Indus Valley Times

ନୟାଗଡ଼ : ସମର୍ପଣ ( ବୃଦ୍ଧାଶ୍ରମ ) ରେ ସ୍ବାଧୀନତା ଦିବସ ପାଳିତ

 Breaking News

ନୟାଗଡ଼ : ସମର୍ପଣ ( ବୃଦ୍ଧାଶ୍ରମ ) ରେ ସ୍ବାଧୀନତା ଦିବସ ପାଳିତ

ନୟାଗଡ଼ : ସମର୍ପଣ ( ବୃଦ୍ଧାଶ୍ରମ ) ରେ ସ୍ବାଧୀନତା ଦିବସ ପାଳିତ
August 15
21:11 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୫/୮: ସ୍ବାଧୀନତାର ଅମ୍ରୃତ ମହୋତ୍ସବ ତଥା ୭୬ ତମ ସ୍ବାଧିନତା ଦିବସ ସମର୍ପଣ ପରିସରରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ନୟାଗଡ ଷ୍ଟେଟ ବ୍ୟାଙ୍କ ( କ୍ରୁଷି ଉନ୍ନୟନ) ଶାଖାର ମୂଖ୍ୟ ପରିଚାଳକ ଶ୍ରୀଯୁକ୍ତ ଶିବରାମ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆଜି ପ୍ରତ୍ୟେକ ଆଦିବାସୀ ଅଧୁଷିତ ଅଞ୍ଚଳରେ ମଧ୍ୟ ଅତି ସୁନ୍ଦର ଭାବେ ଦେଖିବାକୁ ମିଳିଛି ବୋଲି ଉଦବୋଧନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର କାଯକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଦାମୋଦର ସାହୁ, କୋଷାଧ୍ୟକ୍ଷ ଶ୍ରୀଧର ସାହୁ, କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରସନ୍ନ କୁମାର ବସନ୍ତିଆ ଉପସ୍ଥିତ ଥିଲାବେଳେ ସଦସ୍ୟ ଶ୍ରୀକାନ୍ତ କୁମାର ପଟ୍ଟନାୟକ, ମଦନମୋହନ ମହାପାତ୍ର, ରାଧେଶ୍ୟାମ ମୋହୋତା, ରବିନ୍ଦ୍ର କୁମାର ସାହୁ, ମିହିର ରଂଜନ ନାୟକ, ରୋଟାରୀ କ୍ଲବ୍ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ରୋଟାରୀଆନ୍ ରଶ୍ମୀରଂଜନ ପାତ୍ର, ସାମ୍ବାଦିକ ବାସୁଦେବ ମହାନ୍ତି ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ ନୟାଗଡ଼ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ବାଘୁଆ ବାର୍ତ୍ତା ସାମ୍ବାଦିକ ସଞ୍ଜୟ କୁମାର ସ୍ବାଇଁ ଅନ୍ତେବାସୀ ମାନଙ୍କୁ ଫଳ ଓ ବିସ୍କୁଟ ବାଣ୍ଟନ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031