Indus Valley Times

ପରୀକ୍ଷା ହଲରେ ବାହାରିଲା ଫିଟ୍ସ; ମାଟ୍ରିକ ପରୀକ୍ଷାର୍ଥୀ ମୃତ

 Breaking News

ପରୀକ୍ଷା ହଲରେ ବାହାରିଲା ଫିଟ୍ସ; ମାଟ୍ରିକ ପରୀକ୍ଷାର୍ଥୀ ମୃତ

ପରୀକ୍ଷା ହଲରେ ବାହାରିଲା ଫିଟ୍ସ; ମାଟ୍ରିକ ପରୀକ୍ଷାର୍ଥୀ ମୃତ
March 16
15:49 2023

କୋରାପୁଟ,୧୬/୩: ଅନ୍ୟ ପିଲାଙ୍କ ପରି ସେ ବି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ସକାଳେ ବାପାଙ୍କ ସହ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। ସ୍ୱାଭାବିକ ଭାବେ ପରୀକ୍ଷା ଦେଉ ଦେଉ ହଠାତ୍ ବାହାରିଲା ଫିଟ୍ସ। ସ୍କୁଲ କର୍ତ୍ତୃପକ୍ଷ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ପରିକ୍ଷାର୍ଥୀଙ୍କୁ ମୃତ ଘୋଷଣା କଲେ।
ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ଦାମନଯୋଡି ସରସ୍ଵତୀ ବିଦ୍ୟା ମନ୍ଦିର ପରୀକ୍ଷା କେନ୍ଦ୍ରରେ ଆଜି ଘଟିଛି। ମୃତ ଛାତ୍ରଜଣକ ହେଲେ କୁନା ପୁଜାରୀ।କୋରାପୁଟ ଜିଲ୍ଲା ମାଥଳପୁଟ ମାଲୁସାଉନ୍ତା ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର କୁନା ପୂଜାରୀ (୧୪) ନାଲକୋ ଟାଉନସିପ ସରସ୍ବତୀ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ଦଶମ ପରୀକ୍ଷା ଦେଉଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031