Indus Valley Times

ପ୍ରତ୍ୟେକ ଦିନ ଖାଆନ୍ତୁ ଗ୍ରୀନ୍ ଆପଲ୍, ମିଳିବ ଏପରି ଚମତ୍କାର ଫାଇଦା

 Breaking News

ପ୍ରତ୍ୟେକ ଦିନ ଖାଆନ୍ତୁ ଗ୍ରୀନ୍ ଆପଲ୍, ମିଳିବ ଏପରି ଚମତ୍କାର ଫାଇଦା

August 25
11:44 2022

ନୂଆଦିଲ୍ଲୀ ୨୧/୮: ଆମେ ସାଧାରଣତଃ ଲାଲ୍ ଆପଲ୍ ଖାଇଥାଆନ୍ତି ଏବଂ ଏହାର ଉପକାରିତା ବିଷୟରେ ଜାଣନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସବୁଜ ଆପଲ୍ ମଧ୍ୟ ବହୁତ ଲାଭଦାୟକ। କ୍ୟାଲସିୟମ୍, ପ୍ରୋଟିନ୍, ମ୍ୟାଗ୍ନେସିୟମ୍, ଫସଫରସ୍, ପୋଟାସିୟମ୍, କପର୍, ଆଇରନ୍, ଜିଙ୍କ୍, ଭିଟାମିନ୍-ଏ ଏବଂ ଭିଟାମିନ୍-କେ ପରି ଅନେକ ପୋଷକ ତତ୍ତ୍ୱ ସବୁଜ ଆପଲରେ ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
ସବୁଜ ଆପଲ୍ ଖାଇବା ଦ୍ୱାରା ଦୁର୍ବଳ ହାଡ ସମସ୍ୟାରୁ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ, ସବୁଜ ଆପଲ୍ ମଧ୍ୟ ଚର୍ମ ପାଇଁ ବହୁତ ଭଲ ହୋଇଥାଏ। ଏହା ବ୍ୟତୀତ ସବୁଜ ଆପଲରେ କ୍ୟାଲୋରୀ ପରିମାଣ ବହୁତ କମ୍ ଥାଏ।
ପ୍ରତିଦିନ ସବୁଜ ଆପଲ୍ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ମିଳିଥାଏମଧୁମେହ – ମଧୁମେହରେ, ଲାଲ୍ ଆପଲ୍ ବଦଳରେ ସବୁଜ ଆପଲ୍ ଖାଇବା ଉଚିତ୍। ସବୁଜ ଆପଲରେ ଲାଲ୍ ଆପଲ ଅପେକ୍ଷା କମ୍ ସୁଗାର୍ ଏବଂ ଅଧିକ ଫାଇବର ଥାଏ। ଏହା ବ୍ୟତୀତ ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ଫୁସଫୁସ ପାଇଁ ଉପକାରୀ – ସବୁଜ ଆପଲରେ ଥିବା ଫ୍ଲାଭୋନାଏଡ କାରଣରୁ ଏହାକୁ ନିୟମିତ ଖାଇବା ଆପଣଙ୍କୁ ଆଜମା ରୋଗରୁ ରକ୍ଷା କରିଥାଏ।
ଚର୍ମ ପାଇଁ ଉପକାରୀ – ସବୁଜ ଆପଲରେ ଥିବା ଭିଟାମିନ୍ ଏ, ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଯୋଗୁଁ ଏହା ଚର୍ମ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏଥିରେ ଥିବା ଟେନିନ୍ ଏକ ଭଲ ଆଣ୍ଟିଅକ୍ସିଡାଣ୍ଟ ହୋଇଥାଏ, ଏହା ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
ହାଡ ମଜବୁତ – ଭିଟାମିନ୍ କେ, କ୍ୟାଲସିୟମ୍ ଏବଂ ପୋଟାସିୟମରେ ଭରପୂର ମାତ୍ରାରେ ମିଳିଥାଏ। ଯାହା ହାଡକୁ ମଜବୁତ କରିଥାଏ।
ଦୃଷ୍ଟିଶକ୍ତି ପାଇଁ – ଏଥିରେ ଭିଟାମିନ୍ ଏ ପ୍ରଚୁର ପରିମାଣରେ ମିଳିଥାଏ। ଯାହା ଦୃଷ୍ଟିଶକ୍ତି କ୍ଷମତାକୁ ଆହୁରି ଉନ୍ନତ କରିଥାଏ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031