Indus Valley Times

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ

 Breaking News

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ

ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ
November 29
18:11 2022

ଜଗତସିଂହପୁର,୨୯/୧୧: ଦୁଷ୍କର୍ମକାରୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ଏକ ଦୁଷ୍କର୍ମ ମାମଲାର ବିଚାର କରି ଜଗତସିଂହପୁର ଜିଲ୍ଲା ସ୍ୱତନ୍ତ୍ର ପୋକ୍ସୋ ଏହି ଐତିହାସିକ ରାୟ ଶୁଣାଇଛନ୍ତି। ଏହି ମାମଲାରେ ୪ ଜଣ ଅଭିଯୁକ୍ତ ଯଡ଼ିତ ଥିଲେ। ସେମାନଙ୍କ ମଧ୍ୟରେ ୨ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଖବର ଅନୁସାରେ, ୨୦୧୪ରେ ପୀଡ଼ିତା ଦୋକାନରୁ ଫେରିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଉଠାଇନେଇଥିଲେ। ପରେ ସେମାନେ ତାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିଥିଲେ। ଏନେଇ ପୋଲିସ ପକ୍ଷରୁ ୩୦୨, ୩୭୬, ୩୭୬(ଡି) ଇତ୍ୟାଦି ଦଫାରେ ଦୀର୍ଘ ୮ ବର୍ଷ ଧରି ମାମଲା ଚାଲିଥିଲା। ମଙ୍ଗଳବାର ଏହାର ଶୁଣାଣି କରି ପୋକ୍ସୋ ଅଦାଲତ ୨ ଅଭିଯୁକ୍ତଙ୍କୁ ମୃତ୍ୟ ଦଣ୍ଡରେ ଦଣ୍ଡିତ କରାଯାଇଛି ବୋଲି ସରକାରୀ ଓକିଲ ଦୋଳଗୋବିନ୍ଦ ଦାଶ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031