Indus Valley Times

ନୟାଗଡ଼ : ବାଘଛାଲ ଜବତ ସହ ଶିକାରି ଗିରଫ

 Breaking News

ନୟାଗଡ଼ : ବାଘଛାଲ ଜବତ ସହ ଶିକାରି ଗିରଫ

October 30
18:00 2022

ବିଶ୍ୱ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୩୦/୧୦: ନୟାଗଡ଼ ବନ୍ୟାଞ୍ଚଳରେ ଦୀର୍ଘଦିନ ଧରି ବାଘଛାଲ ବେପାର କାରବାର ଚାଲି ଆସୁଥିଲା। ନୟାଗଡ଼ ଵନାଞ୍ଚଳର ନୟାଗଡ଼ ସେକ୍ସନ ଅଧିନସ୍ଥ ଚଣ୍ଡିଵସ୍ତ ଗ୍ରାମରେ ଜୈନିକ ଶିକାରୀ ବାଘଛାଲ ବେପାର କରୁଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି। ବନବିଭାଗ ଚଣ୍ଡୀଵସ୍ତ ଗ୍ରାମର ଶିକାରୀ କୃପାସିନ୍ଧୁ ବିଶ୍ଵାଳକୁ ଗିରଫ କରିଛି।
ତେବେ କୃପାସିନ୍ଧୁ ଜଣେ ପେଶାଦାର ଶିକାରୀ ବୋଲି ବନବିଭାଗ ଜାଣିବାକୁ ପାଇଥିଲା। ତାକୁ ଧରିବା ପାଇଁ ବନବିଭାଗ ଗତ କିଛିଦିନ ହେବ ଜାଲ ବିଛାଇ ଥିଲା। କୃପାସିନ୍ଧୁ ନୟାଗଡ଼-ଖଣ୍ଡପଡ଼ା ରାସ୍ତାରେ ଯାଉଥିବା ସମୟରେ ପାଣିପୋଇଲା ନିକଟସ୍ଥ ନିଟ୍ କଲେଜ ନିକଟରୁ ଗିରଫ କରିଥିଲେ।
ତା\’ନିକଟରୁ ୭ଫୁଟ୩ଇଞ୍ଚ ଲମ୍ବର ଏକ କରଡାପତରିଆ ବାଘଛାଲ ଜବତ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ଠାରୁ ଶିକାର ପାଇଁ ବ୍ୟବହୃତ ଲୁହା,ତାର, ବନ୍ଧୁକ ବ୍ୟାରେଲ ଏବଂ ସିସା,ବାରୁଦ ପ୍ରଭୁତି ଜବତ କରାଯିବା ସହ ଏକ ବାଇକ ମଧ୍ୟ ଜବତ କରାଯାଇଛି। ତେବେ ଅଭିଯୁକ୍ତ ଶିକାର ପାଇଁ ବ୍ୟବହାର କରୁଥିବା ବନ୍ଧୁକକୁ ବନବିଭାଗ ଜବତ କରିବାରେ ବିଫଳ ହୋଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031