Indus Valley Times

ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିୟମାନୁପାଳନ ସୁନିଶ୍ଚିତ କରିବାକୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ

 Breaking News

ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିୟମାନୁପାଳନ ସୁନିଶ୍ଚିତ କରିବାକୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ

ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିୟମାନୁପାଳନ ସୁନିଶ୍ଚିତ କରିବାକୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ
August 26
17:32 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୨୬/୮ : ନୂଆପଡ଼ାର ବହୁଚର୍ଚ୍ଚିତ ଜମି ଜାଲିଆତି ଘଟଣା ପରେ ରାଜ୍ୟ ସରକାର ଜମି ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ କଡ଼ା ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା, ଜବାବଦେହିତା ଓ କଡ଼ା ତଦାରଖ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଜାରି କରିଥିବା ଚିଠିରେ କହିଛନ୍ତି, ପ୍ରଯୁକ୍ତି ଆଧାରିତ ବ୍ୟବସ୍ଥା ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରାଯିବ।
ନୂଆପଡ଼ା ଜିଲ୍ଲାରେ କୋମନା ତହସିଲଦାର ତଥା କାର୍ଯ୍ୟରତ ସବ୍-ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲଙ୍କ ବିରୋଧରେ ବଡ଼ ଜମି ଜାଲିଆତିରେ ସମ୍ପୃକ୍ତ ଥିବା ଅଭିଯୋଗ ଆସିବା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ନୂଆପଡ଼ା ଜିଲ୍ଲାପାଳଙ୍କ ପ୍ରାଥମିକ ରିପୋର୍ଟରେ ଅନିୟମିତତା ପ୍ରମାଣିତ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।
ନୂଆ ନିର୍ଦ୍ଦେଶ ଅନୁସାରେ, ଅତିରିକ୍ତ ଜିଲ୍ଲାପାଳ (ADM) ଓ ଜିଲ୍ଲା ରେଜିଷ୍ଟ୍ରାର ନିୟମିତ ଭାବେ ପଞ୍ଜୀକରଣ କାର୍ଯ୍ୟାଳୟର ତଦାରଖ ଓ ଆକସ୍ମିକ ଯାଞ୍ଚ କରିବେ। ଯେକୌଣସି ଅନିୟମିତତା ଧରାପଡ଼ିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ସରକାରଙ୍କ କହିବା ଅନୁସାରେ, ଜମି ପଞ୍ଜୀକରଣର ପ୍ରତ୍ୟେକ ପର୍ଯ୍ୟାୟରେ ସ୍ୱଚ୍ଛତା, ପ୍ରଯୁକ୍ତିର ବ୍ୟବହାର ଓ ଆଇନର କଡ଼ା ପାଳନ ହେଉଛି ବର୍ତ୍ତମାନର ପ୍ରାଥମିକତା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930