ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ର, ସିଇଓ. ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ନିର୍ବାହୀ ଅଧିକାରୀ ସ୍ଵସ୍ତିକ ଜେମାଦାର, ବୌଦ୍ଧ ବିଡିଓ ଯୁଧିଷ୍ଠିର ମେହେର ପ୍ରମୁଖ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପବିତ୍ର ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ, ଏନୱାଇକେ ର ଉତ୍ତମ ମହାକୁଡ ପରିଚାଳନା କରିଥିଲେ । ଯୋଗ ପ୍ରଶିକ୍ଷକ ଭାବେ ଯୋଗ ଗୁରୁ ଦେବାଶିଷ ପୁରୋହିତ, ହୃଷୀକେଶ ପ୍ରଧାନ, ଦିଲ୍ଲୀପ ଚୌଧୁରୀ, ବିକାଶ ଅଗ୍ରୱାଲା, ନଟବର ଅଗ୍ରୱାଲା, ସୁନୀତା ଦାଶ, ସୁବାସ ଭୋଇ, ତୃପ୍ତି ଅଗ୍ରୱାଲା, ପ୍ରଜ୍ଞା ଦାଶ, ସୌମ୍ୟା ସୁମନ ପୁରୋହିତ, ଲିପ୍ସା ମିଶ୍ର, ଦାମୋଦର ମିଶ୍ର, ମିନୁପ୍ରସାଦ ମିଶ୍ର, ଆଶାରାଣୀ ମିଶ୍ର, କଲ୍ୟାଣୀ ଶତପଥି, ରାଜଲକ୍ଷ୍ମୀ ବିଶ୍ଵାଳ, ସଂଯୁକ୍ତା ମହାପାତ୍ର, ବିଜୟ କୁମାର ସାହୁ ପ୍ରମୁଖ ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ କରାଇଥିଲେ ।
ସେହିପରି ବୌଦ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଚନ୍ଦ୍ରକାନ୍ତ ନାଏକ ଯୋଗଦେଇ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଧରଣୀ ଧର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ସାର ପ୍ରଧାନ, ସହ-ପ୍ରଧାନ ଆଚାର‌୍ୟ୍ୟ ଅଶୋକ କୁମାର ପୁରୋହିତ ମଞ୍ଚରେ ଉପସ୍ଥିତ ଥିଲେ ।
ଏହି ଯୋଗାଭ୍ୟାସ ରେ ବିଦ୍ୟାଳୟର ଦୁଇଶହ ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ବ୍ୟୋଗଦେଇ ଥିଲେ । ସେହିପରି ୱାଇସିଡିଏ ଅନୁଷ୍ଠାନ ପକ୍ଷରୁ ଟିକରପଡା ପଂଚାୟତର ଜମୁଖୋଲ ଗ୍ରାମ ରେ ଯୋଗ ଗୁରୁ ହୃଷିକେଶ ପ୍ରଧାନଙ୍କ ତତ୍ୱାବଧାନ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି । ଏହି ଶିବିର ରେ ଜମୁଖୋଲ,ବୁରାଗୋରା, ବିରିଗଡ଼ , ଗୁଡ଼ିଆଳି,ମଲିକପଡା ର ଗ୍ରାମବାସୀ ଓ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ ।
ଏହି କାର୍ଯ୍ୟକ୍ରମ ରେ ୱାଇସିଡ଼ିଏ ର ନିର୍ଦେଶକ ଅରୁଣ କୁମାର ପ୍ରଧାନ ଯୋଗ ଦେଇଥିଲେ । ସଂସ୍ଥା ର ପ୍ରୋଜେକଟ ଅଫିସର ବ୍ୟୋମକେଶ ପରିଡା , ଅଙ୍ଗୁରବାଲା ମେହେର , ତୀର୍ଥା ନନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031