Indus Valley Times

ଧାନ ପରବର୍ତୀ ପଡିଆ ଜମିର ପରିଚାଳନା ର କ୍ଷେତ୍ର ଦିବସ ପାଳିତ

 Breaking News

ଧାନ ପରବର୍ତୀ ପଡିଆ ଜମିର ପରିଚାଳନା ର କ୍ଷେତ୍ର ଦିବସ ପାଳିତ

ଧାନ ପରବର୍ତୀ ପଡିଆ ଜମିର ପରିଚାଳନା ର କ୍ଷେତ୍ର ଦିବସ ପାଳିତ
May 12
22:11 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୨/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକ କାମ୍ବ୍ରୀକିଆ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କୃଷୀ ବିଭାଗ କନ୍ଧମାଳ ତରଫରୁ ମିଳିତ ସହଯୋଗରେ ଧାନ ପରବର୍ତ୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ପ୍ରକଳ୍ପ ରେ କ୍ଷେତ୍ର ଦିବସ ସହିତ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି ପରିପ୍ରେକ୍ଷିରେ ଚାଷ କରାଯାଇଥିବା ଧଳା ମଟର ର ମଧ୍ୟ ଶସ୍ୟ କାଟ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆରାବାକା ସରପଞ୍ଚ ରୁନିମା ପ୍ରଧାନ ଯୋଗ ଦେଇଥିବା ବେଳେ ସ୍ଥାନିୟ ପଞ୍ଚାୟତ ପ୍ରତିନିଧି ଫିଲିପ କୁମାର ଦିଗାଳ ଉପସ୍ଥିତ ଥିଲେ । କାର‌୍ୟ୍ୟକ୍ରମରେ ଚକାପାଦ ବ୍ଲକ୍ ସହକାରି କୃଷି ଅଧିକାରୀ ଶୀବାନି ପ୍ରଧାନ, କୃଷି ପରିଦର୍ଶକ ସମିର କୁମାର ବେହେରା ଓ ସହାକାରି ବୈଷୟିକ ପରିଚାଳକ ଯୋଗ ଦେଇ ଧାନ କାଟିବା ପୂର୍ବରୁ ବା ଧାନ କାଟିବା ପରେ କିପରି ମଟର ଓ ବିରି ଚାଷ କରାଯାଇ ପାରିବ ତାହା ପ୍ରଶିକ୍ଷଣ ଦେଇଥିଲେ ଯାହାକି କମ୍ ପାଣିରେ କିପରି ଫସଲ ସଠିକ୍ ଭାବରେ ଉଠାଯାଇ ପାରିବ । ଏହି ଫସଲ କୁ ଅଧିକଦିନ ଘରେ ସାଇତି ରଖାଯାଇ ପାରିବ ଓ ପରବର୍ତୀ ସମୟରେ ଚାଷୀ ଚାହିଁଲେ ଅଧିକ ଦରରେ ମଧ୍ୟ ବିକ୍ରି କରି ଅଧିକ ରୋଜଗାର କରିପାରିବେ ।
ଏଥି ସହିତ ରୋଗ ପୋକ ପରିଚାଳନା କଥା ଦେଖିଲେ ଏହି ଚାଷ ଅଧିକ ଭଲ କାରଣ ଖରିଫ୍ ଚାଷ ଅପେକ୍ଷା ରବି ଚାଷରେ ଫସଲ ଗୁଡିକ ପାଇଁ କମ୍ ଭୟ ଥାଏ । ଏହା ପରେ ସହାକାରି ବ୍ଲକ୍ କୃଷି ଅଧିକାରି ଧାନ ପରେ ମଟର ଚାଷ କଲେ ଜବକ୍ଷାରଯାନ ବିବନ୍ଧନ ହୋଇ ଜମି ଅଧିକ ଉର୍ବର ମଧ୍ୟ ହୋଇଥାଏ ବୋଲି ତାଙ୍କ ବକ୍ତବ୍ୟରେ କହିବା ସହିତ ପରବର୍ତ୍ତୀ ଫସଲରେ କମ୍ ସାର ଆବଶ୍ୟକ ହୋଇଥାଏ ।
ତତ୍ ସଙ୍ଗେ ସଙ୍ଗେ ଗୋଟିଏ ଜମିରୁ ଦୁଇଟି ଫସଲ ମିଳିପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଡାଲି ଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ୱାରା ଦେହକୁ ଅଧିକ ଭିଟାମିନ୍ ଓ ପୋଷଣ ମିଳିଥାଏ ବିଲି ଆଲୋଚନା ରେ କୁହାଯାଇଥିଲା ।
ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ ଉପସ୍ଥିତ ରହି ଯୁବପିଢୀ ମାନଙ୍କୁ ଚାଷ କାର୍ଯ୍ୟପ୍ରତି ଆଗ୍ରହ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ସରକାରି ସହାୟତା ର୍ପର୍ଣ୍ଣ ଯୋଜନା ରେ ସାମିଲ କରାଇବାକୁ ଆହ୍ୱାନ ଦେଇଥିଲେ ।
ଅପରପକ୍ଷେ ଯଦି ଦେଖିବା ମଟର ପରିବାର ପାଇଁ ଖାଦ୍ୟ ସୁରକ୍ଷା ହିସାବରେ ମଧ୍ୟ ସହଯୋଗ କରିଥାଏ ।
ଏହା ପରେ ପଞ୍ଚାୟତ କୃଷୀ ପରିଦର୍ଶକ ଆଗାମି ଦିନରେ କିପରି ଅଧିକ ଚାଷୀ ଏହି ମଟର ଓ ବିରି ଚାଷ କରିବେ ସେ ବିଷୟରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।
ଏହି କାର‌୍ୟ୍ୟକ୍ରମରେ ୧୦୦ ରୁ ଅଧୀକ ଚାଷୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରକଲ୍ପ ବ୍ଲକ୍ ସଂଯୋଜକ ବିଶ୍ୱରଞନ କର ପରିଚାଳନା କରିଥିବା ବେଳେ ସୁନେମିୟା ଦିଗାଲ ଓ ପ୍ରବିଣ କୁମାର ସହଯୋଗ କରିଥିଲେ ।
ପୋଲିସ ପାଟ୍ରୋଲିଂ ବେଳେ ଗଞ୍ଜେଇ ସହ ସ୍କର୍ପିଓ ଜବତ: ଦୁଇ ଗିରଫ
ବାଲିଗୁଡା, ୧୨/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ଗଞ୍ଜେଇ ବିରୋଧୀ ଅଭିଯାନରେ ଆଉ ଏକ ସଫଳତା ମିଳିଛି।
ବିଶ୍ୱସନୀୟ ସୂଚନା ଆଧାରରେ ବାଲିଗୁଡା ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ୮୧ କେଜି ଗଞ୍ଜେଇ ସହ ଏକ ସ୍କର୍ପିଓ ଗାଡି ଜବତ କରିଥିବା ବେଳେ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଦାଣ୍ଡାଶାସି ଅଞ୍ଚଳ ର ଲୋକନାଥ ରାଉତ (୩୪) ଏବଂ ଦେବ ପ୍ରସାଦ ସ୍ୱାଇଁ (୩୭) ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ପୋଲିସ ଚଢାଉ ସମୟରେ ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ସ୍କର୍ପିଓ ଗାଡ଼ି ନଂ.ଓଡି -୦୨-ବିଏଫ- ୦୨୫୮ କୁ ମଧ୍ୟ ଜବତ କରାଯାଇଛି।
ଏ ନେଇ ବାଲିଗୁଡା ଥାନାରେ କେସ ନଂ. ୧୧୫/୨୬ ରେ ଏନଡିପିଏସ ଆଇନର ଧାରା ୨୦(ବି)(ସସ)(ସି) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଅବ୍ୟାହତ ଥିବା ବିଷୟ ଥାନା ଅଧିକାରୀ ଶିବ ଶଙ୍କର ସିଂ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930