Indus Valley Times

ନୟାଗଡ଼ କିଲ୍ଲା କୋର୍ଟ ରେ ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

 Breaking News

ନୟାଗଡ଼ କିଲ୍ଲା କୋର୍ଟ ରେ ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ନୟାଗଡ଼ କିଲ୍ଲା କୋର୍ଟ ରେ ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
May 09
23:10 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼ ,୯/୫ : ଶାରୀର ଆଜି ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ କିଲ୍ଲା ଜଜ ତଥା କିଲ୍ଲା ଆଇନସେବା ପ୍ରାଧିକରଣି ଅଧକ୍ଷ ଶ୍ରୀମତୀ ଅଙ୍କିତା ସହୁକା ଓ ସର୍ବିନ୍ ଅନ୍ୟାନ୍ୟ ନ୍ୟାୟଧୀଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ନୟାଗଡ଼ କିଲ୍ଲା ସମ୍ମୁଖ ବିଚାର ବିଭାଗ ଅଦାଲତ ପରିସରରେ ଦିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।
ନୟାଗଡ଼ କିଲ୍ଲାର ଉକ୍ତ ଲୋକ ଅଦାଲତରେ ୪୫ଟି ମୋଟର ଦୁର୍ଘଟଣା କ୍ଷତି ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୧୪,୩୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସେହିପରି ୭୩ଟି ଦେଓନୀ କେସରୁ ୧୮ଟି ମାମଲା ଫଇସଲା କରାଯାଇଥିଲା । ଏନ୍.ଆଇ.ଆକ୍ଟ କେସ ୮୨ ଟି ରୁ ୧ ଟି ଫଇସଲା କରାଯାଇ ୧,୧୮,୪୦୦ ଟଙ୍କା ଆଦାୟ କରାଯାଇଥିଲା । ଏବଂ ବିଦ୍ୟୁତଚୋରି ୧୨ ଟି ରୁ ୧୧ ଟି ମାମଲା, ଅବକାରୀ ଶେଣୀଭୂକ୍ତ ୩୫୫ ଟି ରୁ ୧୩୯ ଟି ମାମଲା ଫଇସଲା କରାଯାଇଥିଲା ।
ଖାଉଟି ଋଣ ନେଇ ଋଣ ପରିଶୋଧ କରିନଥିବା ୩୪୦୦ ଟି କେସ ରୁ ୨୨ଟିରେ ସମଝୌତାରେ ୩୦,୧୪,୧୨୫ ଟଙ୍କା ଦେବା ପାଇଁ ଋଣୀମାନେ ସମ୍ମତି କରାଯାଇଥିଲା ।
ସେହିପରି ୧୪୮୮ ଟି କେସ ରୁ ୧୦ ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୨୨,୩୧,୧୧୯ ଟଙ୍କା ଆଦାୟ କରାଯାଇଥିଲା । ଏବଂ ଟ୍ରାଫିକ ଚାଲାଣ ବାବଦରେ ୨୧୮୯ ଟି କେସ ରୁ ୨୨୪୪ ଟି ମାମଲା ଫଇସଲା କରାଯାଇ ୪୭,୬୨,୧୫୪ ଟଙ୍କା ଆଦାୟ କରାଯାଇଥିଲା ।
ବିଭିନ୍ନ ସମସ୍ୟାରେ ୧ ଟି ମାମଲା ଫଇସଲା କରାଯାଇ ୪୨,୧୧୪ ଟଙ୍କା ଆଦାୟ କରାଯାଇଥିଲା ।
ଏହି ଲୋକ ଅଦାଲତରେ କିଲ୍ଲା ଓ ଦେଓନୀ ଜଜ ଶ୍ରୀମତୀ ଅଙ୍କିତା ସହୁକା, ପରିବାର ଅଦାଲତ ବିଚାରପତି ଡଃ କାନ୍ତୁ ଶର୍ମା, ଅତିରିକ୍ତ କିଲ୍ଲା ଓ ଦେଓନୀ ଜଜ ରିତା ରାୟ, ମୁନସିଫ୍ ନ୍ୟାୟିକ ଦଣ୍ଡାଧିକାରୀ ନିତ୍ୟ ଶ୍ରୀମତୀ ଅପର୍ଣ୍ଣା, ବରିଷ୍ଠ ଦେଓନୀ ଅଦାଲତ ବିଚାରପତି ନିତ୍ୟ ଅଭିଜିତ ସହୁକା, ବରିଷ୍ଠ ଦେଓନୀ ଅଦାଲତ ବିଚାରପତି (ଏଲ ଆର ଥାନା ଏନ୍ ଚିଟି) ଶ୍ରୀ ହରି ନାରାୟଣ ବେହେରା, ଉପଖଣ୍ଡ ପୋଲିସ୍ ଅଧିକାରୀ ବିଚାରପତି ସନାତନୀ, ଲୋକ ଏପି ପି କଲିନା ପ୍ରସାଦ ଏବଂ ଶୁଭ୍ରା ମିଶ୍ର ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930