Indus Valley Times

ପ୍ରଭାତ ବିଶ୍ୱାଳଙ୍କୁ ଝଟ୍‌କା, ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

 Breaking News

ପ୍ରଭାତ ବିଶ୍ୱାଳଙ୍କୁ ଝଟ୍‌କା, ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

July 30
16:55 2022

ଭୁବନେଶ୍ୱର,୩୦/୭: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସଂପତ୍ତି ଆଟାଚ୍। କଟକର ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ୨୫ ଲକ୍ଷ ଟଙ୍କା ଓ ନୋଇଡ଼ାରେ ଥିବା ଏକ ମିଡିଆ ଗ୍ରୁପର ସଂପତ୍ତି ମିଶି ମୋଟ ୩ କୋଟି ୯୨ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଇଡି ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଅଣ ବ୍ୟାଙ୍କିଂ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବାରୁ ଏହି ସଂପତ୍ତି ଆଟାଚ୍ କରାଯାଇଥିବା ଇଡି କହିଛି।
ରିଜର୍ଭ ବ୍ୟାଙ୍କ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ବିନା ଅନୁମତିରେ ସଂସ୍ଥା ଖୋଲି ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରାଯାଇଥିବା ଅଭିଯୋଗ ହୋଇଥିଲା।
ଏ ବାବଦରେ ପ୍ରଭାତ ବିଶ୍ୱାଳ କହିଛନ୍ତି, ମୋର ଏତେ ଟଙ୍କାର ସମ୍ପତ୍ତି ନାହିଁ। ଘର କରିବାକୁ ୧ କୋଟି ୧୫ ଲକ୍ଷ ଟଙ୍କା ଋଣ ଆଣିଥିଲି। ଏହା ଦିଆଯାଇନି।
ଗୋଟିଏ ବ୍ୟାଙ୍କରେ ୨୫ ଲକ୍ଷ ଟଙ୍କା ଥିଲା। ଜାମିନ୍ ବେଳେ ୨୫ ଲକ୍ଷ ଡିପୋଜିଟ୍ କରିବାକୁ କୁହାଯାଇଥିଲା। ବୋଧହୁଏ ବ୍ୟାଙ୍କରେ ଥିବା ସେହି ୨୫ ଲକ୍ଷ ଟଙ୍କା ଆଟାଚ୍ କରିଛି ଇଡି। ଏହା ଏକ ଜମିଜମା ସଂପର୍କିତ ମାମଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031