Indus Valley Times

ଅନ୍ ଲାଇନ ଟ୍ରେଡିଙ୍ଗରେ ହେଲା କ୍ଷତି; କାଠଯୋଡି ନଦୀକୁ ଡେଇଁ ପଡ଼ିଲେ ଯୁବକ!

 Breaking News

ଅନ୍ ଲାଇନ ଟ୍ରେଡିଙ୍ଗରେ ହେଲା କ୍ଷତି; କାଠଯୋଡି ନଦୀକୁ ଡେଇଁ ପଡ଼ିଲେ ଯୁବକ!

August 02
17:31 2024

କଟକ,୨/୮ : କଟକ ତ୍ରିଶୁଳିଆ ବ୍ରିଜ୍‌ରୁ ପୁଣି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଉକ୍ତ ଯୁବକ ଜଣକ ଗୁଜୁରାଟୀ ବ୍ୟବସାୟୀ ତୁଷାର ଭଟ୍ଟ। ସେ ବ୍ରିଜ ଉପରେ କାର ଓ ଚପଲ ଥୋଇ ବ୍ରିଜ ଉପରୁ କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛ। ତୁଷାର ଭୁବନେଶ୍ୱରରେ ରହୁଥିଲେ। ଗତ ବୁଧବାର ୨ଟା ସମୟରେ କୌଣସି କାମରେ କାର୍ ନେଇ ଘରୁ ବାହାରିଥିଲେ। ତା’ପରେ ସେ ଘରକୁ ଫେରି ନଥିଲେ। ତୁଷାର ନଦୀରୁ ଡେଇଁବା ପୂର୍ବରୁ ଘରକୁ ନିଜର ସେଲଫି ପଠାଇଥିବା ସୂଚନା ମିଳିଛି।
ପୂର୍ବରୁ ମଧ୍ୟ ଜଣେ କାଠଯୋଡି ନଦୀକୁ କେହି ଡେଇଁପଡ଼ିଥିବା ସନ୍ଦେହ କରାଯାଉଛି। ହେଲେ ଚାଳକଙ୍କ ପତ୍ତା ମିଳୁନି । ତେବେ ସେ ନଦୀକୁ ଡେଇଁ ପଡିଥିବା ଅନୁମାନ କରାଯାଉଛି। ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି। ଆଜି ଭୋରରୁ କଟକ ନେତାଜୀ ସୁବାଷ ସେତୁ ଉପରେ ଏକ ନାଲି ରଙ୍ଗର ସ୍କୁଟି ଥୁଆ ହୋଇଥିବା ଦେଖିବାକୁ ମିଳିଥିଲ। ସ୍କୁଟିରେ ଚାବି ଲାଗିଥିବା ବେଳେ ପାଖରେ ହଳେ ଚପଲ ମଧ୍ୟ ଥୁଆ ହୋଇଛି। ତେଣୁ କେହି ଗାଡ଼ି ରଖିଦେଇ ରାତିରେ ନଦୀକୁ ଡ଼େଇଁ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଅନ ଲାଇନ୍ ଟ୍ରେଡିଙ୍ଗରେ କ୍ଷତି ସହିବା ଯୋଗୁ କାଠଯୋଡି ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ସକାଳେ ତୁଷାରଙ୍କ କାର୍ ତ୍ରିଶୁଳିଆ ବ୍ରିଜ ଉପରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ଦେଖି ପୁଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ବାରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଗତ ବୁଧବାର କଟକ ଓ ବଜାର ଅଞ୍ଚଳର ମମତା ସାହୁ ନାମକ ଜଣେ ଯୁବତୀ କଟକ ନେତାଜୀ ସୁବାଷ ସେତୁ ଉପରେ ଏକ ନାଲି ରଙ୍ଗର ସ୍କୁଟି ଥୋଇ କାଠଯୋଡି ନଦୀକୁ ଡେଇଁ ପଡ଼ିଥିଲେ। ହେଲେ ଏପର‌୍ୟ୍ୟନ୍ତ ସମ୍ପୃକ୍ତ ଯୁବତୀଙ୍କର କୌଣସି ପତ୍ତା ମିଳିନାହିଁ। କାଠଯୋଡିକୁ ଡେଇଁଥିବା ସନ୍ଦେହ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930