Indus Valley Times

ପୁରୀ ରଥଯାତ୍ରା ପାଇଁ ୩୬୫ ସ୍ୱତନ୍ତ୍ର ଟ୍ରେନ୍, ୩୦୦ ଅଧିକ ଡାକ୍ତର ନିୟୋଜିତ ହେବେ

 Breaking News

ପୁରୀ ରଥଯାତ୍ରା ପାଇଁ ୩୬୫ ସ୍ୱତନ୍ତ୍ର ଟ୍ରେନ୍, ୩୦୦ ଅଧିକ ଡାକ୍ତର ନିୟୋଜିତ ହେବେ

ପୁରୀ ରଥଯାତ୍ରା ପାଇଁ ୩୬୫ ସ୍ୱତନ୍ତ୍ର ଟ୍ରେନ୍, ୩୦୦ ଅଧିକ ଡାକ୍ତର ନିୟୋଜିତ ହେବେ
June 09
17:34 2025

ପୁରୀ,୯ା୬: ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ସୋମବାର ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରଥଯାତ୍ରା ଲାଗି ପ୍ରାୟ ୮୦% ପ୍ରସ୍ତୁତି ଶେଷ ହୋଇ ସାରିଲାଣି। ଗୁଣ୍ଡିଚାରର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ ୨୦% ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଯିବ।
ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟରେ କାର୍ଯ୍ୟ ଚାଲିଛି। ମହାପ୍ରଭୁ ନିଜେ ସବୁ କରାନ୍ତି, ସବୁକିଛି ସୁରୁଖୁରୁରେ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ରଥଯାତ୍ରାରେ ୩ ଶହ ଡାକ୍ତର ଚିକିତ୍ସା ସେବା ବୁଝିବେ ବୋଲି କହିଛନ୍ତି।
ଏପରିକି ୧୫ଟି ଓଉଟ ବେଡ୍‌, ଅସ୍ଥାୟୀ ବର୍ଣ୍ଣ ୟୁନିଟ ବ୍ୟବସ୍ଥା କରାଯାଇଛି। କୋଭିଡ ପାଇଁ କେହି ବ୍ୟସ୍ତ ହେବାର କିଛି କାରଣ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିବା ସହ କୋଭିଡ୍ ପାଇଁ ଆଡଭାଇଜରୀ ମାନିବାକୁ ପରାମର୍ଶ ଦେଇଛନ୍ତି। ଏକରିକି ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ, ମାସ୍କ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
ସୂଚନାଯାଗ୍ୟ, ସ୍ନାନପୂର୍ଣ୍ଣିମା ପାଇଁ ପୁରୀ ସହରକୁ ଜଗିବା ପାଇଁ ୭୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ୪ ଏସ୍‌ପି ର଼୍ୟାଙ୍କର କମାଣ୍ଡାଣ୍ଟଙ୍କ ସହ ୪୫୦ ଅଧିକାରୀ ଉପସ୍ଥିତ ରହିବେ। ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ବ୍ୟବସ୍ଥା ଉପରେ ପ୍ରଶାସନ ପକ୍ଷରୁ ଫୋକସ କରାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930