Indus Valley Times

ପିଜିଟି ନିଯୁକ୍ତି ଲିଖିତ ପରୀକ୍ଷା ବାତିଲ୍‌

 Breaking News

ପିଜିଟି ନିଯୁକ୍ତି ଲିଖିତ ପରୀକ୍ଷା ବାତିଲ୍‌

ପିଜିଟି ନିଯୁକ୍ତି ଲିଖିତ ପରୀକ୍ଷା ବାତିଲ୍‌
October 06
19:39 2024

ଓଡ଼ିଶା, ୬/୧୦ : ପୋଷ୍ଟ ଗ୍ରାଜୁଏଟ ଟିଚର୍ସ (ପିଜିଟି) ନିଯୁକ୍ତି ନେଇ ଆଜି ୩ଟି ଅପ୍‌ସନାଲ ସବ୍‌ଜେକ୍ଟ- ପଦାର୍ଥ ବିଜ୍ଞାନ, ଗଣିତ ଓ ଓଡ଼ିଆ (ପେପର- ୧ ଓ ପେପର -୨) ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି।
ଏନେଇ ଓଡ଼ିଶା ଲୋକ ସେବା ଆୟୋଗ (OPSC) ପକ୍ଷରୁ ସୂଚନା ଦିଆଯାଇଛି। ଅନିବାର୍ଯ୍ୟ କାରଣ ଦର୍ଶାଇ ଏହି ପରୀକ୍ଷା ବାତିଲ୍ କରିଛି OPSC। ତେବେ ଅନ୍ୟ ଅପ୍‌ସନାଲ ସବ୍‌ଜେକ୍ଟର ଲିଖିତ ପରୀକ୍ଷା ଧାର‌୍ୟ୍ୟ ସୂଚୀ ଅନୁସାରେ କରାଯିବ।
ପଦାର୍ଥ ବିଜ୍ଞାନ, ଗଣିତ ଓ ଓଡ଼ିଆ ଅପ୍‌ସନାଲ ସବ୍‌ଜେକ୍ଟ (ପେପର -୧ ଓ ପେପର -୨) ପାଇଁ ଲିଖିତ ପରୀକ୍ଷା ବାତିଲ ହୋଇଥିବା ବେଳେ ନୂଆ ତାରିଖ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଙଚଝଉ ତରଫରୁ କୁହାଯାଇଛି। ସେଥିପାଇଁ ଙଚଝଉର ୱେବସାଇଟକୁ ନିୟମିତ ଭାବେ ଦେଖିବା ପାଇଁ ପ୍ରାର୍ଥୀମାନଙ୍କୁ କମିଶନଙ୍କ ତରଫରୁ ପରାମର୍ଶ ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31